ସରକାରଙ୍କ ଯୋଜନା, ଚିନ୍ତାରେ ବିଶେଷଜ୍ଞ: ପର୍ଯ୍ୟଟନ ପାଇଁ କୋହଳ ହେବ ପରିବେଶ କଟକଣା

ଭୁବନେଶ୍ୱର,୨୪ା୬ (ରବିନାରାୟଣ ଜେନା):ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ (ଇଏସ୍‌ଜେଡ୍‌)ରେ ନିର୍ମାଣ ଏବଂ ବ୍ୟବସାୟିକ ଗତିବିଧି ନିଷିଦ୍ଧ ରହିଛି। ଏଭଳିସ୍ଥଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମେ’ ୩୦ରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ଇଏସ୍‌ଜେଡ୍‌ ବିଜ୍ଞପ୍ତିରେ ସଂଶୋଧନ ଆଣିବାକୁ ଆଲୋଚନା କରାଯାଇଥିଲା। ଫଳରେ ଇଏସ୍‌ଜେଡ୍‌ରେ ପର୍ଯ୍ୟଟନ ସମ୍ବଳିତ ନିର୍ମାଣ ଓ ବ୍ୟବସାୟିକ କାର୍ଯ୍ୟକଳାପ କରାଯାଇପାରିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଜଙ୍ଗଲ ଜମିକୁ ଅଣଜଙ୍ଗଲ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଏନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ରହିଛି। ଅର୍ଥାତ୍‌ ଜଙ୍ଗଲ ଜମିରେ ଆତିଥ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ଅନୁମତି ଦେବା ଏବଂ ଉପକୂଳ ଅଞ୍ଚଳରେ ଅଧିକ ପର୍ଯ୍ୟଟନ ପ୍ରକଳ୍ପ ନିର୍ମାଣ ପାଇଁ ଉପକୂଳ ନିୟନ୍ତ୍ରଣ ଅଞ୍ଚଳ(ସିଆରଜେଡ୍‌) ବର୍ଗୀକରଣକୁ ପୁନଃସମୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ରହିଛି।

ଇକୋ ସେନ୍ସିଟିଭ୍‌ ଜୋନ(ଇଏସ୍‌ଜେଡ୍‌) ହେଉଛି ପ୍ରତିରୋଧକ କ୍ଷେତ୍ର। ସଂରକ୍ଷିତ ଜଙ୍ଗଲ, ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀ ଏବଂ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ଇଏସ୍‌ଜେଡ୍‌ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଖଣି ଖନନ, ନିର୍ମାଣ ଏବଂ ଶିଳ୍ପଜନିତ ପ୍ରଦୂଷଣ ଆଦି କ୍ଷତିକାରକ ମାନବୀୟ ଗତିବିଧିକୁ ପ୍ରତିରୋଧ କରାଯାଇପାରିବ। ହେଲେ ସରକାରଙ୍କ ଉପରୋକ୍ତ ଯୋଜନା ଏଥିରେ ଅନ୍ତରାୟ ସୃଷ୍ଟି କରିବ। ତେବେ କେନ୍ଦ୍ରଠାରୁ ଅନୁମତି ନେବା ସମୟରେ ସରକାରଙ୍କ ଏକ କମିଟିିର ରିପୋର୍ଟ ବିଚାରକୁ ନିଆଯିବ। ସେହି କମିଟିରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଅଧ୍ୟକ୍ଷ ରହିଥିବାବେଳେ ପିସିସିଏଫ୍‌ ବନ୍ୟପ୍ରାଣୀ, ପିସିସିଏଫ୍‌ (ହେଡ୍‌ ଅଫ୍‌ ଫରେଷ୍ଟ ଫୋର୍ସ), ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଶିମିଳିପାଳ ନିର୍ଦ୍ଦେଶକ ପ୍ରମୁଖ ରହିଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ କମିଟି ପ୍ରତି ଦୁଇମାସରେ ଥରେ ଏହି ଇକୋ ସେନ୍‌ସିଟିଭ ଜୋନ୍‌ ଅଞ୍ଚଳ ଗସ୍ତ କରି ସେଠାକାର ସମସ୍ୟା ସମ୍ପର୍କରେ ଅବଗତ ହେବେ। ତେବେ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ-୧୯୭୨ ଅନୁଯାୟୀ ଜାତୀୟ ପାର୍କ ଅଞ୍ଚଳରେ କୌଣସି ବ୍ୟବସାୟିକ ନିର୍ମାଣ ହୋଇପାରିବ ନାହିଁ। ସେହିପରି ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ ଭାବେ ବ୍ୟବହାର ଲାଗି ଗ୍ରାମସଭାର ଅନୁମତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ପରିବେଶ ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଲା, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଗାମୀ ଦିନରେ ଇକୋ ସେନ୍‌ସିଟିଭ୍‌ ଜୋନ୍‌ ତଥା ବନ୍ୟପ୍ରାଣୀ ଏବଂ ଜୈବବିବିଧତା ଉପରେ କୁପ୍ରଭାବ ପଡିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସରକାରଙ୍କ ଦ୍ୱାରା ଗଠିତ କମିଟିରେ ପରିବେଶ ବିଶେଷଜ୍ଞ, ବନ୍ୟପ୍ରାଣୀ ବୈଜ୍ଞାନିକ କିମ୍ବା କୌଣସି ଜନଜାତି ବର୍ଗର ପ୍ରତିନିଧିଙ୍କୁ ସାମିଲ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri