ଅଗଷ୍ଟରେ ବୃଦ୍ଧି ପାଇଛି ରପ୍ତାନି

ନୂଆଦିଲ୍ଲୀ,୧୫।୯: ଗତ କିଛି ମାସ ହେବ ଭାରତରେ ଉଭୟ ଆମଦାନୀ ଓ ରପ୍ତାନିରେ ସୁଧାର ପରିଲକ୍ଷିତ ହୋଇଛି। ଏପରିକି ଗତ ମାସ ଭଳି ଚଳିତ ମାସରେ ମଧ୍ୟ ଆମଦାନୀରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ରପ୍ତାନିରେ ସୁଧାର ସାଙ୍ଗକୁ ସାମାନ୍ୟ ବୃଦ୍ଧି ଘଟିଛି। ବୁଧବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତର ରପ୍ତାନି କ୍ଷେତ୍ରରେ ୧.୬୨% ବୃଦ୍ଧି ହୋଇ ୩୩.୯୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିଭଳି ୨୦୨୨ ଅଗଷ୍ଟରେ ବାଣିଜ୍ୟ ନିଅଣ୍ଟ ଦ୍ୱିଗୁଣିତ ହୋଇ ୨୭.୯୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏପରିକି ସଂଶୋଧିତ ତଥ୍ୟ ଅନୁସାରେ ଚଳିତ ବର୍ଷ ଅଗଷ୍ଟରେ ଆମଦାନୀ କ୍ଷେତ୍ର ୩୭.୨୮% ବୃଦ୍ଧି ହୋଇ ୬୧.୯ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିପରି ସେପ୍ଟେମ୍ବର ୩ରେ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପ୍ରାଥମିକ ତଥ୍ୟରେ ଦର୍ଶାଯାଇଛି ଯେ ଅଗଷ୍ଟରେ ରପ୍ତାନି ୧.୧୫% ହ୍ରାସ ଘଟି ୩୩ ବିଲିୟନ ଡଲାରରେ ପହଞ୍ଚିଛ। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷର (ଏପ୍ରିଲରୁ ଅଗଷ୍ଟ) ପ୍ରଥମ ୫ମାସ ମଧ୍ୟରେ ରପ୍ତାନି ୧୭.୬୮% ଅଭିବୃଦ୍ଧି ହୋଇ ୧୯୩.୫୧ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷର ୫ମାସରେ ଆମଦାନୀ ୪୫.୭୪% ବୃଦ୍ଧି ହୋଇ ୩୧୮ ବିଲିୟନ ଡଲାରରେ ପହଞ୍ଚିଛି।

ଗତ ବର୍ଷ ସମାନ ଅବଧିରେ ୫୩.୭୮ ବିଲିୟନ ଡଲାର ତୁଳନାରେ ଚଳିତ ଆର୍ଥିକ ବର୍ଷ (ଏପ୍ରିଲ-ଅଗଷ୍ଟ)ରେ ବାଣିଜ୍ୟ ନିଅଣ୍ଟ ୧୨୪.୫୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଗତ ବର୍ଷ ଅଗଷ୍ଟରେ ନିଅଣ୍ଟ ୧୧.୭୧ ବିଲିୟନ ଡଲାର ରହିଥିଲା। ଚଳିତ ବର୍ଷ ଅଗଷ୍ଟରେ ଅଶୋଧିତ ତୈଳ ଆମଦାନୀ ୮୭.୪୪% ବୃଦ୍ଧି ହୋଇ ୧୭.୭ ବିଲିୟନ ଡଲାରରେ ଥିବାବେଳେ ସୁନା ଆମଦାନୀ ପ୍ରାୟ ୪୭% ହ୍ରାସ ପାଇ ୩.୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଅପରପକ୍ଷରେ ଗତ ବର୍ଷ ସମାନ ମାସରେ ୧୫.୪୯ ମିଲିୟନ ଡଲାରରୁ ରୁପା ଆମଦାନୀ ୬୮୪.୩୪ ମିଲିୟନ ଡଲାରକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଆମଦାନୀ ମୂଲ୍ୟରେ ବୃଦ୍ଧି କୋଇଲା, କୋକ୍‌ ଏବଂ ବ୍ରିକେଟ୍‌ସ (୧୩୩.୬୪%ରୁ ୪.୫ ବିଲିୟନ ଡଲାର), ରାସାୟନିକ ପଦାର୍ଥ (୪୩%ରୁ ପ୍ରାୟ ୩ ବିଲିୟନ ଡଲାର) ଏବଂ ପନିପରିବା ତେଲ (୪୧.୫୫%ରୁ ପ୍ରାୟ ୨ ବିଲିୟନ ଡଲାର) ଭଳି ପ୍ରମୁଖ ଖଣିଜ ଗୋଷ୍ଠୀରେ ଦେଖାଯାଇଛି।
ସେହିପରି ରପ୍ତାନି ଦ୍ରବ୍ୟ ଯାହା ଅଗଷ୍ଟରେ ସକାରାତ୍ମକ ଅଭିବୃଦ୍ଧି ରେକର୍ଡ କରିଥିଲା ସେଥିରେ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଚାଉଳ, ଖାଇବା ତେଲ, ଚା, କଫି ଏବଂ ରାସାୟନିକ ପଦାର୍ଥ ରହିଛି। ଏପରିିକି ପେଟ୍ରୋଲିୟମ ଉତ୍ପାଦ ରପ୍ତାନିରେ ୨୨.୭୬% ବୃଦ୍ଧି ହୋଇ ୫.୭୧ ବିଲିୟନ ଡଲାରରେ ପହଞ୍ଚିଛ।

ରାସାୟନିକ ପଦାର୍ଥ ଏବଂ ଫାର୍ମା ଶିପ୍‌ମେଣ୍ଟ ଯଥାକ୍ରମେ ୧୩.୪୭% ଏବଂ ୬.୭୬% ବୃଦ୍ଧି ହୋଇ ୨.୫୩ ଏବଂ ୨.୧୪ ବିଲିୟନ ଡଲାରରେ ପହଞ୍ଚିଛି। ଅଗଷ୍ଟରେ ନକାରାତ୍ମକ ଅଭିବୃଦ୍ଧି ରେକର୍ଡ କରିଥିବା କ୍ଷେତ୍ରଗୁଡିକରେ ଇଞ୍ଜିନିୟରିଂ (୧୪.୧୯% ରୁ ୮.୩ ବିଲିୟନ ଡଲାର), ରତ୍ନ ଏବଂ ଅଳଙ୍କାର (ପ୍ରାୟ ୩% ରୁ ୩.୩୩ ବିଲିୟନ ଡଲାର) ଏବଂ ସମସ୍ତ ପୋଷାକ (୦.୩୪% ରୁ ୧.୨୩ ବିଲିୟନ ଡଲାର) ଓ ପ୍ଲାଷ୍ଟିକ୍‌ ( ୧.୧୦% ରୁ ୭୪୭.୨୧ ମିଲିୟନ ଡଲାର)ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri