ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ ନାନା ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ସୋମବାର ଜଣେ ଡାକ୍ତରଙ୍କ ସହ ରୋଗୀଙ୍କ ପାଟିତୁଣ୍ଡ ପରେ ଏପରି ଘଟଣା ସମସ୍ତଙ୍କ ନଜରକୁ ଆସିଛି। ମେଡିକାଲରେ ସିଟି ସ୍କାନ ସୁବିଧା ଉପଲବ୍ଧ ସତ୍ତ୍ୱେ ଜଣେ ରୋଗୀଙ୍କୁ ଡାକ୍ତର ନର୍ସିଂହୋମ ଯିବାକୁ ପରାମର୍ଶ ଦେଇଥିବା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି।

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁସ୍ଥ ବାତାବରଣ ଫେରାଇବା ସହ ଦଲାଲ ମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଥିଲେ। ୨୦୧୯ରେ ଦୁଇ ଜଣ ଦଲାଲଙ୍କୁ ଗିରଫ ମଧ୍ୟ କରାଯାଇଥିଲା। କିନ୍ତୁ ଏଠାରେ ସୁସ୍ଥ ବାତାବରଣ ଫେରିବା ବଦଳରେ ରୋଗୀଙ୍କୁ ନର୍ସିଂହୋମ ଓ କ୍ଲିନିକ ପଠାଇ ଶୋଷଣ କରାଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ପୂର୍ବାହ୍ନରେ କର୍ଣ୍ଣ, ନାଶା, ଗଳା (ଇଏନ୍‌ଟି) ବିଭାଗୀୟ ଡାକ୍ତରଙ୍କ ନିକଟକୁ ୩ ଜଣ ରୋଗୀ ଆସିଥିଲେ। ସେମାନେ ଆଉଟ୍‌ଡୋରରୁ ଟିକେଟ୍‌ କରି କାଜୁଆଲଟିରେ ଥିବା ଜଣେ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ। ରୋଗୀ ଦେଖିବା ପରେ ସମ୍ପୃକ୍ତ ଡାକ୍ତର ଇଏନ୍‌ଟି ସମସ୍ୟା ଥିବାରୁ ସିଟି ସ୍କାନ୍‌ ପାଇଁ ଏକ ନର୍ସିଂହୋମ ଓ ଚିକିତ୍ସା ପାଇଁ ଘରୋଇ କ୍ଲିନିକ୍‌ ଯିବାକୁ ପରାମର୍ଶ ଦେଇଥିଲେ। ଆଉଟଡୋର୍‌ ଟିକେଟ୍‌ ଚିରି ସେଥିରେ ଡାକ୍ତର ଏସବୁ ପରାମର୍ଶ ଲେଖିବା ଦେଖି ରୋଗୀ ଓ ସମ୍ପର୍କୀୟମାନେ ଏ ନେଇ ପଚାରିବାରୁ ଡାକ୍ତର ବିରକ୍ତ ହୋଇ ଇଚ୍ଛା ହେଲେ ଚିକିତ୍ସା ପାଇଁ ଯାଅ, ନଚେତ୍‌ ଘରକୁ ପଳାଅ ବୋଲି କହିଥିଲେ। ଏ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିବାରୁ ମେଡିକାଲରେ ସିଟି ସ୍କାନ ମେଶିନ ଖରାପ ଥିବା ଡାକ୍ତର ସଫେଇ ଦେଇଥିଲେ। ତେବେ ପାଟିତୁଣ୍ଡ ଶୁଣି ଜମା ହୋଇଥିବା କର୍ମଚାରୀମାନେ ସିଟି ସ୍କାନ୍‌ ଠିକ୍‌ ଥିବା ଡାକ୍ତରଙ୍କୁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ପରେ ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ଲିଟୁ ଗୋଚ୍ଛାୟତ, କଣିହଁା ଘଣ୍ଟିଆନାଳୀର ପପୁ ପ୍ରଧାନ ଓ ଛେଣ୍ଡିପଦା ବ୍ଲକ ବାଗେଡ଼ିଆର ଶାନ୍ତିଲାତା ସାହୁ ସିଡିଏମ୍‌ଓ ଅଭୟ କୁମାର ଦାଶ ଓ ଏଡିଏମ୍‌ଓ (ମେଡିକାଲ) ମାନସ ରଞ୍ଜନ ବିଶ୍ୱାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମେଡିକାଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ୍‌ କରିଥିଲେ। ସିଟି ସ୍କାନ୍‌ ମେଡିକାଲରେ କରିବାକୁ ଅନୁମତି ମଧ୍ୟ ଦେଇଥିବା ଜଣାପଡ଼ିଛି।

ସରକାରୀ ସୁବିଧା କାହା ପାଇଁ
ଉତ୍ତମ ସେବା ଯୋଗାଇ ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଉଥିଲେ ମଧ୍ୟ ତାହା ରୋଗୀଙ୍କୁ ମିଳୁ ନାହିଁ। ଅନେକ ସମୟରେ କେତେଜଣ ଡାକ୍ତର ସିଧାସଳଖ ଭାବେ ନର୍ସିଂହୋମ୍‌କୁ ଯିବାକୁ କହୁଛନ୍ତି। ତେଣୁ ସରକାରୀ ଚିକିତ୍ସାଳୟରେ କରାଯାଇଥିବା ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି।
-ପପୁ ପ୍ରଧାନ, ଘଣ୍ଟିଆନାଳୀ (ରୋଗୀଙ୍କ ସମ୍ପର୍କୀୟ)

ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନାହିଁ
କାନକୁ ଠିକ୍‌ ଭାବେ ଶୁଣାଯାଉ ନାହିଁ। ଡାକ୍ତରଖାନା ଦେଖାଇବାକୁ ଆସିଥିଲି। ହେଲେ ଡାକ୍ତର କିଛି ନ ବୁଝି ସିଧା ଚିଠା ଚିରି ନର୍ସିଂହୋମ ଯିବାକୁ ଲେଖିଦେଲେ। ତାଙ୍କୁ ପଚାରିବାରୁ ଏଠାରେ ସୁବିଧା ନ ଥିବାରୁ ଅନ୍ୟତ୍ର ଯିବା କଥା ଲେଖିଥିବା ସଫେଇ ଦେଇଥିଲେ। ଏ ନେଇ ସିଡିଏମ୍‌ଓଙ୍କୁ ଅଭିଯୋଗ କରାଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
-ଶାନ୍ତିଲତା ସାହୁ, ବାଗେଡ଼ିଆ (ରୋଗୀ)

କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଚିତ୍ର ବ୍ୟବସ୍ଥା ଦେଖାଯାଉଛି। କେତେଜଣ ଡାକ୍ତର ଏଠାରୁ ରୋଗୀମାନଙ୍କୁ ଘରୋଇ ମେଡିକାଲକୁ ପଠାଇ ଅଧିକ ଅର୍ଥ ରୋଜଗାର କରିବାରେ ବ୍ୟସ୍ତ ରହୁଛନ୍ତି। ତେଣୁ ଏପରି ଅଭିଯୋଗ ଆସିବା ମାତ୍ରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ୍‌ କରାଯାଇଛି
ଏପରି ଅଭିଯୋଗ ଆମ ନିକଟକୁ ଆସିବା ପରେ ତୁରନ୍ତ ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ୍‌ କରାଯାଇଛି। ମେଡିକାଲ ସିଟି ସ୍କାନ୍‌ ଠିକ୍‌ ଥିବା ଡାକ୍ତର ଜାଣି ନ ଥିବା କହିଛନ୍ତି। ତେବେ ମେଶିନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଥିବା ସମ୍ପର୍କରେ ତାଙ୍କୁ ଜଣାଯିବା ସହ ରୋଗୀମାନଙ୍କ ଆବଶ୍ୟକ ପରୀକ୍ଷା କରାଯାଇଛି।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri