ଖଣିଜ ପଥର ଗ୍ରେଡ୍‌ ହ୍ରାସ କରି ରାଜସ୍ବ ଲୁଟ

କେନ୍ଦୁଝର,୨୫।୪: (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ଖଣିରେ ବେଆଇନ କାମ କରି ଲାଭବାନ ହୋଇଥିବା ଖଣି ସଂସ୍ଥା ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ସରୁଣୁ ଆଉ ଏକ ଦୁର୍ନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ହାଇ ଗ୍ରେଡ୍‌ ଖଣିଜ ପଥରକୁ ଲୋ ଗ୍ରେଡ୍‌ ଦର୍ଶାଇ ବେଆଇନ ଭାବେ ଖଣିଜ ପଥର ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଗତ ଏପ୍ରିଲ ୬ରେ ରାଜ୍ୟ ସରକାରଙ୍କ ଖଣି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ଚିଠିରୁ ଏହା ପ୍ରମାଣିତ ହେଉଛି। ଦେବଗଡ଼ ଗସ୍ତ ସମୟରେ କେନ୍ଦୁଝର ଜିଲାରେ ରହଣୀ ସମୟରେ ଖବରଦାତାଙ୍କ ସହ ଆଲୋଚନା କରି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏଭଳି ଅଭିଯୋଗ କରି ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳ ଓ ସୁନ୍ଦରଗଡ଼ ଜିଲାର କୋଇଡ଼ା ଖଣି ମଣ୍ଡଳରେ ସର୍ବାଧିକ ଲୁହା ଓ ମାଙ୍ଗାନିଜ ଖଣି ଚାଲିଛି। ସେଥିରୁ ଲୁହା ଓ ମାଙ୍ଗାନିଜ ପଥର ଉତ୍ତୋଳନ କରାଯାଇ ବାହାରକୁ ପଠାଯାଉଛି। ତେବେ ଲୁହାପଥରର ମାନ ଠିକ୍‌ ଭାବରେ ଯାଞ୍ଚ ହେଉ ନ ଥିବାରୁ ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଇ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଛି। ଗ୍ରେଡ୍‌ ହେରଫେର ଧରାପଡ଼ିଲେ ଅଳ୍ପ କିଛି ଜରିମାନା କରାଯାଉଛି। କିନ୍ତୁ ମାନ ହେରଫେର କରୁଥିବା ଲିଜ୍‌ଧାରୀଙ୍କ ଉପରେ କଠୋର ପଦକ୍ଷେପ ନିଆଯାଉ ନ ଥିବାରୁ ଏହି କାରବାର ଅବାଧରେ ଚାଲିଛି। ସୁନ୍ଦରଗଡ଼ କୋଇଡ଼ା ଖଣି ମଣ୍ଡଳରେ ଲୁହା ଏବଂ ମାଙ୍ଗାନିଜ ସର୍ବାଧିକ ଗ୍ରେଡ୍‌ ହେରଫେର ହେଉଥିଲେ ହେଁ ଏ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ଖଣିରୁ ଲୁହାପଥର ଉତ୍ତୋଳନ କରି ଗୋଟିଏ ସ୍ଥାନରେ ଜମା କରିବା, ସେଠାରେ ମାନ ଯାଞ୍ଚ କରି ଅନୁମତି ପତ୍ର ପାଇବା ପରେ ପରିବହନ କରିବାର ନିୟମ ରହିଛି। କିନ୍ତୁ ସେ ସମୟରେ ଖଣି ବିଭାଗ କର୍ମଚାରୀ ଉପସ୍ଥିତ ରହୁନାହାନ୍ତି । ଯେଉଁ ମୂଲ୍ୟରେ ଲିଜଧାରୀମାନେ ଖଣି ନିଲାମ ଧରିଛନ୍ତି ସେଥିରେ ସେଭଳି ଲାଭ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଉକ୍ତ ଖଣି ସଂସ୍ଥାମାନେ କିପରି ଓ କେଉଁ ଉପାୟରେ ଲାଭବାନ ହେଉଛନ୍ତି ତାହାର ଯାଞ୍ଚ କରାଯାଉନାହିଁ। ରାଜ୍ୟ ସରକାର ଏହି ବେଆଇନ କାରବାର ରୋକିବାରେ ଅସମର୍ଥ ହେଉଥିବାରୁ ଏହାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଗଲେ ମହାଦୁର୍ନୀତି ପଦାକୁ ଆସିପାରିବ ବୋଲି ଟୁଡୁ କହିଛନ୍ତି।
ଖଣି ଚୋରି ଓ ବେଆଇନ କାରବାର ରୋକିବା ପାଇଁ ରହିଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଇବିଏମ(ଇଣ୍ଟିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ) ଭଳି ସଂସ୍ଥା ନିୟମିତ ଖଣି ଅଞ୍ଚଳ ଗସ୍ତ କରି ଖଣିଜ ପଥର ଉତ୍ତୋଳନ, ଖଣିଜପଥରର ଗ୍ରେଡ୍‌ ଏବଂ ଖଣି ଅଞ୍ଚଳର ଅବସ୍ଥା ଅନୁଧ୍ୟାନ ଓ ତଦାରଖ କରିବା କଥା। ଅନ୍ୟପକ୍ଷେ ବେଆଇନ କାମ ନେଇ ବିଭାଗ ମଧ୍ୟ ଚିଠି କରି ଚୁପ ବସିବା ସମସ୍ତଙ୍କୁ ଚକିତ କରିଛି। ରାଜ୍ୟସ୍ତରରେ ଖଣି ଚୋରି ଏବଂ ଗ୍ରେଡ୍‌ ହେରଫେର ରୋକିବା ପାଇଁ ଏକ ସ୍କ୍ବାଡ୍‌ ଗଠନ ହୋଇଥିଲେ ମଧ୍ୟ ଏହା ଠିକ୍‌ ଭାବରେ କାମ କରୁ ନ ଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri