କାଗଜକଲମରେ ବାହ୍ୟ ମଳମୁକ୍ତ ବ୍ଲକ

ନାଉଗାଁ,୨୬।୨(ସ୍ବ.ପ୍ର): କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ୨୦୧୫ରୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ସମସ୍ତଙ୍କ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବାହାରେ ମଳତ୍ୟାଗ ନ କରି ଗ୍ରାମାଞ୍ଚଳ ପରିବେଶକୁ ସଫା ରଖିବାକୁ ଲୋକଙ୍କୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ବ୍ଲକରେ ଥିବା ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଇବା ପାଣି ସହ ପାଇଖାନା ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଯେଉଁ ବ୍ଲକ ଶତପ୍ରତିଶତ ପାଇଖାନା ବ୍ୟବହାର କରୁଛନ୍ତି ତାହାକୁ ଜିଲା, ରାଜ୍ୟ ସରକାରଙ୍କ ପକ୍ଷରୁ ବାହ୍ୟ ମଳମୁକ୍ତ ବ୍ଲକ ଘୋଷଣା କରାଯାଇ ପୁରସ୍କାର ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲା ନାଉଗାଁକୁ ୨୦୧୯ ଜୁଲାଇରେ ବାହ୍ୟ ମଳମୁକ୍ତ ବ୍ଲକ ଭାବେ ଘୋଷଣା ସହ ପୁରସ୍କୃତ କରାଯାଇଛି।

ଶତପ୍ରତିଶତ କାମ ବ୍ଲକରେ କାଗଜକଲମରେ ସରିଥିବା ଅଭିଯୋଗ ହେଉଛି। କୋରୁଆ ପଞ୍ଚାୟତର ଗାରୋଇ ଗାଁର ଭୀମସେନ ପରିଡା, ଶିବ ଦୁଇଭାଇଙ୍କ କ୍ଷେତ୍ରରେ। ଠିକାଦାରଙ୍କ ଦ୍ୱାରା ଦୁଇଟି ପାଇଖାନା ନିର୍ମାଣ ହୋଇଛି। ହେଲେ ଗୋଟିଏ ଟାଙ୍କି କରାଯାଇଥିଲେ ହେଁ ପାଇପ ସଂଯୋଗ ହୋଇନାହିଁ। କିନ୍ତୁ ଠିକାଦାର ବିଲ୍‌ କରି ନେଇଛନ୍ତି। ବ୍ଲକର ୧୬ ପଞ୍ଚାୟତରେ ଶୌଚାଳୟ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ତିରୁଣା ପଞ୍ଚାୟତ ଦହିପାଳ ହରିଜନସାହିରେ କ୍ଷୀରୋଦ କାଣ୍ଡି, ସଞ୍ଜୟ ଭୋଇ, ପ୍ରଭାତି ଦେଇ, ଦୀପକ କାଣ୍ଡି, ସମୀର ସେଠୀ, ସୁରେଶ ମଲିକ, ବାବାଜି ରାଉତ ପ୍ରମୁଖଙ୍କ ଶୌଚାଳୟ ନାହିଁ। କେଉଁଠି ପାଇଖାନା ନିର୍ମାଣ ହୋଇନି ତ ଆଉ କେଉଁଠି ଅଧାପନ୍ତରିଆ ଅବସ୍ଥାରେ ଥାଇ ବିଲ୍‌ ହୋଇଛି। ବିଭାଗର ଇଣ୍ଟରନେଟରୁ ମିଳିଥିବା ତଥ୍ୟ ଅନୁସାରେ, ବ୍ଲକର ଅଲଣା ପଞ୍ଚାୟତରେ ୧୩୬୪, ବଚ୍ଛାଳୋ ୧୧୦୦, ବାଂଶ ୭୨୪, ଡାବର ୬୪୦, ଡେରିକି ୯୮୨, ଗଜରାଜପୁର ୧୦୬୨, ଗଳଦାରୀ ୯୩୭, ଘୋଡାଂଶ ୧୪୯୪, ଜାମୁଗାଁ ୧୬୩୩, କୋରୁଆ ୧୫୨୭, ନାଉଗାଁ ୧୮୫୦, ନୂଆଗାଁ ୧୧୮୯, ଓଷକଣା ୧୪୮୮, ରୋହିଆ ୧୫୭୮, ଶିଖର ୧୮୯୨ ଓ ତିରୁଣା ପଞ୍ଚାୟତରେ ୧୫୮୯ ସମୂଦାୟ ୨୧ହଜାର ୫୮ଟି ପାଇଖାନା ନିର୍ମାଣ ହୋଇଛି। ସେହିପରି ବାହ୍ୟ ମଳମୁକ୍ତ ବ୍ଲକ ଘୋଷଣା ପୂର୍ବରୁ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଏହାର ଫଳକ ଲଗାଯିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଅଧିକାଂଶ ଗ୍ରାମରେ ଫଳକ ଲାଗିନାହିଁ। ବ୍ଲକରେ ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ବ୍ୟବହାର ହେଉ ନ ଥିବା ବେଳେ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ରରୁ ମାତ୍ର ୪୫ଟିର ଗୃହ ଅଛି। ସେହିପରି ବ୍ଲକରେ ଶତକଡା ୫୦ ଭାଗ ଲୋକଙ୍କ ଶୌଚାଳୟ ନ ଥିବାରୁ ସେମାନେ ରାସ୍ତାପାର୍ଶ୍ୱରେ ଏବେବି ମଳତ୍ୟାଗ କରୁଛନ୍ତି। ନାଉଗାଁ ବଜାର, ବସଷ୍ଟାଣ୍ଡ, ଗଙ୍ଗଦାହାଟ, କଣ୍ଟୁଣିଆହାଟ ଆଦିରେ ଗୋଟିଏ ହେଲେ ବି ଡଷ୍ଟବିନ ନିର୍ମାଣ ହୋଇନାହିଁ। ଆବର୍ଜନା ଏସବୁ ସ୍ଥାନରେ ଜମା ହୋଇ ଦୁର୍ଗନ୍ଧ ହେଉଛି। ଏସବୁ ଅବ୍ୟବସ୍ଥା ସତ୍ତ୍ୱେ ବ୍ଲକକୁ କେମିତି ବାହ୍ୟ ମଳମୁକ୍ତ ଓ ସ୍ବଚ୍ଛ ଘୋଷଣା କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ତପନ ରାଉତଙ୍କୁ ପଚାରିବାରେ ପୂର୍ବରୁ ଶୌଚାଳୟ ଅଧାପନ୍ତରିଆ ହୋଇ ବିଲ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ତାହାର ତଦନ୍ତ କରିଥିଲୁ। ବର୍ତ୍ତମାନ ପୁଣି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri