ଉଗ୍ର ଜାତୀୟତାବାଦ

ଭାରତର କଶ୍ମୀରୀକରଣକୁ ନେଇ ଶିକ୍ଷାବିତ୍‌ ପ୍ରତାପ ଭାନୁ ମେହେଟ୍ଟା ଆମକୁ ସତର୍କ କରିଦେଇଛନ୍ତି। ତାଙ୍କ ମତରେ କଶ୍ମୀରରେ ସୁରକ୍ଷା ବଳ ଓ ସରକାରୀ ସଂସ୍ଥାଗୁଡ଼ିକ ସିଭିଲ ସୋସାଇଟି ଓ ବ୍ୟକ୍ତି ସ୍ବାଧୀନତାକୁ ଅତ୍ୟଧିକ ନିୟନ୍ତ୍ରଣ କରୁଛନ୍ତି ଏବଂ ତାହା ଧୀରେ ଧୀରେ ଭାରତର ଅନ୍ୟ ରାଜ୍ୟକୁ ସମ୍ପ୍ରସାରିତ ହେଉଅଛି। ଆମେ ଯଦି ନିକଟ ଅତୀତକୁ ଲକ୍ଷ୍ୟ କରିବା ତେବେ ଜାଣିପାରିବା ମେହେଟ୍ଟାଙ୍କ ସତର୍କବାଣୀର ଯଥାର୍ଥତା ରହିଛି। କଶ୍ମୀରରେ ନିୟମିତ ଇଣ୍ଟର୍‌ନେଟ ସେବା ଅଚଳ କରାଯାଉଛି। ୨୦୨୦ରେ ସମ୍ପୂର୍ଣ୍ଣ ବର୍ଷଯାକ କଶ୍ମୀରବାସୀ ଇଣ୍ଟର୍‌ନେଟରୁ ବଞ୍ଚିତ ହୋଇଥିଲେ। ଏହି କାରଣରୁ ସେଠାରେ ଅନ୍‌ଲାଇନ ଶିକ୍ଷା ଓ ଟେଲି କମ୍ୟୁନିକେଶନ ମାଧ୍ୟମରେ କରାଯାଉଥିବା ଲୋକଙ୍କ ଡାଇଗ୍ନୋସିସ୍‌ ଏବଂ ଚିକିତ୍ସା ବନ୍ଦ ରହିଥିଲା। ଦେଖିବାକୁ ଗଲେ ୨୦୦୧ରେ କଶ୍ମୀରରେ ମୋବାଇଲ ଇଣ୍ଟର୍‌ନେଟ ତ ଦୂରର କଥା, ମୋବାଇଲ ଟେଲିଫୋନ୍‌ ସେବା ବି ନ ଥିଲା। ହେଲେ ସେତେବେଳେ ହିଂସା ଶୀର୍ଷରେ ପହଞ୍ଚିଥିଲା। ଭାରତ ସରକାର ଏହି ଯୁକ୍ତିକୁ ଆଧାରକରି କଶ୍ମୀରରେ କାମ କରୁନାହାନ୍ତି। ସମାଧାନର ବାଟ ନ ଖୋଜି ଇଣ୍ଟରନେଟ ବନ୍ଦ କରିଦେଲେ ଯେ ହିଂସା କମିବ ତାହାର ନିଶ୍ଚିତତା ନାହିଁ। ସିଂଘୁ ଓ ଟିକ୍ରି ସୀମାରେ ଯେଉଁ କୃଷକମାନେ ବସି ରହିଥିଲେ, ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା ଓ ସେମାନଙ୍କ ଇଣ୍ଟରନେଟ ମଧ୍ୟ ବନ୍ଦ କରାଯାଇଥିଲା। କଶ୍ମୀର ପରେ ଦେଶର ଅନ୍ୟଠି ଏଭଳି କରିବାକୁ ହକ୍‌ଦାର ବୋଲି ସରକାର ଭାବୁଛନ୍ତି। ୨୦୧୪ ପରେ ସବୁଠୁ ଅଧିକ ଇଣ୍ଟର୍‌ନେଟ ସେବା ବନ୍ଦ କରି ନାଗରିକଙ୍କୁ ଏଥିରୁ ବଞ୍ଚିତ କରିବାରେ ଭାରତ ବିଶ୍ୱରେ ନିଜର ଏକ ପରିଚୟ ସାମ୍‌ନାକୁ ଆଣିଛି। ଏହା ହିଁ ହେଉଛି କଶ୍ମୀରୀକରଣ।
ସେହିଭଳି ୟୁଏପିଏ ଯାହା କେବଳ ଉଗ୍ରବାଦ ପାଇଁ କରାଯାଇଥିଲା ତାହା ଏବେ ସାଧାରଣତଃ ସରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ତଥା ଭିନ୍ନ ମତ ଦେଉଥିତ୍ବା ଶିକ୍ଷାବିତ୍‌, କବି ଏବଂ ସାମ୍ବାଦିକଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ବ୍ୟବହାର କରାଯାଉଛି। ଉକ୍ତ ପ୍ରସଙ୍ଗରେ ଯେଭଳି କଶ୍ମୀରରେ ନ୍ୟାୟିକ ବ୍ୟବସ୍ଥା ବିଫଳ ହୋଇଛି ସେହିଭଳି ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବିଫଳ ହେବା ଲକ୍ଷ୍ୟ କରାଯାଉଛି। କଶ୍ମୀରୀକରଣ ସହ ଭାରତର ଗୁଜରାଟୀକରଣ ମଧ୍ୟ କରାଯାଉଛି। ଏହା ଅତୀତରେ କିଭଳି ପ୍ରକାଶ ପାଇଥିଲା ତାହା ଲକ୍ଷ୍ୟ କରିବା। ସ୍ବାଧୀନତା ସଂଗ୍ରାମର ମୁଖ୍ୟ ୪ ଜଣ ନେତାଙ୍କ ମଧ୍ୟରୁ ଜିନ୍ନା, ପଟେଲ ଏବଂ ଗାନ୍ଧୀ ଥିଲେ ଗୁଜରାଟୀ। ପଟେଲଙ୍କୁ ଦୃଢ଼ ଓ କଠୋରମନା ନେତା ଭାବେ ଦେଖାଯାଏ। ଅନ୍ୟପଟେ ଜିନ୍ନା ଏବଂ ଗାନ୍ଧୀ ସମାଧାନକୁ ଗୁରୁତ୍ୱ ଦେଉଥିଲେ(ଭାରତ ବିଭାଜନକୁ ଛାଡ଼ିଦେଲେ ଅନ୍ୟ ସବୁଥିରେ ଏହା ଆମେ ଲକ୍ଷ୍ୟ କରିପାରିବା)। ପାକିସ୍ତାନର ସାମ୍ବାଦିକ ଖଲିଦ୍‌ ଅହମଦ ଗୁଜରାଟୀମାନଙ୍କର ଏହି ଦୃଷ୍ଟିକୋଣ ସମ୍ପର୍କରେ ଲେଖିଛନ୍ତି। ସେମାନଙ୍କ ବ୍ୟବସାୟିକ ଉତ୍ସ ସହ ସ୍ଥିତି ଅନୁସାରେ ପରିବର୍ତ୍ତନ କରିବା ପ୍ରବୃତ୍ତିି ବା କୋହଳ ମନୋଭାବର ସମ୍ପର୍କକୁ ଦର୍ଶାଇଛନ୍ତି। ମୋଗଲ ଓ ଇଂରେଜ, ରୋମାନ୍‌ ଓ ଗ୍ରୀକ୍‌ ସମୟରୁ ଗୁଜରାଟ ବିଶ୍ୱରେ ବ୍ୟବସାୟିକ କାରବାର ବଢ଼ାଇ ଲାଭବାନ୍‌ ହୋଇଥିଲା। ଏହା ସତ୍ତ୍ୱେ ଗୁଜରାଟ ମଧ୍ୟ ଅଧିକ ରୂଢ଼ିବାଦୀ ଓ ସଙ୍କୀର୍ଣ୍ଣମନା ବା ଅନ୍ୟମାନଙ୍କ ବିଚାରାଧାର ଓ ସଂସ୍କୃତିକୁ ଗହଣ କରିବାକୁ ଆଗ୍ରହୀ ନୁହେଁ। ଏଣୁ କେତେଜଣଙ୍କ ଏଭଳି ମନୋଭାବ ସମ୍ପନ୍ନ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଦିଲ୍ଲୀ ରହିଛି ଏବଂ ତାଙ୍କର ମନୋଭବକୁ ଅନ୍ୟ ଉପରେ ଲଦି ଦେଉଛନ୍ତି। ଗୁଜରାଟ ସଂସ୍କୃତି ସହ ନିବିଡ଼ିତା ଥିବା ଏବଂ ଅନ୍ୟ ସଂସ୍କୃତିଠାରୁ ନିଜ ସଂସ୍କୃତିକୁ ବଡ଼ ମନେକରୁଥିବା ପ୍ରଧାନମନ୍ତ୍ରୀଙ୍କ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ କ୍ଷମତା ଯୋଗୁ ଏହା ହେଉଛି। ଆଜିର ଗୁଜରାଟୀକୃତ ଭାରତରେ ଆମେ ପୁଞ୍ଜିକୁ ସମ୍ମାନ ଦେଉଛୁ ଓ ଧନକୁ ନେଇ ଉତ୍ସବ ମନାଉଛୁ। ମହାମାରୀ ସମୟରେ ୨୩ କୋଟି ଭାରତୀୟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇ ଯାଇଥିତ୍ବାବେଳେ ଅତି ଧନୀଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧିପାଇଛି। ନୂଆ ଧନୀଙ୍କ ପସିଦ୍ଧିକୁ ନେଇ ଉତ୍ସବ ପାଳନ କରାଯାଉଥିତ୍ବାବେଳେ ଦରିଦ୍ରଙ୍କ ସଂଖ୍ୟା ପ୍ରତି ପ୍ରାୟତଃ ଧ୍ୟାନ ଦିଆଯାଉନାହିଁ।
୨୦୧୪ ପରେ ବିମୁଦ୍ରୀକରଣ କ୍ଷୁଦ୍ର ବ୍ୟବସାୟୀମାନଙ୍କ ବିପର୍ଯ୍ୟୟ ଘଟାଇଲା ଓ ସେମାନଙ୍କ ବିଜ୍‌ନେସ ଶେୟାରକୁ କର୍ପୋରେଟ ହସ୍ତୀମାନଙ୍କ ସଂଗଠିତ କ୍ଷେତ୍ରକୁ ପଠାଇ ଦିଆଗଲା। ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି)ର ଅତ୍ୟଧିକ ଜଟିଳ ଅନୁପାଳନୀୟ ପ୍ରକ୍ରିୟାର ଉଦ୍ଦେଶ୍ୟ ଥିଲା ଦ୍ରବ୍ୟ ଉପତ୍ାଦକ ଓ ବ୍ୟବସାୟୀଙ୍କ ବିଜ୍‌ନେସକୁ ବାହାରେ ରଖିବାକୁ ଏବଂ ଏଥିରେ ମଧ୍ୟ ତାହା ସଫଳ ହୋଇଛି। ୨୦୧୭ରେ ସୁରଟରେ ଓ ଅହମଦାବାଦରେ ଜିଏସ୍‌ଟି ବିରୋଧରେ ବ୍ୟବସାୟୀମାନେ କରିଥିବା ପ୍ରତିବାଦ ଓ ରାଲି ଉପରେ ମଧ୍ୟ ଆମମାନଙ୍କ ମଧ୍ୟରୁ ବାକିଲୋକ ଧ୍ୟାନ ଦେଲେ ନାହିଁ। କୃଷକମାନଙ୍କ ଭଳି ସେତେବେଳେ ବ୍ୟବସାୟୀମାନେ ଏହା ବିରୋଧରେ ଏକ ଦୀର୍ଘ ଲଢ଼େଇ କରି ଦାବି ଉପସ୍ଥାପନ କରିବା ପାଇଁ ଦୃଢ ଇଚ୍ଛାଶକ୍ତି କିମ୍ବା ସାମର୍ଥ୍ୟ ନ ଥିଲା। ଏହିି ଦୃଷ୍ଟିକୋଣରୁ କୃଷକମାନଙ୍କ ଆନ୍ଦୋଳନକୁ ଧନୀ ବ୍ୟବସାୟୀଙ୍କ ବିରୋଧରେ ଏକ ବଡ଼ ସଂଗ୍ରାମ ଭାବେ ଦେଖିତ୍ବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷି ଆଇନଗୁଡ଼ିକ କୃଷକମାନଙ୍କ ପାଇଁ ଏବକାର ପ୍ରଚଳିତ ବ୍ୟବସ୍ଥାକୁ ଦୁର୍ବଳ କରି ଧନୀ କର୍ପୋରେଟଙ୍କ ସପକ୍ଷରେ ପରିବେଶ ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ ଥିଲା। ଯାହାହେଉ କୃଷକମାନେ ଏହାକୁ ଲକ୍ଷ୍ୟ କରିି ଲଢେଇ କରିବାକୁ ବାହାରି ଆସିଲେ। କେନ୍ଦ୍ର ସରକାର ତାଙ୍କ ଏକଛତ୍ରବାଦୀ କ୍ଷମତା ବଳରେ ସେମାନଙ୍କୁ ଦବାଇଦେବାକୁ ଚେଷ୍ଟା କଲେ। ଏହା ସରକାରଙ୍କ କଠୋର କୃଷକ ବିରୋଧୀ ମନୋଭାବକୁ ପ୍ରକାଶ ଗଲା ଏବଂ କୃଷକମାନେ ମଧ୍ୟ ସେମାନଙ୍କ ସାହସୀ ଭାବନକୁ ଦେଖାଇଦେଲେ। ବିବିଧତା ଉପରେ ଗୁଜରାଟୀଙ୍କ ଅସହିଷ୍ଣୁତା କଶ୍ମୀର ଓ ଉତ୍ତରପୂର୍ବଞ୍ଚଳରେ ଦେଖାଦେଇଥିବା ଉଗ୍ରଜାତୀୟତାବାଦରେ ପ୍ରକାଶ ପାଇଛି। କଶ୍ୱୀରବାସୀଙ୍କ ସ୍ବର ଦବାଇ ଦେବାଲାଗି ବଳ ପ୍ରୟୋଗ କରାଯାଉଛି,ହିଂସାର ପଥ ଆପଣାଯାଉଛି। କଶ୍ମୀରୀକରଣ ଏବଂ ଗୁଜରାଟୀକରଣ ଧାରା ଦୁଇଟି ଦୀର୍ଘମିଆଦୀ ଏବଂ ଏହାର ମୂଳୋପତ୍ାଟନ କଷ୍ଟକର ହେବ। ଏହି କାରଣରୁ ସେମାନଙ୍କ ପ୍ରଭାବ ଆମ ଅର୍ଥବ୍ୟବସ୍ଥା ଏବଂ ଗଣତନ୍ତ୍ର, ସମାଜ ଏବଂ ଏପରିକି ଆମ ଜାତୀୟତାରେ ୨୦୧୪ ପରଠାରୁ ସଂକ୍ଷିପ୍ତ ଅବଧି ମଧ୍ୟରେ ଅତି ସ୍ପଷ୍ଟ ହୋଇଛି।

  • ଆକାର ପଟେଲ

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri