ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୦ା୩: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା, ମୋରମ, ବାଲି, କଳାମୁଗୁନି ପଥର, ବଉଳମାଳା (ମନ୍ଦିର ନିର୍ମାଣରେ ବ୍ୟବହୃତ ମୂଲ୍ୟବାନ ପଥର) ଚାଲାଣ କରୁଛନ୍ତି। ବେଆଇନ ଭାବେ ପାହାଡ଼ ଖନନ ଚାଲିଛି। ଏଠାରୁ ପଥର ଜିଲା ତଥା ଜିଲା ବାହାରକୁ ଚାଲାଣ ହେଉଛି। ପ୍ରଶାସନ ପକ୍ଷରୁ ଚଢାଉ ଓ ଜରିମାନା ଆଦାୟ ସତ୍ତ୍ୱେ ଫରକ ପଡୁନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି, ସରକାରୀ ଏବଂ ଗୋଚର ଜମି ଉପରେ ଏମାନଙ୍କ ନଜର ରହିଛି।
ଭୁବନେଶ୍ୱର ତଳି ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ବେଆଇନ ଭାବେ ପଥର ଓ ମୋରମ ଚାଲାଣ ଚାଲିଛି। ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ ଆରିଆପଡ଼ା ବୃଷବନ୍ଧ ପାହାଡ଼, ୧୬ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ରହିଥିବା ପାହାଡ଼କୁ ନଣ୍ଡା କରିସାରିଲେଣି ମାଫିଆ। ରାଜପଥ ସମ୍ପ୍ରସାରଣ ଆଳରେ ପଥର ଓ ମୋରମ ଚାଲାଣ କରାଯାଉଛି। ପ୍ରଶାସନ ପକ୍ଷରୁ ସାରଞ୍ଜାମ ଜବତ ହେଉଛି, ପରେ ମୋଟା ଅଙ୍କ ନେଇ ଅଭିଯୁକ୍ତଙ୍କୁ ଖସାଇ ଦିଆଯାଉଛି। ପଥର, ମୋରମ ଚାଲାଣ ଯୋଗୁ ରାସ୍ତାଘାଟ ଖାଲଖମା ହୋଇଛି। ଅସରାଏ ବର୍ଷା ହେଲେ କୃତ୍ରିମ ହ୍ରଦ ପାଲଟୁଛି। ଜାତୀୟ ରାଜପଥ ଏମାନଙ୍କ ଗଳାବାଟ ସାଜିଛି। ପ୍ରଶାସନ ପକ୍ଷରୁ ଖଣି ଉପରେ ଚଢ଼ାଉ ହେଉଛି। ମେଶିନ, ଯନ୍ତ୍ରପାତି ଓ ମାଲ ବୋଝେଇ ଟ୍ରକ ଆଦି ଭାରି ଯାନବାହନ ଜବତ କରାଯାଉଛି। କିନ୍ତୁ ମାଫିଆ ଖସିଯାଉଛନ୍ତି। ଚୋରା ଚାଲାଣ ପଛରେ ରାଜନୈତିକ ବ୍ୟକ୍ତି, ବଡ଼ବଡ଼ିଆଙ୍କ ହାତ ରହିଥିବାବେଳେ ପ୍ରଶାସନ ଓ ପୋଲିସ ଚୁପ ବସିଥିବା ସାଧାରଣରେ ଅଭିଯୋଗ ହେଉଛି। ଚୋରା ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବେଆଇନ ପଥର ଖନନ ଓ ଚାଲାଣ, ବ୍ଲାଷ୍ଟିଙ୍ଗ୍‌ ବନ୍ଦ କରାଯିବା ସହ ଗୋଚର, ଶ୍ରୀମନ୍ଦିର ପ୍ରଶାସନ ଜମିକୁ ସୁରକ୍ଷା ଦେବାକୁ ଅଞ୍ଚଳବାସୀ ଦାବିକରି ଆସୁଛନ୍ତି। ଏ ନେଇ ପ୍ରଶାସନକୁ ଅଭିଯୋଗ ମଧ୍ୟ କରୁଛନ୍ତି। ହେଲେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ପ୍ରଶାସନ ଚୁପ୍‌ ବସିପଡୁଛି। ପୂର୍ବରୁ ଏସ୍‌ଟିଏଫ୍‌ର ଚଢ଼ାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିଥିଲା। ତେବେ କିଛି ଦିନ ପରେ ଏହି ଚଢାଉ ଶିଥିଳ ପଡ଼ିିଗଲା। ପ୍ରଶାସନର ଚଢାଉ କେବଳ ଲୋକ ଦେଖାଣିଆ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଚୋରା ଚାଲାଣକୁ ରୋକା ନ ଗଲେ ଆଗକୁ ଖୋର୍ଦ୍ଧା ସହରର ଲଘୁ ଖଣିଜ ସମ୍ପଦ ଲୋପ ପାଇଯିବ ବୋଲି ପରିବେଶବିତ ମତ ଦେଉଛନ୍ତି।
ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଲଘୁ ଖଣିଜ ଚୋରା ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଶାସନ, ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ଗଠନ ହୋଇଛି। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥରଖଣି ଓ କ୍ରଶର ୟୁନିଟ ଉପରେ ଚଢାଉ କରୁଛି। ଚୋରା ଚାଲାଣରେ ବ୍ୟବହୃତ ଯାନବାହନ ଧରାପଡିଲେ ଜବତ କରାଯାଇ ଜରିମାନା ଆଦାୟ ସହ ଏହାର ଲାଇସେନ୍ସ ରଦ୍ଦ କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ ସହ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ। ଆଗାମୀ ଦିନରେ ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri