ମହଙ୍ଗା ମାଡ଼

ସାଧାରଣତଃ ନିର୍ବାଚନ ପରେ ଆମ ଦେଶରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ଥାଏ, ଏପରି ଏକ ଧାରଣା ଲୋକଙ୍କ ମନରେ ସ୍ବାଧୀନତା ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ ପରଠାରୁ ରହିଆସିଛି। କିନ୍ତୁ ଏହା ନିଃସନ୍ଦେହ ଯେ, ଲୋକଙ୍କ ମନରେ ଏପରି ଧାରଣା ଅମୂଳକ ନୁହେଁ। ଦେଶରେ ଅଷ୍ଟାଦଶ ଲୋକ ସଭା ଏବଂ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ପ୍ରକ୍ରିୟାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଗତ ଜୁନ ପହିଲାରେ ଶେଷ ହେବା ପରେ ନିର୍ବାଚନ ଫଳାଫଳ ଘୋଷଣା ନ ହେଉଣୁ ପ୍ରଥମେ ଅମୂଲର ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଥିଲା। ପରେ ପରେ ଡାଲି, ଚାଉଳ, ଅଟା, ଖାଇବା ତେଲଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ସହ ଆଳୁ, ପିଆଜ ପନିପରିବା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପାଇଲାଣି । ଆଳୁ, ପିଆଜ, ଚାଉଳ, ଅଟା, ଡାଲି, ତେଲ ଜୀବନ ଧାରଣ ପାଇଁ ଅତ୍ୟନ୍ତ ଦରକାରୀ ସାମଗ୍ରୀ ହୋଇଥିବାବେଳେ ଏହାର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି। ବଜାରରେ କେଜି ପ୍ରତି ଆଳୁ ୩୫ ହେଲାଣି। ସେହିପରି କୌଣସି ସବୁଜ ପନିପରିବାର ମୂଲ୍ୟ ଆଉ ୪୦/ ୫୦ଟଙ୍କା ତଳେ ନାହିଁ। ଟମାଟୋ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଛି। ଉପତ୍ାଦନ ତୁଳନାରେ ଚାହିଦା ଅଧିକ ଥିବାରୁ ଦର ବଢ଼ିବା ସ୍ବାଭାବିକ ବୋଲି କୁହାଯାଏ। କିନ୍ତୁ ଆଳୁ ପଶ୍ଚିମବଙ୍ଗରୁ ଏବଂ ପିଆଜ ମହାରାଷ୍ଟ୍ରର ନାସିକରୁ ଆମଦାନୀ ହୋଇଥାଏ। ସେଠାରେ ଦରବଢିଥିବାରୁ ପରିବହନ ବ୍ୟୟ ଓ ଲାଭ ପାଇଁ ଓଡ଼ିଶାରେ ଦର ବଢିଛି, ଯାହାକି ସ୍ବାଭାବିକ ବୋଲି ସରକାର କହିଛନ୍ତି।
ସରକାରୀ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ପାଇଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବଢିଚାଲିଛି। ଖାଉଟି ମୂଲ୍ୟ ସୂଚକାଙ୍କ ୧୩ ପ୍ରତିଶତରୁ ୨.୬ ପ୍ରତିଶତକୁ ବଢିଥିବାବେଳେ ହୋଲ୍‌ସେଲ ମୂଲ୍ୟ ସୂଚକାଙ୍କ ୪.୭%କୁ ବୃଦ୍ଧି ପାଇଛି। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ୮.୬୯ ପ୍ରତିଶତ ରହିଛି। ଏଥିରୁ ଖାଦ୍ୟସାମଗ୍ରୀ ସହ ବିଭିନ୍ନ ସାମଗ୍ରୀର ମୂଲ୍ୟ ନିର୍ବାଚନ ପରେ କିପରି ବଢି ଚାଲିଛି, ତାହା ଅନୁମାନ କରାଯାଇପାରେ। ପନିପରିବାର ମୁଦ୍ରାସ୍ପୀତି କ୍ରମାଗତ ଷଷ୍ଠ ମାସରେ ୨୭.୩ ପ୍ରତିଶତ ବଢିଥିବାବେଳେ ବର୍ଷକ ଭିତରେ ଅର୍ଥାତ୍‌ ଅମଳ ମାସଠାରୁ ଆଳୁର ମୂଲ୍ୟ ୪୪ ପ୍ରତିଶତ, ପିଆଜ ୫୮ ପ୍ରତିଶତ, ଟମାଟୋ ୩୫ପ୍ରତିଶତ ବଢିଛି। ଅଦା, ରସୁଣ ପରି ସାମଗ୍ରୀ ଏବେ ଉପରମୁହଁା। ପ୍ରତି ସପ୍ତାହରେ ଏହାର ମୂଲ୍ୟ ବଢିଚାଲିଥିବା ଖାଉଟି ଅଭିଯୋଗ କରନ୍ତି। କେବଳ ଏତିକି ନୁହେଁ, ଚାଉଳର ମୂଲ୍ୟ ୧୫ ପ୍ରତିଶତ ବଢିଥିବାବେଳେ ଗହମଜାତ ସାମଗ୍ରୀ ତଥା ଅଟାର ମୂଲ୍ୟ ୪.୭ ପ୍ରତିଶତ, ସୁଜି, ମଇଦା ଆଦି ୫.୭ ପ୍ରତିଶତ, ହରଡ ଡାଲି ପ୍ରାୟ ୩୦ପ୍ରତିଶତ, ଚଣା ଡାଲି ୧୭ପ୍ରତିଶତ, ମୁଗଡାଲି ୮.୫ ଶତାଂଶ ମହଙ୍ଗା ହୋଇଛି। ଦୁଗ୍ଧଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘରକରଣା ସାମଗ୍ରୀ ମଧ୍ୟ ମହରଗ ହୋଇଛି । ଏହା ନିଃସନ୍ଦେହ ଯେ, ନିର୍ବାଚନ ପୂର୍ବରୁ ଦରଦାମ୍‌ ବୃଦ୍ଧି ନେଇ ଜନସାଧାରଣ ଯେଉଁ ଆଶଙ୍କା କରିଥିଲେ, ତାହା ସତ୍ୟରେ ପରିଣତ ହୋଇଛି। ନିର୍ବାଚନ ମାହୋଲ ଯାଇଛି, ନୂଆ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ ଗଠିତ ହୋଇଛି। କିନ୍ତୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟି ଏବେ ହନ୍ତସନ୍ତ। ଯାହାକି ହାଣ୍ଡିଶାଳ ଉପରେ ସିଧାସଳଖ ଚଡକ ପଡିଛି ବୋଲି କୁହାଗଲେ, ହୁଏତ ଅତିରଞ୍ଜିତ ହେବ ନାହିଁ। ଦରଦାମ୍‌ ମଧ୍ୟ ଆହୁରି ବଢିବା ଆଶକାଙ୍କୁ ଏଡାଇ ଦେଇ ହେଉନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ନେଇ ମହଜୁଦକାରୀ, କଳା ବେପାରୀଙ୍କୁ ସରକାର କେବଳ ଚେତାବନୀ ଦେଇ ଦରଦାମ୍‌ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଦାୟିତ୍ୱ ସାରିଦେଇଛନ୍ତି। ଏହା ନିଃସନ୍ଦେହ ଯେ, କେବଳ ପନିପରିବା ବ୍ୟତୀତ ଅନ୍ୟ ସାମ୍ରଗୀର ମୂଲ୍ୟ ଥରେ ବଢିଲେ, ତାହା ଆଉ କମିବାର ନାଁ ଧରେ ନାହିଁ। ନିର୍ବାଚନ ପରେ ପେଟ୍ରୋଲ, ଡିଜେଲର ମୂଲ୍ୟ ବଢିବା ଯେଉଁ ଜନରବ ହେଉଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଗତ ୨୦୨୨ ମେ’ ମାସଠାରୁ ଦେଶରେ ଇନ୍ଧନର ମୂଲ୍ୟ ସ୍ଥିର ରହିଛି। କେବେ ପେଟ୍ରୋଲ, ଡିଜେଲର ମୂଲ୍ୟ ବଢିବ ତାକୁ ଅପେକ୍ଷା।

  • ସୌଭାଗ୍ୟ ରଞ୍ଜନ ମହାନ୍ତି
    ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
    ମୋ: ୯୪୩୭୯୯୪୩୭୯

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri