ମାନ୍ଦା ବେଳେ ମହଙ୍ଗା ମାଡ଼

କାମାକ୍ଷାନଗର, ୪।୭: ଦୀର୍ଘ ଦେଢ଼ବର୍ଷ ହେଲା କରୋନା କଷଣରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ହାତରେ କାମ ନାହିଁ। ସାଇତିଥିବା ଧନ ସରିଗଲାଣି। ଏଭଳି ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପେଟ୍ରୋଲ, ଡିଜେଲ, ପନିପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆଶାତୀତ ଭାବେ ବଢ଼ିବା ପରେ ଘର ଚଳାଇବା ମୁସ୍କିଲ ହୋଇପଡ଼ିଲାଣି। ମାନ୍ଦା ସମୟରେ ଏଭଳି ମହଙ୍ଗା ମାଡ଼ ସାଧାରଣ ଖାଉଟିଙ୍କୁ କଲବଲ କରୁଥିବାବେଳେ ଦରଦାମ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ବୁଦ୍ଧିଜୀବୀ।
ଜୁଲାଇ ୧ରୁ ଢେଙ୍କାନାଳ ଜିଲାରେ ଆହୁରି କୋହଳ ହୋଇଛି କଟକଣା। ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଗଲାଣି। ହେଲେ ବଜାରକୁ ବ୍ୟାଗ୍‌ ଧରିଯିବା ପୂର୍ବରୁ ଦଶ ଥର ଭାବୁଛନ୍ତି ଗୃହକର୍ତ୍ତା। କାରଣ ପନିପରିବାରେ ହାତ ମାରିହେଉନି। ଜିଲାର ଅନ୍ୟତମ ପ୍ରମୁଖ ସହରାଞ୍ଚଳ କାମାକ୍ଷାନଗରରେ ଗତ ସପ୍ତାହକ ଭିତରେ ପରିବା ଦରରେ ଆଶାତୀତ ବୃଦ୍ଧି ହୋଇଛି। ୪୦ ଟଙ୍କା ତଳକୁ କୌଣସି ତଟକା ପରିବା ମିଳୁନି। ବାଇଗଣ ମୂଲ୍ୟ ମଧ୍ୟ ୩ ଗୁଣା ବଢ଼ିଛି। ଆଳୁ ୧୭ରୁ ୨୦ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ ଦର ୩୦ ଏବଂ ସ୍ଥଳ ବିଶେଷରେ ୩୩ ଟଙ୍କା ଛୁଇଁଲାଣି। ଏବେ ବଜାରରେ ବାଇଗଣ ୬୦, ଜହ୍ନି ୪୦, ପୋଟଳ ୫୦, ଟମାଟୋ ୪୫, କାଙ୍କଡ଼ ୪୫, ଭେଣ୍ଡି ୪୦ ଟଙ୍କାରେ ବିକ୍ରି ହେଉଛି। ଅନିୟମିତ ବୃଷ୍ଟିପାତ ଯୋଗୁ ଅଞ୍ଚଳର ପରିବା ଉତ୍ପାଦନ ହ୍ରାସ ପାଉଛି। ଯେତିକି ଆଦାୟ ହେଉଛି ତାହା ଆଞ୍ଚଳିକ ବଜାରରେ ଚାହିଦା ପୂରଣ କରିପାରୁନାହିଁ। ତେଣୁ ଏଭଳି ମୂଲ୍ୟ ବୃଦ୍ଧି ହୋଇଛି। ଆମିଷ ବଜାରରେ ମଧ୍ୟ ନିଅଁା ଲାଗିଛି। ମାଛ, ଚିକେନ କେଜି ୨୫୦ ଟଙ୍କା ଛୁଇଁଥିବାବେଳେ ମଟନ ୬୫୦ରେ ବିକ୍ରି ହେଉଛି। ପେଟ୍ରୋଲ, ଡିଜେଲ ଦରବୃଦ୍ଧିର ପ୍ରଭାବ ସହିତ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଥିବା ବ୍ୟବସାୟୀମାନେ କହିଛନ୍ତି।

 

ପରିବହନ ଖର୍ଚ୍ଚ ୧୫% ବଢ଼ିଛି
ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଆଳୁ, ପିଆଜକୁ ବାଦ୍‌ ଦେଇଛନ୍ତି। ତେଣୁ ଆମଦାନୀ ହେଉଥିବା ବାହାର ରାଜ୍ୟ ମଣ୍ଡିରେ ଏହାର ଦର ବୃଦ୍ଧିପାଇଛି। ସେହିପରି ତୈଳ ଦର ବୃଦ୍ଧି କାରଣରୁ ପୂର୍ବାପେକ୍ଷା ୧୫% ଅଧିକ ପରିବହନ ଖର୍ଚ୍ଚ ବଢ଼ିଛି। ତେଣୁ ଆଳୁ, ପିଆଜ ଦର ଉଚ୍ଚା ରହୁଛି। ତେବେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଳୁ, ପିଆଜ ଦର ପ୍ରାୟ ସମାନ ରହିଛି। ଅଞ୍ଚଳର ଅସାଧୁ ବ୍ୟବସାୟ କିମ୍ବା କଳାବଜାର ହେଉଥିବା ନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।
-ସଞ୍ଜୟ କୁମାର ସାହୁ, ଉପଖଣ୍ଡ ଯୋଗାଣ ଅଧିକାରୀ

ଖଟିଖିଆ ଶ୍ରେଣୀ ଘାଣ୍ଟି ହେଉଛୁ
କରୋନା ସମୟରେ ପାରିଶ୍ରମିକ ବଢୁନାହିଁ। ରୋଷେଇ ଘରେ ସବୁଠୁ ବେଶି ଆବଶ୍ୟକ ହେଉଥିବା ଆଳୁ, ପିଆଜର ଦର ବଢ଼ିବା ସମସ୍ୟା ବଢାଇଛି। ଧନୀ ଲୋକମାନେ ସୁଖସୁବିଧାରେ ରହୁଥିବାବେଳେ ଖଟିଖିଆ ଶ୍ରେଣୀ ଘାଣ୍ଟି ହେଉଛୁ।
-ନେପାଳୀ ଚରଣ ସାହୁ, ରାଜମିସ୍ତ୍ରି, ସାରୁଆଳି

ପରିବାର ଚଳାଇବା କଷ୍ଟକର
ପାଖାପାଖି ଦେଢ଼ବର୍ଷ ହେଲା କୋଭିଡ୍‌ ଯନ୍ତ୍ରଣାରେ ବ୍ୟବସାୟ ମାନ୍ଦା ରହିଥିବାବେଳେ ହଠାତ୍‌ ଦରଦାମ ବୃଦ୍ଧି କଷ୍ଟ ଦେଉଛି। ଖାଦ୍ୟ, ପରିବା, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବା ପରେ ପରିବାର ଚଳାଇବା କଷ୍ଟକର ହୋଇଗଲାଣି।
-ପାର୍ଥସାରଥି ନାୟକ, ବ୍ୟବସାୟୀ, କାମାକ୍ଷାନଗର

ବାହାରୁ ପନିପରିବା ଆସୁନାହିଁ
ଦୁଇ ସପ୍ତାହ ଭିତରେ ପ୍ରାୟ ସବୁ ପରିବା ଦର ହାରାହାରି ୧୦ ଟଙ୍କା ଲେଖାଏ ବଢ଼ିଛି। ବଜାରରେ ବାଇଗଣ ମିଳୁନାହିଁ। ଅନିୟମିତ ବର୍ଷା ଯୋଗୁ ଉତ୍ପାଦନ କମିଛି। ବାହାରୁ ବି ତଟକା ପନିପରିବା ଆସୁନାହିଁ।
-ବ୍ରହ୍ମାନନ୍ଦ ସାହୁ, ବ୍ୟବସାୟୀ, କାମାକ୍ଷାନଗର

ରୋଷେଇଘରେ ପଡ଼ିଛି ପ୍ରଭାବ
ଦରଦାମ ବୃଦ୍ଧିର ପ୍ରଭାବ ସିଧାସଳଖ ରୋଷେଇ ଘର ଉପରେ ପଡ଼ିଛି। ଘରକୁ ଯେତିକି ପରିବା ଆସୁଥିଲା, ତାହାର ଅଧା ଆସୁଛି। ଲକ୍‌ଡାଉନ୍‌ରେ ରୋଜଗାର କମିବା ବେଳକୁ ଏଭଳି ଦରଦାମ ବୃଦ୍ଧି ଅସ୍ତବ୍ୟସ୍ତ କରିଦେଲାଣି।
-ସାହେଦା ବେଗମ୍‌, ଗୃହିଣୀ, କାମାକ୍ଷାନଗର

ବଞ୍ଚିବା କଷ୍ଟକର ହୋଇଗଲାଣି
ତେଲ, ଲୁଣଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌ ସବୁ ମୂଲ୍ୟ ବଢ଼ିଛି। କରୋନା ମହାମାରୀ ସମୟରେ ଦରମା ବୃଦ୍ଧି ହେବାର କୌଣସି ସମ୍ଭାବନା ନ ଥିବାବେଳେ ବଞ୍ଚିବା କଷ୍ଟକର ହୋଇଗଲାଣି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
-ସୁଶ୍ରୀ ପଟ୍ଟନାୟକ, ଘରୋଇ ସ୍କୁଲ ଶିକ୍ଷୟିତ୍ରୀ, କାମାକ୍ଷାନଗର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri