କେରଳ ଉପରେ ଦୃଷ୍ଟି

ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ତୃତୀୟ ଲହରର ଭୟ ମୁଣ୍ଡ ଟେକୁଛି। କ୍ରମାଗତ ସପ୍ତାହେ ଧରି ସଂକ୍ରମଣ ବୃଦ୍ଧି ପାଇ ୧ ଅଗଷ୍ଟ (ରବିବାର)ରେ ୪୦,୧୩୪ ଉପରେ ରହିବା ପରେ ସୋମବାର ୩୦,୫୪୯ରେ ପହଞ୍ଚିଛିି। ଅବଶ୍ୟ ଏହିସବୁ ତଥ୍ୟର ସତ୍ୟାସତ୍ୟ ପ୍ରମାଣ କରିବାର କ୍ଷମତା ସରକାରଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ନାହିଁ। ଏହାବ୍ୟତୀତ ସଂଖ୍ୟା ବୃଦ୍ଧି ଏବଂ ହ୍ରାସ ପାଇବା ସମ୍ପୂର୍ଣ୍ଣ ନିର୍ଭର କରେ କେତେ ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି। ପରୀକ୍ଷାର ମୋଟ ସଂଖ୍ୟା ନ ମିଳିବା ପର୍ଯ୍ୟନ୍ତ ସଂକ୍ରମଣଜନିତ ସଂଖ୍ୟାର କୌଣସି ଆଧାର ରହୁନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେରଳରେ ବୃଦ୍ଧି ପାଉଥିବା ସଂକ୍ରମଣ ସଂଖ୍ୟା। ରବିବାର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଯାଇ ଥିଲାବେଳେ ସୋମବାର ୧୩,୯୮୪ ରହିଛି। ଦେଶରେ ଦୈନିକ ସଂକ୍ରମଣର ପାଖାପାଖି ଅଧା କେରଳରୁ ମିଳିବା ତୃତୀୟ ଲହରର ସଙ୍କେତ ଦେଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସବୁଠୁ ବିକଶିତ ଏହି ରାଜ୍ୟ ଟିକାକରଣ, କୋଭିଡ୍‌ ପରୀକ୍ଷା ଓ ଚିକିତ୍ସାରେ ଆଗୁଆ। ପ୍ରଥମରୁ ଭାରତରେ ସଂକ୍ରମଣ ପ୍ରକାଶ ପାଇବା ପରଠାରୁ ଏଠାରେ କୋଭିଡ୍‌ ପରିଚାଳନା ଖୁବ୍‌ ବ୍ୟବସ୍ଥିତ, ଯାହା ଅନ୍ୟମାନଙ୍କ ପାଇଁ ଏକ ମଡେଲ ହୋଇପାରିଛି। ଦ୍ୱିତୀୟ ଲହରକୁ ଦେଶରେ ସବୁଠୁ ଭଲ ଭାବେ ପରିଚାଳନା କରିବା ଯୋଗୁ କେରଳରେ ଅକ୍ସିଜେନ ବା ଔଷଧ ଅଭାବଜନିତ ଭୟଙ୍କର ପରିସ୍ଥିତି ଦେଖାଯାଇ ନ ଥିଲା କିମ୍ବା ଲୋକଙ୍କୁ ହସ୍ପିଟାଲ ବାହାରେ ଅପେକ୍ଷା କରିବାକୁ ମଧ୍ୟ ପଡ଼ିି ନ ଥିଲା। ତେବେ କେରଳରେ ୪୮% ଲୋକ ଗୋଟିଏ ଡୋଜ୍‌ ଓ ୨୧% ଦୁଇ ଡୋଜ୍‌ ଟିକା ନେଇଥିବା ସତ୍ତ୍ୱେ ଭୟଙ୍କର ଡେଲ୍‌ଟା ଭାରିଆଣ୍ଟ ସବୁ କିଛି ଏପାଖ ସେପାଖ କରିଦେବା ଭଳି ମନେହେଉଛି। ଏଥିସହିତ ଏହା ମଧ୍ୟ କୁହାଯାଇପାରେ ଯେ, ସମ୍ଭବତଃ କେରଳ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ପ୍ରବଳମାତ୍ରାରେ କୋଭିଡ୍‌ ପରୀକ୍ଷା କରାଯାଉଛି। ହୁଏତ ସେଥିପାଇଁ କେରଳର ମୃତ୍ୟୁସଂଖ୍ୟା ଏବଂ ସଂକ୍ରମଣ ସଂଖ୍ୟାକୁ କୌଣସି ସମୟରେ ଲୁକ୍କାୟିତ ରଖାଯାଇନାହିଁ। ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବାସ୍ତବ ମୃତ୍ୟୁ ଯଥେଷ୍ଟ ଅଧିକ ହୋଇଥିବାବେଳେ ଘୋଷିତ ସଂଖ୍ୟାକୁ କମେଇ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଭଳି ଅନେକ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିତ୍ବା ଦେଖାଯାଉଛି।
ଏହିସବୁ ସଂଖ୍ୟାଖେଳକୁ ଦେଖିଲେ ଭାରତବର୍ଷରେ ମିଥ୍ୟା ଉପରେ ନିର୍ଭର କରି ପ୍ରଶାସନର ସବୁ କାର୍ଯ୍ୟ ଚାଲୁଥିବା ଭଳି ମନେହୁଏ। ମିଥ୍ୟାର କାହିଁିକି ଆଶ୍ରୟ ନିଆଯାଏ ତାହା ସାଧାରଣ ନାଗରିକ ବୁଝିବା ଅସମ୍ଭବ। ଭାରତର ଗଣମାଧ୍ୟମରେ ମଧ୍ୟ ସରକାରୀ ତଥ୍ୟକୁ ବେଦର ଗାର ଭାବେ ଗିଳିଦିଆଯାଏ। ଗତ ଦେଢ଼ବର୍ଷ ମଧ୍ୟରେ କ୍ୱଚିତ ଗଣମାଧ୍ୟମ ସରକାର ଦେଉଥିବା ତଥ୍ୟ ଉପରେ ପ୍ରଶ୍ନ କରୁଥିବାର ଲକ୍ଷ୍ୟ କରାଯାଇଛି। ଯେଉଁ ଗଣମାଧ୍ୟମ ପ୍ରଶ୍ନ କରିଛି ତା’ ବିରୋଧରେ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପରିଲକ୍ଷିତ ହେଉଛି।
କେରଳ ବ୍ୟତୀତ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ନାଟକରେ ସଂକ୍ରମଣ ଏବେ ଉପରମୁହଁା। ଏହିସବୁ ରାଜ୍ୟରେ ମଧ୍ୟ ଟିକାକରଣ ଜୁଲାଇ ଶେଷସୁଦ୍ଧା ଲକ୍ଷ୍ୟ ହାସଲ କରିପାରିନାହିଁ। ଏହି ସମୟରେ ‘ଅନ୍‌ଲକ୍‌’ ପ୍ରକ୍ରିୟା ଆରମ୍ଭ କରାଯିବା ଯଥା ଶିକ୍ଷାନୁଷ୍ଠାନ, ବଜାର, ମଲ୍‌, ସିନେମାହଲ୍‌, ଜିମ୍‌ ଇତ୍ୟାଦି ଖୋଲିବା ବିପଦକୁ ଆମନ୍ତ୍ରଣ କରୁଛି। ଏଣୁୁ ଦ୍ୱିତୀୟ ଲହର ସମୟରେ ଦେଶ ସମ୍ମୁଖୀନ ହୋଇଥିବା ସଙ୍କଟାପନ୍ନ ସ୍ଥିତିକୁ ଦୂରେଇବାକୁ ହେଲେ ଦ୍ରୁତ ଏବଂ ବ୍ୟାପକ ଟିକାକରଣ ହେବା ଆବଶ୍ୟକ। ନଚେତ୍‌ ଯଦି ତୃତୀୟ ଲହର ଆସେ ତେବେ ଭାରତର ପରିସ୍ଥିତି ଅଣାୟତ୍ତ ହେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri