Posted inଖେଳ

ରୁଟ୍‌ଙ୍କୁ ରୋକିବା ପାଇଁ ଟିମ୍‌ ଇଣ୍ଡିଆକୁ ପରାମର୍ଶ

ନୂଆଦିଲ୍ଲୀ,୧୮।୮ : ପେସରଙ୍କ କାରଣରୁ ଟିମ୍‌ ଇଣ୍ଡିଆ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୧-୦ର ଅଗ୍ରଣୀ ହାସଲ କରିଛି। କିନ୍ତୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଆଗରେ ଭାରତୀୟ ପେସରମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଚଳିତ ସିରିଜ୍‌ରେ ଏବେ ସୁଦ୍ଧା ଦୁଇଟି ଟେଷ୍ଟରେ ୨ ଶତକ ସହ ସର୍ବାଧିକ ୩୮୬ ରନ କରିଥିବା ରୁଟ୍‌ ଏବେ ଫୁଲ ଫର୍ମରେ। ୨୦୦୭ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ରୁଟ୍‌ଙ୍କ ଉଇକେଟ ଶୀଘ୍ର ନେବାକୁ ପଡ଼ିବ। ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ କେଉଁ ଭଳି ଆଉଟ୍‌ କରାଯାଇପାରିବ, ସେଥି ଲାଗି ଟିମ୍‌ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି କିଛି ପ୍ରାକ୍ତନ ଖେଳାଳି।

ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସରଙ୍କ ଅନୁଯାୟୀ, ରୁଟ୍‌ କ୍ରିଜକୁ ଆସିବା କ୍ଷଣି ଯଶପ୍ରୀତ ବୁମରାଙ୍କୁ ବୋଲିଂ କରାଇବା ଉଚିତ। ରୁଟ୍‌ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କୁ ଆଉଟ୍‌ କରିବା ପାଇଁ ଅଫ୍‌ ଷ୍ଟମ୍ପ ବାହାରେ ୫ମ ଷ୍ଟମ୍ପ ଲାଇନରେ ବୋଲିଂ କରିବା ଦରକାର। ଯେମିତି ଲଡର୍‌ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ରୁଟ୍‌ଙ୍କୁ ଆଉଟ୍‌ କରିବା ପାଇଁ କୋହଲି ଏକ ସ୍ବତନ୍ତ୍ର ଉପାୟ କରିଥିଲେ, ଠିକ୍‌ ସେହିଭଳି ଆଗାମୀ ଟେଷ୍ଟରେ କରିବାକୁ ପଡ଼ିବ। ସେ ଭଲ ପୁଲ ଶଟ୍‌ ଖେଳୁଛନ୍ତି। ଏଣୁ ତାଙ୍କୁ ଶର୍ଟ ପିଚ୍‌ ବଲ ପକାଅ ନାହିଁ।

ଇଂଲଣ୍ଡ ବିପକ୍ଷରେ ୭ ମ୍ୟାଚ୍‌ ଖେଳିଥିବା ବୁମରା ୫ (୩ ଥର କ୍ୟାଚ୍‌ ଆଉଟ୍‌ ଓ ୨ ଥର ଏଲ୍‌ବିଡବ୍ଲ୍ୟୁ) ଥର ରୁଟ୍‌ଙ୍କୁ ଆଉଟ୍‌ କରିଛନ୍ତି।

ପ୍ରଥମେ ଚାପ ପକାଇ ରୁଟ୍‌ଙ୍କୁ ବିରକ୍ତ କରିବାକୁ ପଡ଼ିବ। ଯଦ୍ଦ୍ବାରା ସେ ବ୍ୟାଟିଂ ପୋଜିଶନରେ ପରିବର୍ତ୍ତନ କରିବେ, ଯାହା ଭାରତୀୟ ଦଳକୁ ଦରକାର। ଏହି ଭଳି ରୁଟ୍‌ଙ୍କୁ ଶୀଘ୍ର ଆଉଟ୍‌ କରାଯାଇପାରିବ ବୋଲି ଇଂଲଣ୍ଡ ପାଇଁ ୫୦ ଟେଷ୍ଟ ଖେଳି ୧୬୭ ଉଇକେଟ ନେଇଥିବା ପାନେସର କହିଛନ୍ତି। ସେହିଭଳି ପୂର୍ବତନ ଭାରତୀୟ ଅଧିନାୟକ ମନିନ୍ଦର ସିଂଙ୍କ ମତରେ ରୁଟ୍‌ ଯେଉଁ ଭଳି ଫର୍ମରେ ଅଛନ୍ତି, ତାଙ୍କୁ ଆଉଟ୍‌ କରିବା ଲାଗି ଧୈର୍ଯ୍ୟର ସହ ଉଚିତ ଲାଇନ ଓ ଲେନ୍ଥରେ ବୋଲିଂ କରିବାକୁ ପଡ଼ିବ। ସେ ଅନ୍ୟ କୌଣସି ଉପାୟ ନ ପାଇ ଭୁଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri