କେରଳ ଉପରେ ଦୃଷ୍ଟି

ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ତୃତୀୟ ଲହରର ଭୟ ମୁଣ୍ଡ ଟେକୁଛି। କ୍ରମାଗତ ସପ୍ତାହେ ଧରି ସଂକ୍ରମଣ ବୃଦ୍ଧି ପାଇ ୧ ଅଗଷ୍ଟ (ରବିବାର)ରେ ୪୦,୧୩୪ ଉପରେ ରହିବା ପରେ ସୋମବାର ୩୦,୫୪୯ରେ ପହଞ୍ଚିଛିି। ଅବଶ୍ୟ ଏହିସବୁ ତଥ୍ୟର ସତ୍ୟାସତ୍ୟ ପ୍ରମାଣ କରିବାର କ୍ଷମତା ସରକାରଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ନାହିଁ। ଏହାବ୍ୟତୀତ ସଂଖ୍ୟା ବୃଦ୍ଧି ଏବଂ ହ୍ରାସ ପାଇବା ସମ୍ପୂର୍ଣ୍ଣ ନିର୍ଭର କରେ କେତେ ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି। ପରୀକ୍ଷାର ମୋଟ ସଂଖ୍ୟା ନ ମିଳିବା ପର୍ଯ୍ୟନ୍ତ ସଂକ୍ରମଣଜନିତ ସଂଖ୍ୟାର କୌଣସି ଆଧାର ରହୁନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେରଳରେ ବୃଦ୍ଧି ପାଉଥିବା ସଂକ୍ରମଣ ସଂଖ୍ୟା। ରବିବାର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଯାଇ ଥିଲାବେଳେ ସୋମବାର ୧୩,୯୮୪ ରହିଛି। ଦେଶରେ ଦୈନିକ ସଂକ୍ରମଣର ପାଖାପାଖି ଅଧା କେରଳରୁ ମିଳିବା ତୃତୀୟ ଲହରର ସଙ୍କେତ ଦେଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସବୁଠୁ ବିକଶିତ ଏହି ରାଜ୍ୟ ଟିକାକରଣ, କୋଭିଡ୍‌ ପରୀକ୍ଷା ଓ ଚିକିତ୍ସାରେ ଆଗୁଆ। ପ୍ରଥମରୁ ଭାରତରେ ସଂକ୍ରମଣ ପ୍ରକାଶ ପାଇବା ପରଠାରୁ ଏଠାରେ କୋଭିଡ୍‌ ପରିଚାଳନା ଖୁବ୍‌ ବ୍ୟବସ୍ଥିତ, ଯାହା ଅନ୍ୟମାନଙ୍କ ପାଇଁ ଏକ ମଡେଲ ହୋଇପାରିଛି। ଦ୍ୱିତୀୟ ଲହରକୁ ଦେଶରେ ସବୁଠୁ ଭଲ ଭାବେ ପରିଚାଳନା କରିବା ଯୋଗୁ କେରଳରେ ଅକ୍ସିଜେନ ବା ଔଷଧ ଅଭାବଜନିତ ଭୟଙ୍କର ପରିସ୍ଥିତି ଦେଖାଯାଇ ନ ଥିଲା କିମ୍ବା ଲୋକଙ୍କୁ ହସ୍ପିଟାଲ ବାହାରେ ଅପେକ୍ଷା କରିବାକୁ ମଧ୍ୟ ପଡ଼ିି ନ ଥିଲା। ତେବେ କେରଳରେ ୪୮% ଲୋକ ଗୋଟିଏ ଡୋଜ୍‌ ଓ ୨୧% ଦୁଇ ଡୋଜ୍‌ ଟିକା ନେଇଥିବା ସତ୍ତ୍ୱେ ଭୟଙ୍କର ଡେଲ୍‌ଟା ଭାରିଆଣ୍ଟ ସବୁ କିଛି ଏପାଖ ସେପାଖ କରିଦେବା ଭଳି ମନେହେଉଛି। ଏଥିସହିତ ଏହା ମଧ୍ୟ କୁହାଯାଇପାରେ ଯେ, ସମ୍ଭବତଃ କେରଳ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ପ୍ରବଳମାତ୍ରାରେ କୋଭିଡ୍‌ ପରୀକ୍ଷା କରାଯାଉଛି। ହୁଏତ ସେଥିପାଇଁ କେରଳର ମୃତ୍ୟୁସଂଖ୍ୟା ଏବଂ ସଂକ୍ରମଣ ସଂଖ୍ୟାକୁ କୌଣସି ସମୟରେ ଲୁକ୍କାୟିତ ରଖାଯାଇନାହିଁ। ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବାସ୍ତବ ମୃତ୍ୟୁ ଯଥେଷ୍ଟ ଅଧିକ ହୋଇଥିବାବେଳେ ଘୋଷିତ ସଂଖ୍ୟାକୁ କମେଇ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଭଳି ଅନେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିତ୍ବା ଦେଖାଯାଉଛି।
ଏହିସବୁ ସଂଖ୍ୟାଖେଳକୁ ଦେଖିଲେ ଭାରତବର୍ଷରେ ମିଥ୍ୟା ଉପରେ ନିର୍ଭର କରି ପ୍ରଶାସନର ସବୁ କାର୍ଯ୍ୟ ଚାଲୁଥିବା ଭଳି ମନେହୁଏ। ମିଥ୍ୟାର କାହିଁିକି ଆଶ୍ରୟ ନିଆଯାଏ ତାହା ସାଧାରଣ ନାଗରିକ ବୁଝିବା ଅସମ୍ଭବ। ଭାରତର ଗଣମାଧ୍ୟମରେ ମଧ୍ୟ ସରକାରୀ ତଥ୍ୟକୁ ବେଦର ଗାର ଭାବେ ଗିଳିଦିଆଯାଏ। ଗତ ଦେଢ଼ବର୍ଷ ମଧ୍ୟରେ କ୍ୱଚିତ ଗଣମାଧ୍ୟମ ସରକାର ଦେଉଥିବା ତଥ୍ୟ ଉପରେ ପ୍ରଶ୍ନ କରୁଥିବାର ଲକ୍ଷ୍ୟ କରାଯାଇଛି। ଯେଉଁ ଗଣମାଧ୍ୟମ ପ୍ରଶ୍ନ କରିଛି ତା’ ବିରୋଧରେ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପରିଲକ୍ଷିତ ହେଉଛି।
କେରଳ ବ୍ୟତୀତ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ନାଟକରେ ସଂକ୍ରମଣ ଏବେ ଉପରମୁହଁା। ଏହିସବୁ ରାଜ୍ୟରେ ମଧ୍ୟ ଟିକାକରଣ ଜୁଲାଇ ଶେଷସୁଦ୍ଧା ଲକ୍ଷ୍ୟ ହାସଲ କରିପାରିନାହିଁ। ଏହି ସମୟରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଆରମ୍ଭ କରାଯିବା ଯଥା ଶିକ୍ଷାନୁଷ୍ଠାନ, ବଜାର, ମଲ୍‌, ସିନେମାହଲ୍‌, ଜିମ୍‌ ଇତ୍ୟାଦି ଖୋଲିବା ବିପଦକୁ ଆମନ୍ତ୍ରଣ କରୁଛି। ଏଣୁୁ ଦ୍ୱିତୀୟ ଲହର ସମୟରେ ଦେଶ ସମ୍ମୁଖୀନ ହୋଇଥିବା ସଙ୍କଟାପନ୍ନ ସ୍ଥିତିକୁ ଦୂରେଇବାକୁ ହେଲେ ଦ୍ରୁତ ଏବଂ ବ୍ୟାପକ ଟିକାକରଣ ହେବା ଆବଶ୍ୟକ। ନଚେତ୍‌ ଯଦି ତୃତୀୟ ଲହର ଆସେ ତେବେ ଭାରତର ପରିସ୍ଥିତି ଅଣାୟତ୍ତ ହେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri