ଫେବୃୟାରୀରୁ ଫାଟି ଆଁ

ବଇଣ୍ଡା,୧୯ା୧୧(ଡି.ଏନ.ଏ.) ଲୋକଙ୍କ ନିକଟରେ ସ୍ବଚ୍ଛ ପାଣି ପହଞ୍ଚାଇବା ପାଇଁ ୧୪ ବର୍ଷ ତଳେ ନିର୍ମାଣ ହୋଇଥିଲା ଜଳ ଯୋଗାଣ ପ୍ରକଳ୍ପ। ଏହା ଶତପ୍ରତିଶତ ସଫଳ ନ ହେବାରୁ ଦ୍ୱିତୀୟ କୂଅ ଖୋଳାଯାଇଥିଲା। ହେଲେ ଭୂତଳ ଜଳ ହ୍ରାସ କାରଣରୁ ବର୍ଷର ଅଧା ଦିନ ପାଣି ମିଳୁ ନ ଥିଲା। ଯାହା ଯେତିକି ଆସୁଥିଲା ୮ ମାସ ହେଲା ତାହା ମଧ୍ୟ ବନ୍ଦ ହୋଇଯାଇଛି। ଗତ ଫେବୃୟାରୀରୁ ପାଇପ୍‌ ଫାଟି ଆଁ କରିଥିବାରୁ ଜଳ ସଙ୍କଟରେ ପଡ଼ିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତବାସୀ।
ଲୋକଙ୍କ କହିବା ଅନୁଯାୟୀ, ପଞ୍ଚାୟତର ୯ ଗଁା ସତ୍ୟବାଦୀପୁର, କଳାପାଟନାଳୀ, ନୂଆ କୋଡାସାହି, ପୁରୁଣା କୋଡ଼ାସାହି, ନୂଆ ଦଳିତସାହି, ପୁରୁଣା ଦଳିତସାହି, ଖଇରାସାହି, କଲେଜସାହି, ପାଇକସାହିକୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୦୬ରେ ପ୍ରକଳ୍ପ ନିର୍ମାଣ କରିଥିଲେ। ରାଜାବନ୍ଧ ନିକଟରେ କୂଳ ଖୋଳାଯିବା ସହ ସମସ୍ତ ଗ୍ରାମକୁ ପାଇପ୍‌ ବିଛାଯାଇଥିଲା। ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଆବଶ୍ୟକ ପାଣି ଅଭାବରୁ କଳାପାଟନାଳୀ ଓ ସତ୍ୟବାଦୀପୁର ଗ୍ରାମବାସୀ ଏହି ସୁବିଧାରୁ ବଞ୍ଚିତ ରହିଥିଲେ। ତେଣୁ ସମସ୍ୟାର ସମାଧାନ ପାଇଁ ନାଳ ନିକଟରେ ୨୦୦୯ରେ ଆଉ ଏକ କୂଅ ଖୋଳାଯାଇଥିଲା। ହେଲେ ପଞ୍ଚାୟତକୁ ବର୍ଷତମାମ ଜଳ ଯୋଗାଣ ସମ୍ଭବ ହୋଇପାରି ନ ଥିଲା। ବିଶେଷକରି ଗ୍ରୀଷ୍ମ ସମୟରେ ଭୂତଳ ଜଳସ୍ତର ହ୍ରାସ ଯୋଗୁ କଳାପାଟନାଳୀ ଓ ସତ୍ୟବାଦୀପୁର ଗ୍ରାମବାସୀ ଆଦୌ ପାଣି ପାଇପାରୁ ନ ଥିଲେ। ଅନ୍ୟ ୭ଟି ଗ୍ରାମବାସୀ ଅଳ୍ପରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ଗତ ଫେବୃୟାରୀ ମାସରେ ପ୍ରକଳ୍ପର ପାଇପ୍‌ଗୁଡ଼ିକ ଫାଟି ଯାଇଥିବାରୁ ପାଣି ଯୋଗାଣ ଆଦୌ ସମ୍ଭବ ହୋଇପାରୁ ନାହିଁ। କେତେକ ଗ୍ରାମରେ ଥିବା ନଳକୂଅ ଅଚଳ ହୋଇପଡ଼ିଥିବାରୁ ଲୋକେ ଖୋଲା କୂଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ପାଇକସାହି, ସତ୍ୟବାଦୀପୁର ଗ୍ରାମବାସୀ ବହୁବାର ଆଠମଲ୍ଲିକ ଜଳଯୋଗାଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ପାଇକସାହି ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ।

ପାଇପ୍‌ ଦେଖୁଛୁ, ପାଣି ନାହିଁ
୧୪ ବର୍ଷ ହେଲା ଗ୍ରାମକୁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଦିନଟିଏ ପାଣି ଆସିନାହିଁ। ତେଣୁ ଗୋଟିଏ ନଳକୂଅ ଉପରେ ୭୦ ପରିବାର ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯାଉ ନାହିଁ।
-ବିଜୁଳି ସେନାପତି, ସତ୍ୟବାଦୀପୁର

୮ ମାସ ହେଲା ଆସୁନି
ଗ୍ରାମକୁ ୮ ମାସ ହେଲା ଜଳ ଯୋଗାଣ ହୋଇନାହିଁ। ପୂର୍ବରୁ ଆସୁଥିବା ଅଳ୍ପ ପାଣିରେ ଶୋଷ ମେଣ୍ଟୁ ନ ଥିବାରୁ ବାଧ୍ୟ ହୋଇ ଲୋକେ ଖୋଲା କୂଅ ଉପରେ ନିର୍ଭର କରୁଥିଲେ। ଅସୁବିଧା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ହେଁ ସମାଧାନ କରାଯାଉନାହିଁ।
-ଶୈଳ ବେହେରା, ପାଇକସାହି

ଖରାଦିନେ ଅଧିକ କଷ୍ଟ
ଜଳ ଯୋଗାଣ ପାଇଁ ଗ୍ରାମରେ ପାଇପ ବିଛାଯାଇଥିଲା। କିନ୍ତୁ ପାଇପ ଫାଟି ଯାଇଥିବାରୁ ପାଣି ଆସୁନାହିଁ। ଖରାଦିନେ ସମସ୍ୟା ଅଧିକ ସଙ୍ଗୀନ ହେଉଛି। ତେଣୁ ବିଭାଗୀୟ ଅଧିକାରୀ ଏ ଦିଗରେ ଗୁରୁତ୍ୱ ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ।
-କୁମୁଦିନୀ ଗଡତିଆ, ଖଇରାସାହି

ନୂତନ ପ୍ରକଳ୍ପ ନିର୍ମାଣ ହେଉ
ପାଇକସାହିରେ ଜଳ ସମସ୍ୟା ଦୀର୍ଘଦିନର। ଗୋଟିଏ ପ୍ରକଳ୍ପ ୯ଟି ଗ୍ରାମକୁ ଜଳଯୋଗାଣ କରିପାରୁ ନାହିଁ। ଫଳରେ ପଞ୍ଚାୟତର ସବୁ ଲୋକ ପାଣି ପାଇପାରୁନାହାନ୍ତି। ସରକାର ଏକ ନୂତନ ପ୍ରକଳ୍ପ ନିର୍ମାଣ କରନ୍ତୁ। ସ୍ଥାନୀୟ ବିଧାୟକ ଏ ଦିଗରେ ଗୁରୁତ୍ୱ ଦିଅନ୍ତୁ।
-ଅମିତ କୁମାର ବେହେରା, କୋଡାସାହି

ନଳକୂଅ ନାହିଁ, ପାଇପ୍‌ ପାଣି ବନ୍ଦ
ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ବିକଳ୍ପ ପାଇଁ ଆବଶ୍ୟକ ପରିମାଣର ନଳକୂଅ ନାହିଁ। ଦୀର୍ଘ ମାସ ହେଲା ସ୍ବଚ୍ଛ ପାଣି ଆସୁ ନ ଥିବାରୁ ଲୋକେ ଖୋଲାକୂଅ ନିକଟରେ ଭିଡ଼ ଲଗାଉଛନ୍ତି। ପଦକ୍ଷେପ ନେବାକୁ ଗ୍ରାମ କମିଟି ପକ୍ଷରୁ ଚିଠି କରାଯିବ।
-ସିଦ୍ଧେଶ୍ୱର ନାୟକ, ସଭାପତି, ପାଇକସାହି


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri