ବେଦାନ୍ତ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର ,୫।୬: ବେଦାନ୍ତ ଆଲୁମିନିୟମର ସହଯୋଗୀ କମ୍ପାନୀ ବେଦାନ୍ତ ଫେକର ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ସହିତ ବେଦାନ୍ତ ଆଲୁମିନିୟମ ସବୁ ବର୍ଗର ଲୋକଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହାୟତା ପ୍ରଦାନ ସହ ଆବଶ୍ୟକ ସେବା ମଧ୍ୟ ଯୋଗାଇ ଦେଉଛି। ଏପରିକି ବେଦାନ୍ତ ଫେକରର ଏକ ବିଶେଷଜ୍ଞ ଦଳ ଓ ଜରୁରିକାଳୀନ ସହାୟତା ପରିଚାଳନା ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଥିଲେ। ସେହିଭଳି ବିପର୍ଯ୍ୟୟ ପରିଚାଳନା ଓ ଜରୁରିକାଳୀନ ପରିସ୍ଥିତିରେ ତାଲିମପ୍ରାପ୍ତ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ କମ୍ପାନୀର ସୁରକ୍ଷା ଦଳର ବିଶେଷଜ୍ଞମାନେ ତୁରନ୍ତ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ। ଏପରିକି କ୍ଷତିଗ୍ରସ୍ତ ଓ ଅସହାୟ ଲୋକଙ୍କୁ ଖାଦ୍ୟ, ଜଳ, ବସ୍ତ୍ର ଓ ଲଜିଷ୍ଟିକ ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ। ସେହିପରି ଏଭଳି ଏକ ଦୁଃଖଦାୟକ ପରିସ୍ଥିତିରେ ଫେକରର କର୍ମଚାରୀମାନେ ରେଳ ଦୁର୍ଘଟଣାର କ୍ଷତିଗ୍ରସ୍ତ ୧୦୦୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ ଏବଂ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବାହାନଗା, ସୋର, ଭଦ୍ରକ ଓ ବାଲେଶ୍ୱର ଡାକ୍ତରଖାନାକୁ ପଠାଇଥିଲେ। ଏପରିକି କମ୍ପାନୀ ପକ୍ଷରୁ ୨୦୦ରୁ ୟୁନିଟ ରକ୍ତ କମ୍ପାନୀ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଜରିଆରେ ସଂଗ୍ରହ କରାଯାଇଥିଲା। ଏହା ବ୍ୟତୀତ ବେଦାନ୍ତ ଆଲୁମିନିୟମ ବିଗତ ଦୁଇଦିନ ମଧ୍ୟରେ ହଜାର ହଜାର ଲୋକଙ୍କୁ ଖାଦ୍ୟ ପ୍ୟାକେଟ ଓ ପାନୀୟ ଜଳ ଆଦି ବିଭିନ୍ନ ସ୍ଥାନରେ ଯୋଗାଇ ଦେଇଥିଲା, ଯେଉଁମାନେ ଜରୁରିକାଳୀନ ଚିକିତ୍ସା ସେବାରେ ଅଛନ୍ତି ସେମାନଙ୍କ ଯତ୍ନ ଓ ଦୁର୍ଘଟଣା ସ୍ଥଳରେ ଫେକରର କର୍ମଚାରୀ ଦିନ ରାତି କାର୍ଯ୍ୟ କରୁଛନ୍ତି। ବିଶେଷ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ କମ୍ପାନୀ ପକ୍ଷରୁ ୫୦୦ରୁ ଅଧିକ ପୋଷାକ ବଣ୍ଟନ କରାଯାଇଛି। ବେଦାନ୍ତ କେବଳ ଦୁର୍ଘଟଣାରେ ଶୀକାର ହୋଇଥିବା ରୋଗୀମାନଙ୍କୁ ନୁହେଁ ବରଂ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଉଭୟ ପ୍ରଶାସନ କର୍ମଚାରୀ ଓ ସ୍ବେଚ୍ଛାସେବୀ ଏବଂ ଉପସ୍ଥିତ ଲୋକଙ୍କୁ ମଧ୍ୟ ଖାଦ୍ୟ ଓ ପାନୀୟ ଜଳ ଆଦି ଯୋଗାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri