ଦାରୁଦିଅଁ ଦର୍ଶନ ପାଇଁ ୬୫ କି.ମି. ଚାଲିଲେ ୨ ଦୃଷ୍ଟିହୀନ

ପୁରୀ ଅଫିସ,୧୯।୨:ଦାରୁଦିଅଁଙ୍କ ପ୍ରତି ମନରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିଭାବନା ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଶ୍ରୀକ୍ଷେତ୍ରକୁ ଟାଣି ଆଣିଥିଲା। ସେମାନେ ପ୍ରାୟ ୬୫ କି.ମି. ଚାଲିଚାଲି ଭୁବନେଶ୍ୱରରୁ ପୁରୀରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଜଣେ ଯାତ୍ରୀ ସହଯୋଗୀ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଏହି ଦୁଇଜଣ ଦୃଷ୍ଟିହୀନ ଶ୍ରଦ୍ଧାଳୁ ହେଉଛନ୍ତି ବଂଶୀଧର ପ୍ରଧାନ ଏବଂ ପ୍ରଶାନ୍ତ ସାହୁ। ଜନ୍ମରୁ ଦୁହେଁ ଦୃଷ୍ଟିଶକ୍ତି ହରାଇଥିବାରୁ ସ୍ବଚକ୍ଷୁରେ ଶ୍ରୀଜୀଉଙ୍କ ଦର୍ଶନ କରିପାରି ନ ଥିଲେ ମଧ୍ୟ ତାଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରୁଛନ୍ତି ବୋଲି ବଂଶୀଧର ଓ ପ୍ରଶାନ୍ତ ଭାବବିହ୍ବଳ କଣ୍ଠରେ କହିଛନ୍ତି।
ବଡଦେଉଳରୁ ଫେରିବା ପରେ ବଂଶୀଧର କହିଥିଲେ, ଚର୍ମ ଚକ୍ଷୁ ଦ୍ୱାରା ଦର୍ଶନକୁ କେବଳ ଦର୍ଶନ ବୋଲି କୁହାଯାଇପାରିବ ନାହିଁ। ମୋ’ ବିଚାରରେ ମହାପ୍ରଭୁଙ୍କ ସତ୍ତା ଓ ମହାନତାକୁ ଅନୁଭବ କରିବା ପାଇଁ ଚକ୍ଷୁର ଆବଶ୍ୟକତା ହୋଇ ନ ଥାଏ। ସେ ଭାବର ଠାକୁର। ଭାବାବେଗ ସହ ଓତପ୍ରୋତ ଭାବେ ଜଡ଼ିତ। ତାଙ୍କୁ ଅନୁଭବ କରି ମହାସାନ୍ନିଧ୍ୟ ଲାଭ କରିଛି। ସେହିପରି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରି ପ୍ରଶାନ୍ତ କହିଥିଲେ, କରୋନା ଯୋଗୁ ଦୀର୍ଘ ୧୦ ମାସରୁ ଊର୍ଦ୍ଧ୍ୱ ସମୟ ହେବ ମହାପ୍ରଭୁଙ୍କ ଦୁଆରକୁ ଆସିପାରି ନ ଥିଲୁ। ତେଣୁ ୭ ଜଣ ବନ୍ଧୁ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଚାଲିଚାଲି ଆସିବା ଲାଗି ମଙ୍ଗଳବାର ପବିତ୍ର ଶ୍ରୀପଞ୍ଚମୀ ଅବସରରେ ନିଷ୍ପତ୍ତି ନେଲୁ। ଶ୍ରୀପଞ୍ଚମୀ ଦିନ ଭୁବନେଶ୍ୱର ସତ୍ୟନଗର ନିକଟସ୍ଥ ନବୀନ ବସ୍ତିଠାରୁ ଯାତ୍ରା ଆରମ୍ଭ କରିଥିଲୁ। ରାସ୍ତାରେ କେବଳ ପାଣି ପିଇଛୁ। ଆହାର ସ୍ପର୍ଶ କରିନାହୁଁ। ଏବେ ଶ୍ରୀମନ୍ଦିରରେ ପହଞ୍ଚି ଆତ୍ମା ତୃପ୍ତ ହେଲା। ସେମାନଙ୍କର ଅନ୍ୟ ୫ ଜଣ ବନ୍ଧୁ ମାଳତୀପାଟପୁର ପାଖରେ ଅଟକି ରହିଛନ୍ତି। ସେମାନେ କ୍ଳାନ୍ତି ମେଣ୍ଟାଇ ଶୁକ୍ରବାର ଦାରୁବିଗ୍ରହଙ୍କ ଦର୍ଶନ କରିବେ ବୋଲି ପ୍ରଶାନ୍ତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କୁ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

ଆଇଆଇଟି-ଜେଇଇ ମେନ୍‌ ପରୀକ୍ଷା: ବରଗଡ଼ କ୍ରୀଷ୍ଣା ବିକାଶର ସଫଳତା

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆଇଆଇଟି-ଜେଇଇ(ମେନ୍‌) ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରୀଛାତ୍ର ଉଲ୍ଲେଖନୀୟ…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଯୋଗାଇ ଦିଆଯାଉଛି ଔଷଧ

ଭଞ୍ଜନଗର,୧୮/୨(ବାବୁଲା ପ୍ରଧାନ): ବର୍ତ୍ତମାନ ବରିଷ୍ଠ ନାଗରିକ ସପ୍ତାହ ଚାଲିଛି। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କବିତା…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri