ବନାଞ୍ଚଳର ବିସ୍ତୃତି

ଯୁକ୍ତରାଷ୍ଟ୍ର ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି.ରୁଜଭେଲ୍ଟ ଏକଦା କହିଥିଲେ, ଯେଉଁ ରାଷ୍ଟ୍ର ତା’ର ମୃତ୍ତିକାକୁ ଧ୍ୱଂସ କରେ, ସେହି ରାଷ୍ଟ୍ର ନିଜକୁ ହିଁ ଧ୍ୱଂସ କରିଥାଏ। ଜଙ୍ଗଲଗୁଡ଼ିକ ହେଉଛି ଆମେ ବାସ କରୁଥିବା ଏଇ ଧରିତ୍ରୀର ଫୁସ୍‌ଫୁସ୍‌; ଯାହା ବାୟୁକୁ ପରିଷ୍କୃତ କରିବା ସହିତ ଲୋକମାନଙ୍କୁ ସତେଜ ଶକ୍ତି ଓ ସ୍ଫୂର୍ତ୍ତି ପ୍ରଦାନ କରୁଅଛି। ଏହା ବ୍ୟତୀତ ଗଛ ସମ୍ବନ୍ଧରେ ବର୍ଣ୍ଣିତ ସେଇ ମହାନ୍‌ କାହାଣୀ ଯେଉଁଥିରେ ଜଣେ ମଣିଷର ପିଲାବେଳେ କିପରି ଗଛ ତାକୁ ଫଳ ଦେଇଛି ଖାଇବାକୁ ଏବଂ ତା’ର ସବୁ ପର୍ଯ୍ୟାୟରେ ତାକୁ ସାହାଯ୍ୟ କରିବା ସହିତ ବୃଦ୍ଧାବସ୍ଥାରେ ଯେତେବେଳେ ସେ ପ୍ରବଳ ଶୀତରେ ଥରୁଛି କେମିତି କେବଳ ଥୁଣ୍ଟା ହୋଇ ଯାଇଥିଲେ ସୁଦ୍ଧା ସେକି ନେବାକୁ, ସେ କଥା ତ ଊଣା ଅଧିକ ସମସ୍ତେ ଜାଣନ୍ତି। ତେଣୁ ଗଛ ବା ଜଙ୍ଗଲ ଯେ ମଣିଷ ଜୀବନ ପାଇଁ ଅପରିହାର୍ଯ୍ୟ, ଏହା କହିବା ଅତିଶୟୋକ୍ତି ହେବନାହିଁ। କହିବାର ତାତ୍ପର୍ଯ୍ୟ ଇଂଲିଶ ନବବର୍ଷ ୨୦୨୨ ପୃଥିବୀ ପୃଷ୍ଠରେ ପାଦ ଥାପିବାର ମାତ୍ର ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୨୯ ତାରିଖ ଦିନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ଉନ୍ମୋଚନ କରିଛନ୍ତି ଏଫ୍‌ଏସ୍‌ଆଇ ଦ୍ୱାରା ପ୍ରସ୍ତୁତ ଆଇଏସ୍‌ଏଫ୍‌ଆର ରିପୋର୍ଟ ୨୦୨୧। ପ୍ରତି ଦୁଇବର୍ଷରେ ଥରେ ପ୍ରକାଶିତ ହେଉଥିବା ଏହି ରିପୋର୍ଟ ସମଗ୍ର ଦେଶର ତଥା ରାଜ୍ୟଗୁଡ଼ିକର ଜଙ୍ଗଲର ବିସ୍ତୃତି, ବନସ୍ପତି ଘନତ୍ୱ, ବୃକ୍ଷ ଆଚ୍ଛାଦନ, ମାନ୍ୟତାପ୍ରାପ୍ତ ଜଙ୍ଗଲ ବାହାରେ ହୋଇଥିବା ନବୀକରଣ, ବୃକ୍ଷରୋପଣ ଇତ୍ୟାଦି ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥାଏ। ତେଣୁ ସମଗ୍ର ପ୍ରାଣୀ ସମାଜ ପାଇଁ ଅପରିହାର୍ଯ୍ୟ ଜଙ୍ଗଲ ସମ୍ପର୍କିତ ଏହି ରିପୋର୍ଟ ଉଭୟ ଦେଶ ଓ ରାଜ୍ୟ ସରକାରମାନଙ୍କ ପାଇଁ ଗୁରୁତ୍ୱ ବହନ କରେ। ଏତଦ୍‌ବ୍ୟତୀତ ବିଗତ କିଛିବର୍ଷ ଧରି ବିକାଶ ନାମରେ ଯେପରି ଭାବରେ ଜଙ୍ଗଲ ଧ୍ୱଂସ କରାଯାଉଥିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଆସିଛି, ସେହି ପରିପ୍ରେକ୍ଷୀରେ ରିପୋର୍ଟର ଗୁରୁତ୍ୱ ଅଧିକ ରହିବା ସ୍ବାଭାବିକ। ତେବେ ଚଳିତଥରର ରିପୋର୍ଟ ସମସ୍ତଙ୍କ ପାଇଁ ସୁବାର୍ତ୍ତାଟିଏ ଆଣି ଦେଇଛି ଯେ ୨୦୧୭ଠାରୁ ଏଯାବତ୍‌ ଦେଶର ଜଙ୍ଗଲ ଅଞ୍ଚଳର ବୃଦ୍ଧି ଘଟିଛି ୦.୫୬ ପ୍ରତିଶତ। ଫଳରେ ଦେଶର ମୋଟ ଭୌଗୋଳିକ ଅଞ୍ଚଳର ୨୧.୬୭ ପ୍ରତିଶତ ହୋଇଛି ଜଙ୍ଗଲ ଆଚ୍ଛାଦିତ। ସୂଚାଇ ଦିଆଯାଇପାରେ କି, ଯେ କୌଣସି ଦେଶର ମଙ୍ଗଳ ଦୃଷ୍ଟିରୁ ଏହାର ଭୌଗୋଳିକ ଅଞ୍ଚଳର ଏକ ତୃତୀୟାଂଶ ଜଙ୍ଗଲ ରହିବା ବିଧେୟ ଏବଂ ଭାରତ ଏହା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ରିପୋର୍ଟ ପ୍ରକାଶ କରିବା ଅବସରରେ ମନ୍ତ୍ରୀ ଜାଭଡେକର ସୂଚନା ପ୍ରଦାନ କରିଛନ୍ତି ଯେ, ବିଶ୍ୱର ଯେଉଁ ସ୍ବଳ୍ପ ସଂଖ୍ୟକ ଦେଶଗୁଡ଼ିକର ବନାଞ୍ଚଳ ବୃଦ୍ଧି ପାଇଛି, ସେମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଏହା ଯେ ଏକ ଶୁଭ ତଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବା ଭଳି ସୂଚନା, ତହିଁରେ ସନ୍ଦେହ ନାହିଁ, କାରଣ ପ୍ୟାରିସ୍‌ ଜଳବାୟୁ ରାଜିନାମା ଅନୁସାରେ ଭାରତ ୨୦୩୦ ସୁଦ୍ଧା ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ବାଷ୍ପର ସଂକୁଚନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ତେବେ ପୂର୍ବର ସବୁଥର ଭଳି ଏଥର ମଧ୍ୟ ଏହି ରିପୋର୍ଟ ଜଙ୍ଗଲ ବା ବନାଞ୍ଚଳର ସଂଜ୍ଞାକୁ ନେଇ ବିତର୍କର ସୂତ୍ରପାତ କରିଛି। ବନାଞ୍ଚଳର ସଂଜ୍ଞା ନିରୂପଣ କରିବାକୁ ଯାଇ ଏଫ୍‌ଏସ୍‌ଆଇ କହିଛି ଯେ ମାଲିକାନା, ଜମିର ଆଇନଗତ ସ୍ଥିତି ଏବଂ ବୃକ୍ଷମାନଙ୍କର ପ୍ରଜାତି ନିର୍ବିଶେଷରେ ଏକ ହେକ୍ଟର କିମ୍ବା ତା’ ଠାରୁ ଅଧିକ ଆକାରର ଘଞ୍ଚବୃକ୍ଷାଚ୍ଛାଦିତ ଅଞ୍ଚଳକୁ ଜଙ୍ଗଲ କୁହାଯିବ। ଅନେକଙ୍କ ମତରେ ଏହା କିନ୍ତୁ ସ୍ପଷ୍ଟ ଭାବରେ ଜଙ୍ଗଲର ସଂଜ୍ଞାକୁ ନିର୍ଦ୍ଧାରିତ କରେନାହିଁ। କାରଣ ପାରିବେଶିକ ବ୍ୟବସ୍ଥା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଜଙ୍ଗଲ ବା ବନାଞ୍ଚଳର ସ୍ଥିତି ସମ୍ବନ୍ଧରେ ଅର୍ଥାତ୍‌ ଏହି ଧରଣର ଜଙ୍ଗଲ କ୍ଷେତ୍ରରେ କ’ଣ ସବୁ ଘଟୁଛି, ସେ ବାବଦରେ ଏହା କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରୁନାହିଁ। ସଙ୍ଗେ ସଙ୍ଗେ ଉପଗ୍ରହ ଜରିଆରେ ସଂଗୃହୀତ ସୂଚନା ଏବଂ ସରକାରୀ ନଥି ଭିତ୍ତିକ ସର୍ଭେର ପ୍ରଣାଳୀରେ ପରିବର୍ତ୍ତନ କରାଯିବା ଆବଶ୍ୟକ ବୋଲି ମଧ୍ୟ ଉପରୋକ୍ତ ବ୍ୟକ୍ତିମାନେ ଦାବି କରନ୍ତି। ଏହାଦ୍ୱାରା କେବଳ ଜଙ୍ଗଲ ଆଚ୍ଛାଦନର ଆକାର ନିର୍ଦ୍ଧାରଣ ବା ମାପ ତଥା ବର୍ଗୀକରଣ ବ୍ୟତୀତ ଆବାସି ଜଙ୍ଗଲଗୁଡ଼ିକର ଗୁଣାତ୍ମକ ଦିଗସବୁକୁ ମଧ୍ୟ ହିସାବକୁ ନିଆଯାଇପାରିବ; ତଦ୍ଦ୍ବାରା ଏହା ମଧ୍ୟରେ ପରିବେଶ ସହିତ ଜୀବନ ଜୀବିକା ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବ। ଉଦାହରଣ ସ୍ବରୂପ ମଝିରେ ମଝିରେ ଖୋଲା ସ୍ଥାନ ଥିବା ଜଙ୍ଗଲଗୁଡ଼ିକ ଅତି ଘଞ୍ଚଜଙ୍ଗଲ ବର୍ଗରେ ହୁଏତ ସାମିଲ ହୋଇ ନ ପାରନ୍ତି, କିନ୍ତୁ ପାରିବେଶିକ ବ୍ୟବସ୍ଥା ତଥା ଜୈବ ବିବିଧତାକୁ ସହାୟତା ପ୍ରଦାନ କରିବାରେ ମଧ୍ୟ ଏଗୁଡ଼ିକର ଯଥେଷ୍ଟ ଭୂମିକା ରହୁଥିବାରୁ ଏମାନଙ୍କୁ ଘଞ୍ଚ ଜଙ୍ଗଲଠାରୁ କୌଣସି ଗୁଣରେ ନୂ୍ୟନ ବୋଲି ବିଚାର କରାଯାଇପାରିବନାହିଁ। ପୁନଶ୍ଚ ବନ ସମ୍ବଳର ପ୍ରକୃତ ବା ବାସ୍ତବ ସ୍ଥିତି ଜାଣିବା ନିମନ୍ତେ ସରକାରୀ ଯାଞ୍ଚ ଜରିଆରେ ଏକ ତୃଣମୂଳସ୍ତରୀୟ ଆକଳନ ହେବା ନିତାନ୍ତ ଆବଶ୍ୟକ। ଦେଶର ସବୁ ରାଜ୍ୟର ଜଙ୍ଗଲଗୁଡ଼ିକରେ ସରକାର ଓ ଜନସାଧାରଣଙ୍କ ସମ୍ପୃକ୍ତି ବେଳକୁ ବେଳ ବୃଦ୍ଧି ପାଉଛି।
୭ ଏକ୍ସଟେନସନ ରୋଡ, ପୁରୁଣା ସୋନାରୀ, ଜାମସେଦପୁର, ମୋ:୭୪୮୮୯୯୮୫୩୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri