ଖଣିଜ ପଥର ଗ୍ରେଡ୍‌ ହ୍ରାସ କରି ରାଜସ୍ବ ଲୁଟ

କେନ୍ଦୁଝର,୨୫।୪: (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ଖଣିରେ ବେଆଇନ କାମ କରି ଲାଭବାନ ହୋଇଥିବା ଖଣି ସଂସ୍ଥା ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ସରୁଣୁ ଆଉ ଏକ ଦୁର୍ନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ହାଇ ଗ୍ରେଡ୍‌ ଖଣିଜ ପଥରକୁ ଲୋ ଗ୍ରେଡ୍‌ ଦର୍ଶାଇ ବେଆଇନ ଭାବେ ଖଣିଜ ପଥର ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଗତ ଏପ୍ରିଲ ୬ରେ ରାଜ୍ୟ ସରକାରଙ୍କ ଖଣି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ଚିଠିରୁ ଏହା ପ୍ରମାଣିତ ହେଉଛି। ଦେବଗଡ଼ ଗସ୍ତ ସମୟରେ କେନ୍ଦୁଝର ଜିଲାରେ ରହଣୀ ସମୟରେ ଖବରଦାତାଙ୍କ ସହ ଆଲୋଚନା କରି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏଭଳି ଅଭିଯୋଗ କରି ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳ ଓ ସୁନ୍ଦରଗଡ଼ ଜିଲାର କୋଇଡ଼ା ଖଣି ମଣ୍ଡଳରେ ସର୍ବାଧିକ ଲୁହା ଓ ମାଙ୍ଗାନିଜ ଖଣି ଚାଲିଛି। ସେଥିରୁ ଲୁହା ଓ ମାଙ୍ଗାନିଜ ପଥର ଉତ୍ତୋଳନ କରାଯାଇ ବାହାରକୁ ପଠାଯାଉଛି। ତେବେ ଲୁହାପଥରର ମାନ ଠିକ୍‌ ଭାବରେ ଯାଞ୍ଚ ହେଉ ନ ଥିବାରୁ ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଯାଇ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଛି। ଗ୍ରେଡ୍‌ ହେରଫେର ଧରାପଡ଼ିଲେ ଅଳ୍ପ କିଛି ଜରିମାନା କରାଯାଉଛି। କିନ୍ତୁ ମାନ ହେରଫେର କରୁଥିବା ଲିଜ୍‌ଧାରୀଙ୍କ ଉପରେ କଠୋର ପଦକ୍ଷେପ ନିଆଯାଉ ନ ଥିବାରୁ ଏହି କାରବାର ଅବାଧରେ ଚାଲିଛି। ସୁନ୍ଦରଗଡ଼ କୋଇଡ଼ା ଖଣି ମଣ୍ଡଳରେ ଲୁହା ଏବଂ ମାଙ୍ଗାନିଜ ସର୍ବାଧିକ ଗ୍ରେଡ୍‌ ହେରଫେର ହେଉଥିଲେ ହେଁ ଏ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ଖଣିରୁ ଲୁହାପଥର ଉତ୍ତୋଳନ କରି ଗୋଟିଏ ସ୍ଥାନରେ ଜମା କରିବା, ସେଠାରେ ମାନ ଯାଞ୍ଚ କରି ଅନୁମତି ପତ୍ର ପାଇବା ପରେ ପରିବହନ କରିବାର ନିୟମ ରହିଛି। କିନ୍ତୁ ସେ ସମୟରେ ଖଣି ବିଭାଗ କର୍ମଚାରୀ ଉପସ୍ଥିତ ରହୁନାହାନ୍ତି । ଯେଉଁ ମୂଲ୍ୟରେ ଲିଜଧାରୀମାନେ ଖଣି ନିଲାମ ଧରିଛନ୍ତି ସେଥିରେ ସେଭଳି ଲାଭ ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଉକ୍ତ ଖଣି ସଂସ୍ଥାମାନେ କିପରି ଓ କେଉଁ ଉପାୟରେ ଲାଭବାନ ହେଉଛନ୍ତି ତାହାର ଯାଞ୍ଚ କରାଯାଉନାହିଁ। ରାଜ୍ୟ ସରକାର ଏହି ବେଆଇନ କାରବାର ରୋକିବାରେ ଅସମର୍ଥ ହେଉଥିବାରୁ ଏହାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଗଲେ ମହାଦୁର୍ନୀତି ପଦାକୁ ଆସିପାରିବ ବୋଲି ଟୁଡୁ କହିଛନ୍ତି।
ଖଣି ଚୋରି ଓ ବେଆଇନ କାରବାର ରୋକିବା ପାଇଁ ରହିଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆଇବିଏମ(ଇଣ୍ଟିଆନ୍‌ ବ୍ୟୁରୋ ଅଫ୍‌ ମାଇନ୍ସ) ଭଳି ସଂସ୍ଥା ନିୟମିତ ଖଣି ଅଞ୍ଚଳ ଗସ୍ତ କରି ଖଣିଜ ପଥର ଉତ୍ତୋଳନ, ଖଣିଜପଥରର ଗ୍ରେଡ୍‌ ଏବଂ ଖଣି ଅଞ୍ଚଳର ଅବସ୍ଥା ଅନୁଧ୍ୟାନ ଓ ତଦାରଖ କରିବା କଥା। ଅନ୍ୟପକ୍ଷେ ବେଆଇନ କାମ ନେଇ ବିଭାଗ ମଧ୍ୟ ଚିଠି କରି ଚୁପ ବସିବା ସମସ୍ତଙ୍କୁ ଚକିତ କରିଛି। ରାଜ୍ୟସ୍ତରରେ ଖଣି ଚୋରି ଏବଂ ଗ୍ରେଡ୍‌ ହେରଫେର ରୋକିବା ପାଇଁ ଏକ ସ୍କ୍ବାଡ୍‌ ଗଠନ ହୋଇଥିଲେ ମଧ୍ୟ ଏହା ଠିକ୍‌ ଭାବରେ କାମ କରୁ ନ ଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri