ପାର୍ବଣରେ ମହଙ୍ଗା ମାଡ଼:୭୦ ଛୁଇଁଲାଣି ପିଆଜ,ଆଉ ଖାଇବା ତେଲ…

ଭୁବନେଶ୍ୱର, ୨୬ା୯ (ଅନିଲ ଦାସ): ଗତ କିଛିଦିନ ହେବ ଖାଉଟିଙ୍କୁ କଲବଲ କରୁଛି ପିଆଜ। ଖୁଚୁରା ବଜାରରେ ଦର ଆକାଶଛୁଆଁ ହୋଇଛି। ବିକ୍ରି ଉପରେ ଲଗାମ ନ ଥିବାରୁ ଖୁଚୁରା ବ୍ୟବସାୟୀମାନେ ମନଇଚ୍ଛା ଦର କଷିବାରେ ଲାଗିଛନ୍ତି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଶ୍ରମିକ ଶ୍ରେଣୀ, ଦିନମଜୁରିଆ, ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ଦରବୃଦ୍ଧିକୁ ନେଇ ପେଷି ହୋଇଗଲେଣି। ପିଆଜ ଏକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ। ପଖାଳ ସହିତ ପିଆଜ ଟିକେ
ହେଲେ କାମ ଚଳିଯାଏ। ହେଲେ ଏବେ ପଖାଳ କଂସାରୁ ପିଆଜ ଉଭାନ ହେଲାଣି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକରେ ପିଆଜ କିଲୋ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନୟାଗଡ ୭୦, ବ୍ରହ୍ମପୁର ୬୦, ଢେଙ୍କାନାଳ ୬୦, ମାଲକାନଗିରି ୬୦, କୋରାପୁଟ ୭୦, ନବରଙ୍ଗପୁର ୬୦, ବଲାଙ୍ଗୀର ୬୦, ସମ୍ବଲପୁର ୬୦, ରାଉରକେଲା ୬୦, ବରଗଡ ୬୦, ବାଲେଶ୍ୱର ୬୦, ବାରିପଦା ୬୦, ଜଗତ୍‌ସିଂହପୁର ୬୦ ଏବଂ ରାୟଗଡାରେ ପିଆଜ କିଲୋ ୫୫ ଟଙ୍କା ଦରରେ ବିକ୍ରି ହେଉଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟରେ ମଧ୍ୟ ଦର ବଢ଼ିଲାଣି। ପ୍ରତ୍ୟେକ ବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଆଇଗିଣିଆ ଆଳୁ ଗୋଦାମରେ ନାସିକରୁ ଆସୁଥିବା ପିଆଜ ଦର କିଲୋପିଛା ୫୦ ଟଙ୍କା ଥିବା ବେଳେ ଆନ୍ଧ୍ରରୁ ଆସୁଥିବା ନୂଆ ପିଆଜ କିଲୋ ୩୫ରୁ ୪୦ ଟଙ୍କା ଦରରେ ବିକ୍ରି ହେଉଛି। ହେଲେ ଖୁଚୁରା ବଜାରରେ କିଲୋପ୍ରତି ୧୦ରୁ ୨୦ ଟଙ୍କା ଯାଏ ଚଢ଼ା ଦରରେ ବିକ୍ରି ହେଉଛି। ଖୁଚୁରା ବଜାର ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନାହିଁ। ନୂଆ ପିଆଜ ଆସିବାକୁ ଚାହିଁ ବସିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ଷା ଯୋଗୁ ମହାରାଷ୍ଟ୍ରରେ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ନାଫେଡ୍‌ ଜରିଆରେ ଖାଉଟିଙ୍କୁ ୩୫ ଟଙ୍କା ଦରରେ ପିଆଜ ଯୋଗାଇ ଦିଆଯାଉଛି। ନୂଆ ପିଆଜ ଆସିବା ପରେ ଦର ହ୍ରାସ ପାଇବ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆମ ରାଜ୍ୟରେ ପିଆଜ ଉତ୍ପାଦନ ନାହିଁ। ଯେଉଁ ରାଜ୍ୟ ଉପରେ ନିର୍ଭର କରୁଛୁ, ସେଠାରେ ବର୍ଷା ଯୋଗୁ ଉତ୍ପାଦନ କମିଛି। ଏହି ସମସ୍ୟା କେବଳ ଆମ ରାଜ୍ୟରେ ନାହିଁ, ଅନ୍ୟ ରାଜ୍ୟରେ ମଧ୍ୟ ଦେଖାଦେଇଛି। ନାଫେଡ୍‌ ଜରିଆରେ ଲୋକଙ୍କୁ ୩୫ ଟଙ୍କାରେ ପିଆଜ ଯୋଗାଇବା ବ୍ୟବସ୍ଥା ହେଉଛି। ଆଗାମୀ ଦିନରେ କିପରି ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସୂଚନା କହୁଛି, ରାଜ୍ୟରେ ପିଆଜ ଉତ୍ପାଦନ ବଢୁଛି। ହେଲେ ପ୍ରତ୍ୟେକ ବର୍ଷ ଦର ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଖାଉଟି। ବିଡ଼ମ୍ବନା ଯେ ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ରାଜ୍ୟ ନିଅଣ୍ଟିଆ କଷଣରେ କଷି ହେଉଛି। ଜାତୀୟ ନମୁନା ସର୍ବେକ୍ଷଣ (ଏନ୍‌ଏସ୍‌ଏସ୍‌) ଏବଂ ୨୦୨୧ ପ୍ରସ୍ତାବିତ ଜନସଂଖ୍ୟା ଆଧାରରେ ଓଡ଼ିଶାରେ ବାର୍ଷିକ ପ୍ରାୟତଃ ୩.୫୫ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ଆବଶ୍ୟକ ରହିଛି। ତେବେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସୂଚନା ଅନୁଯାୟୀ ୨୦୨୨-୨୩ରେ ୩.୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ଉତ୍ପାଦନ ହୋଇଛି। କେବଳ ଗୋଟିଏ ବର୍ଷ ନୁହେଁ ରାଜ୍ୟରେ ଲଗାତର ଭାବେ ପିଆଜ ଉତ୍ପାଦନ ବଢ଼ି ଚାଲିଛି। ୨୦୧୬-୧୭ରେ ପିଆଜ ଉତ୍ପାଦନ ବାର୍ଷିକ ୩.୭୮ ଲକ୍ଷ ମେଟ୍ରିକ ଟନ(ଏମ୍‌ଟି) ହୋଇଥିବାବେଳେ ୨୦୧୭-୧୮ରେ ୩.୭୯ ଲକ୍ଷ ଏମ୍‌ଟି, ୨୦୧୮-୧୯ରେ ୩.୭୩ ଲକ୍ଷ ଏମ୍‌ଟି, ୨୦୧୯-୨୦ରେ ୩.୬୫ ଲକ୍ଷ ଏମ୍‌ଟି ଏବଂ ୨୦୨୧ରେ ୩.୫୦ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଛି।
ଜାତୀୟ ସଂସ୍ଥା ସେଣ୍ଟର ଫର୍‌ କୋଲଡ୍‌ ଚେନ୍‌ ଡେଭଲପ୍‌ମେଣ୍ଟ (ଏନ୍‌ସିସିଡି) ଏବଂ ନାବାର୍ଡ ଦ୍ୱାରା ୨୦୧୫ରେ କରାଯାଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତାର ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ରାଜ୍ୟରେ ମାତ୍ର ୭ ହଜାର ୩୨୧ ପିଆଜ ସାଇତା ଗୃହ ରହିଛି। ଏଥିରେ କେବଳ ୧ ଲକ୍ଷ ୮୩ ହଜାର ୨୫ ମେଟ୍ରିକ୍‌ ଟନ୍‌ ପିଆଜ ରଖାଯାଇ ପାରିବ। ଆଳୁ ଓ ପିଆଜ ଚାଷକୁ ପ୍ରୋତ୍ସାହନ ଦେବାକୁ ଆଳୁ, ପିଆଜ, ପନିପରିବା ଓ ମସଲା ଜାତୀୟ ଉନ୍ନୟନ ଯୋଜନାରେ ରାଜ୍ୟ ସରକାର ହେକ୍ଟର ପିଛା ୫୮ ହଜାର ଓ ପନିପରିବା ଚାଷ ପାଇଁ ହେକ୍ଟର ପିଛା ୨୦ ହଜାର ଟଙ୍କା ସବ୍‌ସିଡ୍‌ ଦେବା ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ରାଜ୍ୟର ଚାହିଦା ମେଣ୍ଟାଯାଇ ପାରୁ ନାହିଁ। ଖାଉଟି କାର୍ତ୍ତିକ ସାହୁ କହିଛନ୍ତି, ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ନ ହେଲେ ନ ଚଳେ। ବର୍ଷା ୩ ମାସ ଦର ବଢୁଛି। ସରକାର ଯଦି ପିଆଜ ସଂରକ୍ଷଣ ବ୍ୟବସ୍ଥା କରନ୍ତେ, ତେବେ ଗ୍ରାହକ ଉଚିତ ମୂଲ୍ୟରେ ପାଇପାରନ୍ତେ।

ପାର୍ବଣ ଋତୁ ଆରମ୍ଭରୁ ଖାଇବା ତେଲର ଲଗାତାର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ଏକମାସ ମଧ୍ୟରେ ସୋରିଷ ତେଲର ମୂଲ୍ୟ ୯.୧୦ ପ୍ରତିଶତ ଏବଂ ପାମୋଲିନ୍‌ ତେଲର ମୂଲ୍ୟ ୧୪.୧୬ ପ୍ରତିଶତ ବୃଦ୍ଧି ପାଇଛି। ହେଲେ ଖୁଚୁରା ବଜାର ଓ ଅନ୍‌ଲାଇନ୍‌ ଗ୍ରୋସେରି କମ୍ପାନୀଗୁଡିକର
ଖାଇବା ତେଲ ଦର…
ପୋର୍ଟାଲରେ ସୋରିଷ ତେଲର ମୂଲ୍ୟ ପ୍ରାୟ ୨୭% ବୃଦ୍ଧି ପାଇଛି। ମାସକ ତଳେ ଅନଲାଇନ୍‌ ଗ୍ରୋସେରି ପୋର୍ଟାଲରେ ଯେଉଁ ସୋରିଷ ତେଲ ଲିଟର ପିଛା ୧୩୯ ଟଙ୍କା ରହିଥିଲା, ତାହା ଏବେ ୧୭୬ ଟଙ୍କା ହୋଇଛି। ଅର୍ଥାତ୍‌ ମାସକ ମଧ୍ୟରେ ଖାଇବା ତେଲ ଦରରେ ୨୬.୬୧% ବୃଦ୍ଧି ପାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୫ ପୂର୍ବରୁ ଲିଟର ପିଛା ୧୩୯.୧୯ ଟଙ୍କାରେ ଉପଲବ୍ଧ ସୋରିଷ ତେଲ ଦର ବୃଦ୍ଧି ପାଇ ବର୍ତ୍ତମାନ ୧୫୧.୮୫ ଟଙ୍କାରେ ପହଞ୍ଚତ୍ଛି। ଓଡ଼ିଶାର ଖୁଚୁରା ବଜାରରେ ବିଭିନ୍ନ ବ୍ରାଣ୍ଡ୍‌ର ଖାଇବା ତେଲର ଦର ଭିନ୍ନ ଭିନ୍ନ ରହୁଛି। ଦୋକାନୀମାନେ ମଧ୍ୟ ମନଇଚ୍ଛା ଦର ନେଉଛନ୍ତି। ସମାନ ବ୍ରାଣ୍ଡ୍‌ର ତେଲ ଦୋକାନ ଅନୁସାରେ ଅଲଗା ରହୁଥିବା ଦେଖାଦେଇଛି। ସ୍ଥାନୀୟ ୟୁନିଟ୍‌-୧ ହାଟ ବ୍ୟବସାୟୀ ଦିନେଶ କୁମାର ପାତ୍ରଙ୍କ ସୂଚନାନୁସାରେ, ଭୁବନେଶ୍ୱରରେ ପୂର୍ବରୁ ୧୧୦ରୁ ୧୧୨ ଟଙ୍କାରେ ବିକ୍ରି ହେଉଥିବା ସୂର୍ଯ୍ୟମୁଖୀ ତେଲର ହୋଲସେଲ୍‌ ଦାମ୍‌ ୧୨୭ ଟଙ୍କାରେ ପହଞ୍ଚତ୍ଛି। ଏହାର ଖୁଚୁରା ଦର ୧୩୦ରୁ ୧୩୨ ଟଙ୍କା ରହିଛି। ଲିଟର ପିଛା ପାମୋଲିନ୍‌ ତେଲ ୧୨୦ରୁ ୧୨୫ ଟଙ୍କା ଏବଂ ସୋରିଷ ତେଲ ୧୬୦ରୁ ୧୬୫ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱର ପ୍ରମୁଖ ହାଟଗୁଡ଼ିକର ତେଲ ଦରଠାରୁ ଅନ୍ୟ ସ୍ଥାନର ଖୁଚୁରା ଅଧିକ ପ୍ରାୟ ୧୦ ଟଙ୍କା ରହୁଛି।
ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ତେଲ ଦର ବୃଦ୍ଧି ପାଇଛି। ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ସୋରିଷ ତେଲ ମୁମ୍ବାଇରେ ୧୮୩ ଟଙ୍କା, ଦିଲ୍ଲୀରେ ୧୬୫ ଟଙ୍କା, କୋଲକାତାରେ ୧୮୧ ଟଙ୍କା, ଚେନ୍ନାଇରେ ୧୬୭ ଟଙ୍କା ଏବଂ ରାଞ୍ଚିରେ ୧୬୩ ଟଙ୍କା ମୂଲ୍ୟ ରହିଛି। ସେହିପରି ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି ୧୧୯.୩୮ରୁ ୧୨୯.୮୮ ଟଙ୍କା, ପାମୋଲିନ୍‌ ତେଲ ୯୮.୨୮ ଟଙ୍କାରୁ ୧୧୨.୨ ଟଙ୍କା ଏବଂ ସୋୟା ତେଲର ମୂଲ୍ୟ ମାସକରେ ୧୧୭.୪୫ରୁ ୧୨୭.୬୨ ଟଙ୍କାକୁ ବୃଦ୍ଧି ପାଇଛି।
ଆମଦାନୀ ଶୁଳ୍କ ବୃଦ୍ଧି ମହଙ୍ଗା କଲା
ଖାଇବା ତେଲ ଦର ବୃଦ୍ଧି ନେଇ ଅର୍ଥନୀତି ବିଶେଷଜ୍ଞଙ୍କ ମତ ହେଲା, କେନ୍ଦ୍ର ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଥିବାରୁ ଏହା ମହଙ୍ଗା ହୋଇଛି। ଅଶୋଧିତ ସୋୟାବିନ ତେଲ, ଅଶୋଧିତ ପାମୋଲିନ୍‌ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କକୁ ଶୂନରୁ ୨୦ ପ୍ରତିଶତ ଏବଂ ଖାଇବା ତେଲ ଉପରେ ୧୨.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଫଳରେ ସମସ୍ତ ପ୍ରକାରର ଖାଇବା ତେଲ ଦର ବଢ଼ିଛି। ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ବୃଦ୍ଧି କରିଥିବା ଦର୍ଶାଉଥିଲେ ମଧ୍ୟ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?