ବିସ୍ଫୋରକ ଫାଟି ହାତୀ ଶାବକ ମୁହଁରେ ଆଘାତ: ଜୀବନ ସହ ସଂଘର୍ଷ କରି ମୃତ

ରାଇଘର, ୮।୧୨ (କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିବା ଆହତ ହାତୀ ଶାବକର ମୃତ୍ୟୁ ଘଟିଛି । ଶିକାରୀଙ୍କ ଦ୍ବାରା ଜଙ୍ଗଲରେ ଲଗାଯାଇଥିବା ବିସ୍ଫୋରକ ଫାଟି ହାତୀ ଶାବକର ପାଟିରେ ଆଘାତ ଲାଗିଥିଲା । ଛତିଶଗଡ଼ ଏବଂ ଓଡ଼ିଶା ବନ ବିଭାଗ ପକ୍ଷରୁ ହାତୀ ଶାବକର ଚିକିତ୍ସା ଜାରି ରହିଥିବା ସତ୍ତ୍ୱେ ରବିବାର ତା’ର ମୃତ୍ୟୁ ଘଟିଛି। ଛତିଶଗଡ଼ ବନବିଭାଗ ହାତୀର ମରଶରୀରକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ରାଇଘର ବ୍ଲକ ସୀମାନ୍ତରେ ଥିବା ପଘାରପାଣି ଜଙ୍ଗଲରେ ଶିକାରୀମାନେ ଶିକାର ପାଇଁ ଗଛରେ କିଛି ବିସ୍ଫୋରଣ ସାମଗ୍ରୀ ବାନ୍ଧି ରଖିଥିଲେ। ଗତ ୧୨ ଦିନ ତଳେ ଏକ ୬ ବର୍ଷର ହାତୀ ଶାବକ ଗଛରୁ ଡାଳପତ୍ର ଖାଇବା ସମୟରେ ବିସ୍ଫୋରଣ ହେବାରୁ ତା’ର ପାଟିରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିଲା । ଫଳରେ ହାତୀ ଛୁଆଟି ଖାଦ୍ୟ ଖାଇପାରୁ ନ ଥିବା ବେଳେ ପାଣି ପିଇବା ସନ୍ଧାନରେ ଏଣେ ତେଣେ ଜଙ୍ଗଲ ଭିତରେ ବୁଲୁଥିବାରୁ ହାତୀପଲଠାରୁ ଦୂରେଇ ଯାଇଥିଲା। ଖାଦ୍ୟ ଖାଇ ନ ପାରି ଦୁର୍ବଳ ହୋଇପଡିଥିଲା। ଛତିଶଗଡ଼ ବନ ବିଭାଗ କର୍ମଚାରୀ ଡ୍ରୋନ ସାହାଯ୍ୟରେ ହାତୀ ଛୁଆର ସନ୍ଧାନ ପାଇ ପଘାରପାଣି ଜଙ୍ଗଲରେ ପହଞ୍ଚି ଟ୍ରାଙ୍କୁଲାଇଜର ସାହାଯ୍ୟରେ ହାତୀକୁ କାବୁ କରିବା ସହ ଚିକିତ୍ସା ଆରମ୍ଭ କରିଥିଲା l ସେହିଦିନଠାରୁ ପ୍ରାୟ ୪ ଥର ଚିକିତ୍ସା କରାଯାଇଥିବା ସତ୍ତ୍ୱେ ଗରିଆବନ୍ଧ ଜିଲା ଅନ୍ତର୍ଗତ ରାଜାପୋଡାଓ ଜଙ୍ଗଲରେ ହାତୀ ଛୁଆଟି ଆଖିବୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ରାଜନୀତିକୁ ଆସିବା ନେଇ… ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୭: ‘କକ୍ରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ନିଟ (NEET) ପ୍ରଶ୍ନପତ୍ରଲିକ ସଂଶୋଧନ ବିଲ, ଛାତ୍ର ଆନ୍ଦୋଳନ ଏବଂ ସରକାରଙ୍କ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri