ଲକ୍‌ଡାଉନ ବୃଦ୍ଧି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ ଅଧିକ ହେଲା ନାହିଁ। ତେଣୁ ଆଉ କିଛିଦିନ ଲକ୍‌ଡାଉନ୍‌ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ସଂକ୍ରମଣ ପିକ୍‌ ଅତିକ୍ରମ କରିସାରିଲାଣି। ଲକ୍‌ଡାଉନ୍‌ ଠିକ୍‌ ସମୟରେ ହୋଇଥିବାରୁ ଟିପିକାଲ ପିକ୍‌ ହେଲାନାହିଁ। ବର୍ତ୍ତମାନ ସଂକ୍ରମଣ ହାର ହ୍ରାସ ପାଇଛି। ପିକ୍‌ବେଳେ ସଂକ୍ରମଣ ହାର ୨୬ ପ୍ରତିଶତ ଥିବାବେଳେ ଏବେ ୧୪ ପ୍ରତିଶତ ରହିଛି। ଆଗକୁ ଆହୁରି କମିବ। ତେବେ ବର୍ତ୍ତମାନ ଯେଉଁଭଳି ଭାବେ କଟକଣା ରହିଛି ତାହା ଜାରି ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ନିର୍ଦ୍ଦେଶାବଳୀ ଅନୁସାରେ, ସଂକ୍ରମଣ ହାର ୫ ପ୍ରତିଶତକୁ ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରିବା ଉଚିତ ନୁହେଁ। ଆଉ ଦୁଇ ସପ୍ତାହ ଅନ୍ତତଃ ଲକ୍‌ଡାଉନ କରାଯାଉ। ତା’ପରେ ସ୍ଥିତିକୁ ଦେଖି କଟକଣା ହଟେଇବାକୁ ପଡ଼ିବ। ସେହିଭଳି ଆସନ୍ତା ତିନି ଚାରି ମାସରେ ବୃହତ୍‌ ଭାବରେ ଟିକାକରଣ କରାଗଲେ ତୃତୀୟ ଲହର ଆସିବ ନାହିଁ। ଯଦି ଆସେ ତେବେ ଏହାର ପ୍ରଭାବ ପଡ଼ିବନି ବୋଲି ଡା. ମିଶ୍ର କହିଛନ୍ତି।

ବାତ୍ୟା ପରଠାରୁ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା କମ୍‌ ରହୁଛି। କମ୍‌ ଟେଷ୍ଟିଂ ଯୋଗୁ କମ୍‌ ସଂକ୍ରମିତ ଚିହ୍ନଟ ହେଉଥିବା କୁହାଯାଉଛି। ପୂର୍ବରୁ ୧୦ହଜାର ଉପରେ ଚିହ୍ନଟ ହେଉଥିବାବେଳେ ୩ଦିନ ହେବ ଏହା ତଳକୁ ରହୁଛି। କିନ୍ତୁ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଗତ ୨୪ଘଣ୍ଟାରେ ମଧ୍ୟ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୧୩୪ଜଣ ରହିଥିବାବେଳେ କଟକରୁ ୬୯୦, ଅନୁଗୋଳ ୫୧୫, ପୁରୀ ୪୫୭, ଯାଜପୁର ୪୦୬, ମୟୂରଭଞ୍ଜ ୩୨୦, ବରଗଡ଼ ୨୭୧, ବୌଦ୍ଧ ୨୫୭, ଢେଙ୍କାନାଳ ୨୫୫, ନୟାଗଡ଼ ୨୪୨, ନବରଙ୍ଗପୁର ୨୧୬ ଓ କୋରାପୁଟରୁ ୨୦୨ଜଣ ରହିଛନ୍ତି। ରାଜ୍ୟର ବାକିସବୁ ଜିଲାରେ ଦୁଇଶହଠାରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚତ୍ଛି। ସେହିଭଳି ୩୫ଜଣ ମୃତକଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ ୫ଜଣ ଥିବାବେଳେ ରାୟଗଡ଼ା ଓ କଳାହାଣ୍ଡିରୁ ୪ଜଣ ଲେଖାଏ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ନବରଙ୍ଗପୁରରୁ ୩ଜଣ ଲେଖାଏ, ବୌଦ୍ଧ, ଜଗତ୍‌ସିଂହପୁର ଓ କୋରାପୁଟରୁ ୨ଜଣ ଲେଖାଏ, କଟକ, ମାଲକାନଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୬୮୬କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଶନିବାର ଆଉ ୧୧,୫୧୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଆରୋଗ୍ୟ ସଂଖ୍ୟା ୬,୫୮,୬୪୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୮୫,୭୫୮ଜଣ ସକ୍ରିୟ ରୋଗୀ ରହିଛନ୍ତି। ସକ୍ରିୟ ରୋଗୀ କମିବା ପରେ ନୂଆପଡ଼ା ଜିଲା ୟେଲୋ ଜୋନ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଚାଲିଯାଇଛି। ଏହି ଜିଲାରେ ଏବେ ସର୍ବନିମ୍ନ ୪୭୩ଜଣ ସକ୍ରିୟ ରୋଗୀ ରହିଛନ୍ତି। ଦ୍ୱିତୀୟ ଲହର ଆରମ୍ଭରୁ ନୂଆପଡ଼ା ସମେତ ଛତିଶଗଡ଼ର ସୀମାନ୍ତ ଜିଲାରେ ଦୈନିକ ସଂକ୍ରମଣ ସର୍ବାଧିକ ରହୁଥିଲା। ରାଜ୍ୟ ସରକାର ସୀମା ସିଲ୍‌ କରିବାକୁ ବାଧ୍ୟ ହୋଇଥିଲେ। ଏବେ କିନ୍ତୁ ଏସବୁ ସ୍ଥାନରେ କମ୍‌ ସଂକ୍ରମଣ ଚିହ୍ନଟ ହୋଉଛନ୍ତି। ତେବେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୨,୨୯୮ଜଣ ସକ୍ରିୟ ରୋଗୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri