ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ ନାନା ବ୍ୟବସ୍ଥା କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ସୋମବାର ଜଣେ ଡାକ୍ତରଙ୍କ ସହ ରୋଗୀଙ୍କ ପାଟିତୁଣ୍ଡ ପରେ ଏପରି ଘଟଣା ସମସ୍ତଙ୍କ ନଜରକୁ ଆସିଛି। ମେଡିକାଲରେ ସିଟି ସ୍କାନ ସୁବିଧା ଉପଲବ୍ଧ ସତ୍ତ୍ୱେ ଜଣେ ରୋଗୀଙ୍କୁ ଡାକ୍ତର ନର୍ସିଂହୋମ ଯିବାକୁ ପରାମର୍ଶ ଦେଇଥିବା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି।

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁସ୍ଥ ବାତାବରଣ ଫେରାଇବା ସହ ଦଲାଲ ମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଥିଲେ। ୨୦୧୯ରେ ଦୁଇ ଜଣ ଦଲାଲଙ୍କୁ ଗିରଫ ମଧ୍ୟ କରାଯାଇଥିଲା। କିନ୍ତୁ ଏଠାରେ ସୁସ୍ଥ ବାତାବରଣ ଫେରିବା ବଦଳରେ ରୋଗୀଙ୍କୁ ନର୍ସିଂହୋମ ଓ କ୍ଲିନିକ ପଠାଇ ଶୋଷଣ କରାଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ପୂର୍ବାହ୍ନରେ କର୍ଣ୍ଣ, ନାଶା, ଗଳା (ଇଏନ୍‌ଟି) ବିଭାଗୀୟ ଡାକ୍ତରଙ୍କ ନିକଟକୁ ୩ ଜଣ ରୋଗୀ ଆସିଥିଲେ। ସେମାନେ ଆଉଟ୍‌ଡୋରରୁ ଟିକେଟ୍‌ କରି କାଜୁଆଲଟିରେ ଥିବା ଜଣେ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ। ରୋଗୀ ଦେଖିବା ପରେ ସମ୍ପୃକ୍ତ ଡାକ୍ତର ଇଏନ୍‌ଟି ସମସ୍ୟା ଥିବାରୁ ସିଟି ସ୍କାନ୍‌ ପାଇଁ ଏକ ନର୍ସିଂହୋମ ଓ ଚିକିତ୍ସା ପାଇଁ ଘରୋଇ କ୍ଲିନିକ୍‌ ଯିବାକୁ ପରାମର୍ଶ ଦେଇଥିଲେ। ଆଉଟଡୋର୍‌ ଟିକେଟ୍‌ ଚିରି ସେଥିରେ ଡାକ୍ତର ଏସବୁ ପରାମର୍ଶ ଲେଖିବା ଦେଖି ରୋଗୀ ଓ ସମ୍ପର୍କୀୟମାନେ ଏ ନେଇ ପଚାରିବାରୁ ଡାକ୍ତର ବିରକ୍ତ ହୋଇ ଇଚ୍ଛା ହେଲେ ଚିକିତ୍ସା ପାଇଁ ଯାଅ, ନଚେତ୍‌ ଘରକୁ ପଳାଅ ବୋଲି କହିଥିଲେ। ଏ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିବାରୁ ମେଡିକାଲରେ ସିଟି ସ୍କାନ ମେଶିନ ଖରାପ ଥିବା ଡାକ୍ତର ସଫେଇ ଦେଇଥିଲେ। ତେବେ ପାଟିତୁଣ୍ଡ ଶୁଣି ଜମା ହୋଇଥିବା କର୍ମଚାରୀମାନେ ସିଟି ସ୍କାନ୍‌ ଠିକ୍‌ ଥିବା ଡାକ୍ତରଙ୍କୁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ପରେ ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ଲିଟୁ ଗୋଚ୍ଛାୟତ, କଣିହଁା ଘଣ୍ଟିଆନାଳୀର ପପୁ ପ୍ରଧାନ ଓ ଛେଣ୍ଡିପଦା ବ୍ଲକ ବାଗେଡ଼ିଆର ଶାନ୍ତିଲାତା ସାହୁ ସିଡିଏମ୍‌ଓ ଅଭୟ କୁମାର ଦାଶ ଓ ଏଡିଏମ୍‌ଓ (ମେଡିକାଲ) ମାନସ ରଞ୍ଜନ ବିଶ୍ୱାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମେଡିକାଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ୍‌ କରିଥିଲେ। ସିଟି ସ୍କାନ୍‌ ମେଡିକାଲରେ କରିବାକୁ ଅନୁମତି ମଧ୍ୟ ଦେଇଥିବା ଜଣାପଡ଼ିଛି।

ସରକାରୀ ସୁବିଧା କାହା ପାଇଁ
ଉତ୍ତମ ସେବା ଯୋଗାଇ ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଉଥିଲେ ମଧ୍ୟ ତାହା ରୋଗୀଙ୍କୁ ମିଳୁ ନାହିଁ। ଅନେକ ସମୟରେ କେତେଜଣ ଡାକ୍ତର ସିଧାସଳଖ ଭାବେ ନର୍ସିଂହୋମ୍‌କୁ ଯିବାକୁ କହୁଛନ୍ତି। ତେଣୁ ସରକାରୀ ଚିକିତ୍ସାଳୟରେ କରାଯାଇଥିବା ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି।
-ପପୁ ପ୍ରଧାନ, ଘଣ୍ଟିଆନାଳୀ (ରୋଗୀଙ୍କ ସମ୍ପର୍କୀୟ)

ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନାହିଁ
କାନକୁ ଠିକ୍‌ ଭାବେ ଶୁଣାଯାଉ ନାହିଁ। ଡାକ୍ତରଖାନା ଦେଖାଇବାକୁ ଆସିଥିଲି। ହେଲେ ଡାକ୍ତର କିଛି ନ ବୁଝି ସିଧା ଚିଠା ଚିରି ନର୍ସିଂହୋମ ଯିବାକୁ ଲେଖିଦେଲେ। ତାଙ୍କୁ ପଚାରିବାରୁ ଏଠାରେ ସୁବିଧା ନ ଥିବାରୁ ଅନ୍ୟତ୍ର ଯିବା କଥା ଲେଖିଥିବା ସଫେଇ ଦେଇଥିଲେ। ଏ ନେଇ ସିଡିଏମ୍‌ଓଙ୍କୁ ଅଭିଯୋଗ କରାଗଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
-ଶାନ୍ତିଲତା ସାହୁ, ବାଗେଡ଼ିଆ (ରୋଗୀ)

କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଚିତ୍ର ବ୍ୟବସ୍ଥା ଦେଖାଯାଉଛି। କେତେଜଣ ଡାକ୍ତର ଏଠାରୁ ରୋଗୀମାନଙ୍କୁ ଘରୋଇ ମେଡିକାଲକୁ ପଠାଇ ଅଧିକ ଅର୍ଥ ରୋଜଗାର କରିବାରେ ବ୍ୟସ୍ତ ରହୁଛନ୍ତି। ତେଣୁ ଏପରି ଅଭିଯୋଗ ଆସିବା ମାତ୍ରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ୍‌ କରାଯାଇଛି
ଏପରି ଅଭିଯୋଗ ଆମ ନିକଟକୁ ଆସିବା ପରେ ତୁରନ୍ତ ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ୍‌ କରାଯାଇଛି। ମେଡିକାଲ ସିଟି ସ୍କାନ୍‌ ଠିକ୍‌ ଥିବା ଡାକ୍ତର ଜାଣି ନ ଥିବା କହିଛନ୍ତି। ତେବେ ମେଶିନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଥିବା ସମ୍ପର୍କରେ ତାଙ୍କୁ ଜଣାଯିବା ସହ ରୋଗୀମାନଙ୍କ ଆବଶ୍ୟକ ପରୀକ୍ଷା କରାଯାଇଛି।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri