ମାନ୍ଦା ବେଳେ ମହଙ୍ଗା ମାଡ଼

କାମାକ୍ଷାନଗର, ୪।୭: ଦୀର୍ଘ ଦେଢ଼ବର୍ଷ ହେଲା କରୋନା କଷଣରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ହାତରେ କାମ ନାହିଁ। ସାଇତିଥିବା ଧନ ସରିଗଲାଣି। ଏଭଳି ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପେଟ୍ରୋଲ, ଡିଜେଲ, ପନିପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ଆଶାତୀତ ଭାବେ ବଢ଼ିବା ପରେ ଘର ଚଳାଇବା ମୁସ୍କିଲ ହୋଇପଡ଼ିଲାଣି। ମାନ୍ଦା ସମୟରେ ଏଭଳି ମହଙ୍ଗା ମାଡ଼ ସାଧାରଣ ଖାଉଟିଙ୍କୁ କଲବଲ କରୁଥିବାବେଳେ ଦରଦାମ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ବୁଦ୍ଧିଜୀବୀ।
ଜୁଲାଇ ୧ରୁ ଢେଙ୍କାନାଳ ଜିଲାରେ ଆହୁରି କୋହଳ ହୋଇଛି କଟକଣା। ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଗଲାଣି। ହେଲେ ବଜାରକୁ ବ୍ୟାଗ୍‌ ଧରିଯିବା ପୂର୍ବରୁ ଦଶ ଥର ଭାବୁଛନ୍ତି ଗୃହକର୍ତ୍ତା। କାରଣ ପନିପରିବାରେ ହାତ ମାରିହେଉନି। ଜିଲାର ଅନ୍ୟତମ ପ୍ରମୁଖ ସହରାଞ୍ଚଳ କାମାକ୍ଷାନଗରରେ ଗତ ସପ୍ତାହକ ଭିତରେ ପରିବା ଦରରେ ଆଶାତୀତ ବୃଦ୍ଧି ହୋଇଛି। ୪୦ ଟଙ୍କା ତଳକୁ କୌଣସି ତଟକା ପରିବା ମିଳୁନି। ବାଇଗଣ ମୂଲ୍ୟ ମଧ୍ୟ ୩ ଗୁଣା ବଢ଼ିଛି। ଆଳୁ ୧୭ରୁ ୨୦ଟଙ୍କାରେ ବିକ୍ରି ହେଉଥିବାବେଳେ ପିଆଜ ଦର ୩୦ ଏବଂ ସ୍ଥଳ ବିଶେଷରେ ୩୩ ଟଙ୍କା ଛୁଇଁଲାଣି। ଏବେ ବଜାରରେ ବାଇଗଣ ୬୦, ଜହ୍ନି ୪୦, ପୋଟଳ ୫୦, ଟମାଟୋ ୪୫, କାଙ୍କଡ଼ ୪୫, ଭେଣ୍ଡି ୪୦ ଟଙ୍କାରେ ବିକ୍ରି ହେଉଛି। ଅନିୟମିତ ବୃଷ୍ଟିପାତ ଯୋଗୁ ଅଞ୍ଚଳର ପରିବା ଉତ୍ପାଦନ ହ୍ରାସ ପାଉଛି। ଯେତିକି ଆଦାୟ ହେଉଛି ତାହା ଆଞ୍ଚଳିକ ବଜାରରେ ଚାହିଦା ପୂରଣ କରିପାରୁନାହିଁ। ତେଣୁ ଏଭଳି ମୂଲ୍ୟ ବୃଦ୍ଧି ହୋଇଛି। ଆମିଷ ବଜାରରେ ମଧ୍ୟ ନିଅଁା ଲାଗିଛି। ମାଛ, ଚିକେନ କେଜି ୨୫୦ ଟଙ୍କା ଛୁଇଁଥିବାବେଳେ ମଟନ ୬୫୦ରେ ବିକ୍ରି ହେଉଛି। ପେଟ୍ରୋଲ, ଡିଜେଲ ଦରବୃଦ୍ଧିର ପ୍ରଭାବ ସହିତ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଥିବା ବ୍ୟବସାୟୀମାନେ କହିଛନ୍ତି।

 

ପରିବହନ ଖର୍ଚ୍ଚ ୧୫% ବଢ଼ିଛି
ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଆଳୁ, ପିଆଜକୁ ବାଦ୍‌ ଦେଇଛନ୍ତି। ତେଣୁ ଆମଦାନୀ ହେଉଥିବା ବାହାର ରାଜ୍ୟ ମଣ୍ଡିରେ ଏହାର ଦର ବୃଦ୍ଧିପାଇଛି। ସେହିପରି ତୈଳ ଦର ବୃଦ୍ଧି କାରଣରୁ ପୂର୍ବାପେକ୍ଷା ୧୫% ଅଧିକ ପରିବହନ ଖର୍ଚ୍ଚ ବଢ଼ିଛି। ତେଣୁ ଆଳୁ, ପିଆଜ ଦର ଉଚ୍ଚା ରହୁଛି। ତେବେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଳୁ, ପିଆଜ ଦର ପ୍ରାୟ ସମାନ ରହିଛି। ଅଞ୍ଚଳର ଅସାଧୁ ବ୍ୟବସାୟ କିମ୍ବା କଳାବଜାର ହେଉଥିବା ନେଇ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।
-ସଞ୍ଜୟ କୁମାର ସାହୁ, ଉପଖଣ୍ଡ ଯୋଗାଣ ଅଧିକାରୀ

ଖଟିଖିଆ ଶ୍ରେଣୀ ଘାଣ୍ଟି ହେଉଛୁ
କରୋନା ସମୟରେ ପାରିଶ୍ରମିକ ବଢୁନାହିଁ। ରୋଷେଇ ଘରେ ସବୁଠୁ ବେଶି ଆବଶ୍ୟକ ହେଉଥିବା ଆଳୁ, ପିଆଜର ଦର ବଢ଼ିବା ସମସ୍ୟା ବଢାଇଛି। ଧନୀ ଲୋକମାନେ ସୁଖସୁବିଧାରେ ରହୁଥିବାବେଳେ ଖଟିଖିଆ ଶ୍ରେଣୀ ଘାଣ୍ଟି ହେଉଛୁ।
-ନେପାଳୀ ଚରଣ ସାହୁ, ରାଜମିସ୍ତ୍ରି, ସାରୁଆଳି

ପରିବାର ଚଳାଇବା କଷ୍ଟକର
ପାଖାପାଖି ଦେଢ଼ବର୍ଷ ହେଲା କୋଭିଡ୍‌ ଯନ୍ତ୍ରଣାରେ ବ୍ୟବସାୟ ମାନ୍ଦା ରହିଥିବାବେଳେ ହଠାତ୍‌ ଦରଦାମ ବୃଦ୍ଧି କଷ୍ଟ ଦେଉଛି। ଖାଦ୍ୟ, ପରିବା, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବା ପରେ ପରିବାର ଚଳାଇବା କଷ୍ଟକର ହୋଇଗଲାଣି।
-ପାର୍ଥସାରଥି ନାୟକ, ବ୍ୟବସାୟୀ, କାମାକ୍ଷାନଗର

ବାହାରୁ ପନିପରିବା ଆସୁନାହିଁ
ଦୁଇ ସପ୍ତାହ ଭିତରେ ପ୍ରାୟ ସବୁ ପରିବା ଦର ହାରାହାରି ୧୦ ଟଙ୍କା ଲେଖାଏ ବଢ଼ିଛି। ବଜାରରେ ବାଇଗଣ ମିଳୁନାହିଁ। ଅନିୟମିତ ବର୍ଷା ଯୋଗୁ ଉତ୍ପାଦନ କମିଛି। ବାହାରୁ ବି ତଟକା ପନିପରିବା ଆସୁନାହିଁ।
-ବ୍ରହ୍ମାନନ୍ଦ ସାହୁ, ବ୍ୟବସାୟୀ, କାମାକ୍ଷାନଗର

ରୋଷେଇଘରେ ପଡ଼ିଛି ପ୍ରଭାବ
ଦରଦାମ ବୃଦ୍ଧିର ପ୍ରଭାବ ସିଧାସଳଖ ରୋଷେଇ ଘର ଉପରେ ପଡ଼ିଛି। ଘରକୁ ଯେତିକି ପରିବା ଆସୁଥିଲା, ତାହାର ଅଧା ଆସୁଛି। ଲକ୍‌ଡାଉନ୍‌ରେ ରୋଜଗାର କମିବା ବେଳକୁ ଏଭଳି ଦରଦାମ ବୃଦ୍ଧି ଅସ୍ତବ୍ୟସ୍ତ କରିଦେଲାଣି।
-ସାହେଦା ବେଗମ୍‌, ଗୃହିଣୀ, କାମାକ୍ଷାନଗର

ବଞ୍ଚିବା କଷ୍ଟକର ହୋଇଗଲାଣି
ତେଲ, ଲୁଣଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌ ସବୁ ମୂଲ୍ୟ ବଢ଼ିଛି। କରୋନା ମହାମାରୀ ସମୟରେ ଦରମା ବୃଦ୍ଧି ହେବାର କୌଣସି ସମ୍ଭାବନା ନ ଥିବାବେଳେ ବଞ୍ଚିବା କଷ୍ଟକର ହୋଇଗଲାଣି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
-ସୁଶ୍ରୀ ପଟ୍ଟନାୟକ, ଘରୋଇ ସ୍କୁଲ ଶିକ୍ଷୟିତ୍ରୀ, କାମାକ୍ଷାନଗର


Enter your email to get our daily news in your inbox.

All Right Reserved By Dharitri.Com

ରଣ୍ଢାରେ ବଡ଼ ସଡ଼କ ଦୁର୍ଘଟଣା; ଔଷଧ କିଣିବାକୁ ଯାଉଥିବା ବେଳେ କାର-ଟ୍ରକ ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ୧୬ ନଂ ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୬ା୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ ରଣ୍ଢାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗୁରୁବାର ଦିନ ରାସ୍ତା…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ…

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri