ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ। ଏହାକୁ ଏକ ନିୟାମକ ଦ୍ୱାରା ପରିଚାଳନା କରାଯାଉଛି, ଯାହା ବିଶେଷଜ୍ଞତାକୁ ଏକ ଅତିରିକ୍ତ ବିଷୟ ଭାବେ ଦେଖେ। ସାରା ବିଶ୍ୱରେ ବିମାନ ନିୟାମକଗୁଡ଼ିକ ସେହି ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ, ଯେଉଁମାନେ ସେମାନଙ୍କ ଜୀବନକୁ କକ୍‌ପିଟ୍‌, ଟାୱାର ନିୟନ୍ତ୍ରଣ, ବିମାନ ବୋର୍ଡରୁମ୍‌ କିମ୍ବା ଇଞ୍ଜିନିୟରିଂ ହ୍ୟାଙ୍ଗରରେ ସୀମିତ ରଖିଥାନ୍ତି। ବ୍ରିଟେନ ଜଣେ କମର୍ସିଆଲ ପାଇଲଟଙ୍କୁ ବିଶ୍ୱାସକରେ। ଏକ ପ୍ରମୁଖ ବିମାନ ସେବା ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଆମେରିକା ବାଛିଥିଲା । ଫ୍ରାନ୍ସ ଏବଂ ଚାଇନାର ଇଞ୍ଜିନିୟରମାନେ ଟ୍ରୁବୁଲେନ୍ସ ଏବଂ ଅକ୍ଷମତା ମଧ୍ୟରେ ପାର୍ଥକ୍ୟକୁ ଜାଣିଥାନ୍ତି। ଏହି ଦେଶଗୁଡ଼ିକ ବିଶେଷଜ୍ଞତାକୁ ଏକ ଆବଶ୍ୟକତା ବୋଲି ବିବେଚନା କରନ୍ତି। ଭାରତରେ ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ ଆଭିଏସନ( ଡିଜିସିଏ)ପଦବୀରେ ପ୍ରାୟତଃ ଜଣେ ବାବୁ ରହନ୍ତି, ଯାହାଙ୍କ କ୍ୟାରିୟର କୃଷି, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଆଦିରେ କଟିଥାଏ। ଆମ ବ୍ୟବସ୍ଥା ବିଶ୍ୱାସ ଉପରେ କାର୍ଯ୍ୟ କରୁଥିବା ମନେହୁଏ । ଯଦି ଆପଣ ଜଣେ ଜିଲା ମାଜିଷ୍ଟ୍ରେଟ୍‌ ହୋଇଥିବେ, ତେବେ ଆପଣ ଉଡ଼ାଣ ସୁରକ୍ଷା ନିୟମ, ବିମାନ ଉଡ଼ାଣ ଯୋଗ୍ୟତା ଏବଂ ପାଇଲଟ ଲାଇସେନ୍ସିଂ ପରିଚାଳନା କରିପାରିବେ ବୋଲି ଆମର ଧାରଣା ରହିଛି। ବିମାନ ଚଳାଚଳ ଅନୁମାନ ଆଧାରିତ କାର୍ଯ୍ୟ ଏବଂ ବିଶେଷକରି ପ୍ରଶାସନିକ ବରିଷ୍ଠତାକୁ ଗ୍ରହଣକରେ ନାହିଁ । ଡିଜିସିଏ ଏକ ସରକାରୀ କାର୍ଯ୍ୟାଳୟ ନୁହେଁ। ଏହା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଦେଶର ସୁରକ୍ଷା କବଚ। ସ୍ବୀକାର କରିବାର ସମୟ ଆସିଛି ଯେ, ବେସାମରିକ ବିମାନ ଚଳାଚଳ ପରିଚାଳନାଗତ ଆତ୍ମବିଶ୍ୱାସ ଅପେକ୍ଷା ଅଧିକ କିଛି ଆବଶ୍ୟକ କରେ। ଏଥିପାଇଁ ବିମାନ ଚଳାଚଳ ବିଶେଷଜ୍ଞତାର ଦକ୍ଷତା ଆବଶ୍ୟକ।
ସ୍ପଷ୍ଟୀକରଣ ଦିଆଯାଉ ନାହିଁ
ପ୍ରସାର ଭାରତୀର ଅଧ୍ୟକ୍ଷ ପଦରୁ ନବନୀତ କୁମାର ସେହଗଲ ଇସ୍ତଫା ଦେଇଛନ୍ତି। ଏହି ପଦବୀ ଅନେକ ବର୍ଷ ଖାଲି ପଡ଼ିବା ପରେ ମାର୍ଚ୍ଚରେ ସେହଗଲ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବହୁ କଷ୍ଟରେ ୯ ମାସ ପୂରଣ କରିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଇସ୍ତଫାର କୌଣସି କାରଣ ଦର୍ଶାଗଲା ନାହିଁ, ସାର୍ବଜନିନ ଭାବେ କୌଣସି ସ୍ପଷ୍ଟୀକରଣ ମଧ୍ୟ ଦିଆଗଲା ନାହିଁ। ସମୟକୁ ନେଇ ତାଙ୍କ ଇସ୍ତଫା କେବଳ ବିବାଦୀୟ ହୋଇନାହିଁ, ବରଂ ପ୍ରସାର ଭାରତୀର ଅସ୍ବସ୍ତିକର ଇତିହାସ ଯୋଗୁ ଏହା ହୋଇଛି। ସେହଗଲଙ୍କ କାର୍ଯ୍ୟକାଳରେ ମନ୍ଥନର ଏକ ପର୍ଯ୍ୟାୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଡିଡି ନ୍ୟୁଜ୍‌ର ନୂତନ ବ୍ରାଣ୍ଡିଂଠାରୁ ଆରମ୍ଭକରି ପ୍ରୋଗ୍ରାମିଂରେ ଉନ୍ନତି ଆଣିବା, ଆଉଟ୍‌ସୋର୍ସିଂ ଚୁକ୍ତି ଏବଂ ପ୍ରସାରକୁ ଏକ ପରିଚୟ ଦେବା ପାଇଁ ପ୍ରୟାସ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ପାଇଁ ସ୍ଥିର ନେତୃତ୍ୱ ଆବଶ୍ୟକ ଥିଲା, ପୁନର୍ବାର ନେତୃତ୍ୱରେ ଶୂନ୍ୟସ୍ଥାନ ସୃଷ୍ଟି କରିବାର ନ ଥିଲା। ସେହଗଲଙ୍କ ତ୍ୱରିତ ପ୍ରସ୍ଥାନ ଏବେ ସମଗ୍ର ବ୍ୟବସ୍ଥା ପାଇଁ ପୁଣି ଥରେ ସମସ୍ୟାର କାରଣ ହୋଇଛି, ଯାହାକୁ ନେଇ ଅଧିକ କଳ୍ପନାଜଳ୍ପନା ପ୍ରକାଶ ପାଇବା ସ୍ବାଭାବିକ। କେତେକ ମନ୍ତ୍ରଣାଳୟ ସହ ତାଙ୍କର ମତଭେଦ ହୋଇଥାଇପାରେ ବୋଲି କେତେକେ କହୁଥିବାବେଳେ ଅନେକେ ସଂସ୍କାରର ଗତି ଏବଂ ଦିଗକୁ ଇଙ୍ଗିତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଘଟୁଥିବା ଘଟଣାଗୁଡ଼ିକ ସହ କୌଣସି ସମ୍ପର୍କ ଥାଇପାରେ କିମ୍ବା ନ ଥାଇପାରେ, ହେଲେ ବିଶ୍ୱାସର ପରିବେଶକୁ ନେଇ ପ୍ରଶ୍ନ ଉଠୁଛି। ପ୍ରସାର ଭାରତୀର ଅଧ୍ୟକ୍ଷ ତାଙ୍କ କାର୍ଯ୍ୟକାଳର ଅଧାରୁ କାହିଁକି ଚାଲିଗଲେ ସେ ସମ୍ପର୍କରେ ସରକାର ଯେପର୍ଯ୍ୟନ୍ତ ସ୍ପଷ୍ଟୀକରଣ ଦେଇନାହାନ୍ତି ସେପର୍ଯ୍ୟନ୍ତ କଳ୍ପନାଜଳ୍ପନା ଆହୁରି ବଢ଼ିବ।
ବିଶ୍ୱାସ ତୁଟିଯାଉଛି
ତେଲଙ୍ଗାନା ସଚିବାଳୟକୁ ନେଇ ପୁଣି ଥରେ ଗୁଞ୍ଜରଣ ସୃଷ୍ଟିହୋଇଛି। କେତେଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଯୋଗୁ ଏଭଳି ଅଶାନ୍ତ ସ୍ଥିତି ହୋଇଥିବା ଜଣାପଡ଼ିଛି। ଫାଇଲ, ପଦାନୁକ୍ରମ ଏବଂ ଲିଖିତ ଉତ୍ତରଦାୟିତ୍ୱ ଉପରେ ପର୍ଯ୍ୟବସିତ ଏକ ବ୍ୟବସ୍ଥାରେ ବ୍ୟକ୍ତିଗତ ଚାଟ୍‌ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରୁଥିବା ଧାରଣା ଅତ୍ୟନ୍ତ ଚିନ୍ତାର ବିଷୟ । ରିପୋର୍ଟଗୁଡ଼ିକ ସୂଚାଇଦେଉଛି ଯେ ଏହା ସାଧାରଣ ଚାଟ୍‌ ବା କଥାବାର୍ତ୍ତା ନ ଥିଲା। ଶକ୍ତିଶାଳୀ ପଦବୀରେ ଥିବା ଅଧିକାରୀଙ୍କର ଏହା ଥିଲା ଏକ ସର୍କଲ ବା ମଣ୍ଡଳ, ଯାହାକୁ ସେମାନେ ସତର୍କତାର ସହ ସଂଯୋଜିତ କରୁଥିଲେ। ସେଥିରେ କେତେଜଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ଥିଲେ, ଯେଉଁମାନେ ଆନୁଷ୍ଠାନିକ ଶୃଙ୍ଖଳା ବାହାରେ ଫାଇଲ ଗତିବିଧି ଏବଂ ପାଣ୍ଠି ଅନୁମୋଦନକୁ ପରିଚାଳନା କରୁଥିଲେ। ଏହାକୁ ନେଇ ମନ୍ତ୍ରୀମାନେ ହତାଶ ହୋଇଯାଇଛନ୍ତି ବୋଲି ଆମକୁ କୁହାଯାଉଛି। ସେମାନେ ଭାବୁଛନ୍ତି, ଗୋଷ୍ଠୀ ଭିତରେ କିଛି ଫାଇଲ ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନଙ୍କର ନିଜସ୍ବ ସୁପାରିସଗୁଡ଼ିକୁ ଏଡାଇ ଦିଆଯାଉଛି। ଏହାଦ୍ୱାରା କେବଳ ପ୍ରୋଟୋକଲ କ୍ଷତିଗ୍ରସ୍ତ ହେଉ ନାହିଁ, ବରଂ ବିଶ୍ୱାସ ତୁଟିଯାଉଛି। ଅଧିକାରୀମାନେ ସନ୍ଦେହ କରିବା ଆରମ୍ଭକଲେ ଶାସନରେ ବିଶ୍ୱାସ ଫେରାଇଆଣିବା କଷ୍ଟକର । ଥରେ ସାର୍ବଜନୀନ ନିଷ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ଚାଟ୍‌ରେ ସ୍ଥାନାନ୍ତରିତ ହେଲେ କୌଣସି ଅଡିଟ୍‌, କୌଣସି ନୋଟ୍‌ ଏବଂ କୌଣସି ନାଗରିକ କେବେ ବି ପ୍ରକୃତରେ ଜାଣିପାରିବେ ନାହିଁ ତାହା ଫଳାଫଳକୁ କ’ଣ ପ୍ରଭାବିତ କରିଛି। ଏକ ଗଣତନ୍ତ୍ରରେ, ଗୁପ୍ତ ଗ୍ରୁପ୍‌ ଚାଟ୍‌ରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ନୀତି ନିର୍ଦ୍ଧାରଣ କରାଯିବା ଉଚିତ ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୨୦୨୬ ବର୍ଷରୁ କମ -୧୯ ବିଶ୍ୱକପର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri