ଫେବୃୟାରୀରୁ ଫାଟି ଆଁ

ବଇଣ୍ଡା,୧୯ା୧୧(ଡି.ଏନ.ଏ.) ଲୋକଙ୍କ ନିକଟରେ ସ୍ବଚ୍ଛ ପାଣି ପହଞ୍ଚାଇବା ପାଇଁ ୧୪ ବର୍ଷ ତଳେ ନିର୍ମାଣ ହୋଇଥିଲା ଜଳ ଯୋଗାଣ ପ୍ରକଳ୍ପ। ଏହା ଶତପ୍ରତିଶତ ସଫଳ ନ ହେବାରୁ ଦ୍ୱିତୀୟ କୂଅ ଖୋଳାଯାଇଥିଲା। ହେଲେ ଭୂତଳ ଜଳ ହ୍ରାସ କାରଣରୁ ବର୍ଷର ଅଧା ଦିନ ପାଣି ମିଳୁ ନ ଥିଲା। ଯାହା ଯେତିକି ଆସୁଥିଲା ୮ ମାସ ହେଲା ତାହା ମଧ୍ୟ ବନ୍ଦ ହୋଇଯାଇଛି। ଗତ ଫେବୃୟାରୀରୁ ପାଇପ୍‌ ଫାଟି ଆଁ କରିଥିବାରୁ ଜଳ ସଙ୍କଟରେ ପଡ଼ିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତବାସୀ।
ଲୋକଙ୍କ କହିବା ଅନୁଯାୟୀ, ପଞ୍ଚାୟତର ୯ ଗଁା ସତ୍ୟବାଦୀପୁର, କଳାପାଟନାଳୀ, ନୂଆ କୋଡାସାହି, ପୁରୁଣା କୋଡ଼ାସାହି, ନୂଆ ଦଳିତସାହି, ପୁରୁଣା ଦଳିତସାହି, ଖଇରାସାହି, କଲେଜସାହି, ପାଇକସାହିକୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ୨୦୦୬ରେ ପ୍ରକଳ୍ପ ନିର୍ମାଣ କରିଥିଲେ। ରାଜାବନ୍ଧ ନିକଟରେ କୂଳ ଖୋଳାଯିବା ସହ ସମସ୍ତ ଗ୍ରାମକୁ ପାଇପ୍‌ ବିଛାଯାଇଥିଲା। ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଆବଶ୍ୟକ ପାଣି ଅଭାବରୁ କଳାପାଟନାଳୀ ଓ ସତ୍ୟବାଦୀପୁର ଗ୍ରାମବାସୀ ଏହି ସୁବିଧାରୁ ବଞ୍ଚିତ ରହିଥିଲେ। ତେଣୁ ସମସ୍ୟାର ସମାଧାନ ପାଇଁ ନାଳ ନିକଟରେ ୨୦୦୯ରେ ଆଉ ଏକ କୂଅ ଖୋଳାଯାଇଥିଲା। ହେଲେ ପଞ୍ଚାୟତକୁ ବର୍ଷତମାମ ଜଳ ଯୋଗାଣ ସମ୍ଭବ ହୋଇପାରି ନ ଥିଲା। ବିଶେଷକରି ଗ୍ରୀଷ୍ମ ସମୟରେ ଭୂତଳ ଜଳସ୍ତର ହ୍ରାସ ଯୋଗୁ କଳାପାଟନାଳୀ ଓ ସତ୍ୟବାଦୀପୁର ଗ୍ରାମବାସୀ ଆଦୌ ପାଣି ପାଇପାରୁ ନ ଥିଲେ। ଅନ୍ୟ ୭ଟି ଗ୍ରାମବାସୀ ଅଳ୍ପରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲେ। ତେବେ ଗତ ଫେବୃୟାରୀ ମାସରେ ପ୍ରକଳ୍ପର ପାଇପ୍‌ଗୁଡ଼ିକ ଫାଟି ଯାଇଥିବାରୁ ପାଣି ଯୋଗାଣ ଆଦୌ ସମ୍ଭବ ହୋଇପାରୁ ନାହିଁ। କେତେକ ଗ୍ରାମରେ ଥିବା ନଳକୂଅ ଅଚଳ ହୋଇପଡ଼ିଥିବାରୁ ଲୋକେ ଖୋଲା କୂଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ପାଇକସାହି, ସତ୍ୟବାଦୀପୁର ଗ୍ରାମବାସୀ ବହୁବାର ଆଠମଲ୍ଲିକ ଜଳଯୋଗାଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ପାଇକସାହି ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ।

ପାଇପ୍‌ ଦେଖୁଛୁ, ପାଣି ନାହିଁ
୧୪ ବର୍ଷ ହେଲା ଗ୍ରାମକୁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଦିନଟିଏ ପାଣି ଆସିନାହିଁ। ତେଣୁ ଗୋଟିଏ ନଳକୂଅ ଉପରେ ୭୦ ପରିବାର ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯାଉ ନାହିଁ।
-ବିଜୁଳି ସେନାପତି, ସତ୍ୟବାଦୀପୁର

୮ ମାସ ହେଲା ଆସୁନି
ଗ୍ରାମକୁ ୮ ମାସ ହେଲା ଜଳ ଯୋଗାଣ ହୋଇନାହିଁ। ପୂର୍ବରୁ ଆସୁଥିବା ଅଳ୍ପ ପାଣିରେ ଶୋଷ ମେଣ୍ଟୁ ନ ଥିବାରୁ ବାଧ୍ୟ ହୋଇ ଲୋକେ ଖୋଲା କୂଅ ଉପରେ ନିର୍ଭର କରୁଥିଲେ। ଅସୁବିଧା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ହେଁ ସମାଧାନ କରାଯାଉନାହିଁ।
-ଶୈଳ ବେହେରା, ପାଇକସାହି

ଖରାଦିନେ ଅଧିକ କଷ୍ଟ
ଜଳ ଯୋଗାଣ ପାଇଁ ଗ୍ରାମରେ ପାଇପ ବିଛାଯାଇଥିଲା। କିନ୍ତୁ ପାଇପ ଫାଟି ଯାଇଥିବାରୁ ପାଣି ଆସୁନାହିଁ। ଖରାଦିନେ ସମସ୍ୟା ଅଧିକ ସଙ୍ଗୀନ ହେଉଛି। ତେଣୁ ବିଭାଗୀୟ ଅଧିକାରୀ ଏ ଦିଗରେ ଗୁରୁତ୍ୱ ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ।
-କୁମୁଦିନୀ ଗଡତିଆ, ଖଇରାସାହି

ନୂତନ ପ୍ରକଳ୍ପ ନିର୍ମାଣ ହେଉ
ପାଇକସାହିରେ ଜଳ ସମସ୍ୟା ଦୀର୍ଘଦିନର। ଗୋଟିଏ ପ୍ରକଳ୍ପ ୯ଟି ଗ୍ରାମକୁ ଜଳଯୋଗାଣ କରିପାରୁ ନାହିଁ। ଫଳରେ ପଞ୍ଚାୟତର ସବୁ ଲୋକ ପାଣି ପାଇପାରୁନାହାନ୍ତି। ସରକାର ଏକ ନୂତନ ପ୍ରକଳ୍ପ ନିର୍ମାଣ କରନ୍ତୁ। ସ୍ଥାନୀୟ ବିଧାୟକ ଏ ଦିଗରେ ଗୁରୁତ୍ୱ ଦିଅନ୍ତୁ।
-ଅମିତ କୁମାର ବେହେରା, କୋଡାସାହି

ନଳକୂଅ ନାହିଁ, ପାଇପ୍‌ ପାଣି ବନ୍ଦ
ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ବିକଳ୍ପ ପାଇଁ ଆବଶ୍ୟକ ପରିମାଣର ନଳକୂଅ ନାହିଁ। ଦୀର୍ଘ ମାସ ହେଲା ସ୍ବଚ୍ଛ ପାଣି ଆସୁ ନ ଥିବାରୁ ଲୋକେ ଖୋଲାକୂଅ ନିକଟରେ ଭିଡ଼ ଲଗାଉଛନ୍ତି। ପଦକ୍ଷେପ ନେବାକୁ ଗ୍ରାମ କମିଟି ପକ୍ଷରୁ ଚିଠି କରାଯିବ।
-ସିଦ୍ଧେଶ୍ୱର ନାୟକ, ସଭାପତି, ପାଇକସାହି


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri