କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ଅନ୍ୟ କେତେଜଣ ଆହତ ହୋଇଥିବା ଚର୍ଚ୍ଚା ହେଉଛି। ପୋଲିସ ପ୍ରଶାସନ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

କଳାପଥର ଖଣି ତଥା କ୍ରଶରରେ ଆଇନ ମୁତାବକ ଲାଇସେନ୍ସ ଅଛି କି ନାହିଁ ଏ ସମ୍ପର୍କରେ ମଧ୍ୟ ପୋଲିସ ଯାଞ୍ଚ ଜାରିରଖିଛି। ଘଟଣା ସମ୍ପର୍କରେ କୌଣସି ସତ୍ୟାସତ୍ୟ ତଥ୍ୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଗୁଜବକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ନିହଲପ୍ରସାଦା ପୋଲିସ କ୍ରସର ଚାରିପଟୁ ଘେରାଉ କରି ଯାଞ୍ଚ କାର୍ଯ୍ୟ ଚଳାଇଛି। ଘଟଣାସ୍ଥଳକୁ କାହାକୁ ଛଡ଼ାଯାଉ ନାହିଁ ।

 

Share