Categories: ବାଣିଜ୍ୟ

ଫେସ୍‌ବୁକ୍‌ ଏମ୍‌ଡିଙ୍କୁ ଅକ୍ଟୋବର ୧୫ ଯାଏ ଆଶ୍ୱସ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଫେସ୍‌ବୁକ ଇଣ୍ଡିଆ ଏମ୍‌ଡି ଅଜିତ ମୋହନଙ୍କୁ ସୁପ୍ରିମକୋର୍ଟ ଅକ୍ଟୋବର ୧୫ ଯାଏ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଦଙ୍ଗା ଘଟଣାରେ ହାଜର ହେବାକୁ ଦିଲ୍ଲୀ ବିଧାନସଭାର କମିଟି ଫେସ୍‌ବୁକ ଏମ୍‌ଡିଙ୍କୁ ସମନ ଜାରି କରିଥିଲେ। ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବଧି ମଧ୍ୟରେ ଫେସ୍‌ବୁକ ଏମ୍‌ଡିଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ନ୍ୟାୟାଳୟ କହିଛନ୍ତି। ସୂଚନାଯୋଗ୍ୟ, ଦଙ୍ଗାକୁ ଉସୁକାଇବାରେ ସୋସିଆଲ ମିଡିଆ ହେଟ୍‌ ସ୍ପିଚ୍‌ର ଭୂମିକା ଉପରେ ଦିଲ୍ଲୀ ବିଧାନସଭା କମିଟି ବର୍ତ୍ତମାନ ବିଚାର କରୁଛି। କମିଟି ସେପ୍ଟେମ୍ବର ୧୦ ଏବଂ ୧୮ରେ ମୋହନଙ୍କୁ ନୋଟିସ ଜାରି କରିଥିଲା।

Share