Posted inଫୁରସତ

ଦାମୀ କିନ୍ତୁ ଅଦରକାରୀ

ବେଳେବେଳେ ଚର୍ଚ୍ଚାର ପରିସରଭୁକ୍ତ ହେବା ଅବା ରେକର୍ଡ କରିବା ଲାଗି ମଣିଷ ଏମିତି କିଛି ଜିନିଷ ତିଆରି କରିଥାଏ, ଯାହାର ମୂଲ୍ୟ ଆକାଶ ଛୁଆଁ ହୋଇଥାଏ। ହେଲେ ଏତେ ଦାମ୍‌ ସତ୍ତ୍ୱେ ବି ସେ ଜିନିଷଗୁଡିକ କୌଣସି କାମରେ ଲାଗି ପାରି ନ ଥାଏ। ଜାଣନ୍ତୁ ସେମିତି କେତୋଟି ଦାମୀ କିନ୍ତୁ ଅଦରକାରୀ ଜିନିଷ ସମ୍ପର୍କରେ…

ସୁପର ମାର୍କେଟ୍‌ ବ୍ୟାଗ୍‌: ସୁପର୍‌ ମାର୍କେଟ୍‌ରେ କିଛି ସାମଗ୍ରୀ କିଣିଲେ ଏକ ଡିସପୋଜେବଲ୍‌ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମିଳେ। ଯାହା ପରବର୍ତ୍ତି ସମୟରେ ଅଦରକାରୀ ହୋଇଯାଏ। ଆଉ ଡଷ୍ଟବିନ୍‌ରେ ପକାଇଦିଆଯାଏ। ହେଲେ ବାଲେନ୍‌ସିଆଗା କମ୍ପାନୀର ଏମିତି ଏକ ଡିସ୍‌ପୋଜେବଲ୍‌ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଅଛି, ଯାହାର ମୂଲ୍ୟ ହେଉଛି ୧୦,୦୦୦ଡଲାର। ଏହି ବ୍ୟାଗର ମୂଲ୍ୟ ଏତେ ହେଲେ ବି ତା’ର ଭାଗ୍ୟ ଶେଷରେ ସେଇ ଡଷ୍ଟବିନ୍‌।

ହୀରା ହେଲୋ କିଟି: ଜାପାନୀ କାର୍ଟୁନ କ୍ୟାରେକ୍ଟର ହେଲୋ କିଟି ପ୍ରାୟ ସବୁ ପିଲାଙ୍କୁ ଭଲ ଲାଗେ। ଏହାର କଣ୍ଢେଇ ସବୁ ପିଲାଙ୍କ ପାଖରେ ଥାଏ। ହେଲେ ଏଠି ଯେଉଁ ହେଲୋ କିଟି କଣ୍ଢେଇଟିକୁ ଦେଖୁଛନ୍ତି ସୁନ୍ଦର ହେଲେ ବି ତାକୁ ନା କୌଣସି ପିଲା ପାଖରେ ରଖି ପାରିବେ ନା ଖେଳି ପାରିବେ। କାରଣ ଏହାର ମୂଲ୍ୟ ୧୬୩୦୦୦ ଡଲାର। ଏଥିରେ ରୁବି, ପିଙ୍କ ଶାଫାୟର୍‌, ଅମେଥିଷ୍ଟ ଓ ବ୍ଲୁ ଟୋପାଜ୍‌ ଖଚ୍ଚିତ ହୋଇଛି। ଏତେ ଦାମୀ ହେଲୋ କିଟି କେବଳ ମ୍ୟୁଜିୟମ୍‌ରେ ରହିବା ଯୋଗ୍ୟ।

ହୀରା ଟି’ ବ୍ୟାଗ୍‌: ଚା’ ପ୍ରିୟଙ୍କ ପାଇଁ ଟି’ ବ୍ୟାଗ୍‌ ବହୁ ମୂଲ୍ୟବାନ। ତାକୁ ଗରମ କ୍ଷୀରରେ ବୁଡେଇ ବୁଡେଇ ପିଇବାବେଳେ ପରମ ଆନନ୍ଦ ମିଳେ। ହେଲେ ଏଠାରେ ଯେଉଁ ଟି’ ବ୍ୟାଗ କଥା କୁହାଯାଉଛି ତାକୁ କେହି ବି କିଣିବାକୁ ଚାହିଁବେନି। କାରଣ ଏହାର ମୂଲ୍ୟ ୧୪,୦୦୦ ଡଲାର, ବ୍ରୁକ୍‌ବଣ୍ଡର ପିଜି ଟିପ୍ସର ୭୫ତମ ଆନିଭର୍ସରୀରେ ୨୮୦ଟି ହୀରା ଖଚ୍ଚିତ ଏହି ହାତ ତିଆରି ଟି ବ୍ୟାଗ୍‌ଟିକୁ ତିଆରି କରାଯାଇଥିଲା।

ସୁନା ଷ୍ଟାପ୍‌ଲର୍‌ ପିନ୍‌: ଷ୍ଟାପ୍‌ଲର୍‌ ପିନ୍‌ ବିଭିନ୍ନ କାର୍ଯ୍ୟାଳୟ, ସ୍କୁଲରେ ଆବଶ୍ୟକ ହୁଏ। ମୂଲ୍ୟ ଖୁବ୍‌ କମ୍‌ ହେଲେ ବି ଏହା ବେଶ୍‌ ଦରକାରୀ। କିନ୍ତୁ ଏଠି ଯେଉଁ ଷ୍ଟାପଲର୍‌ ପିନ୍‌କୁ ଦେଖୁଛନ୍ତି ତାହା କୌଣସି କାମରେ ଲାଗିବନି। ହେଲେ ଏହାର ମୂଲ୍ୟ ଅଧିକ। ୨୧୦ ଡଲାରର ଏହି ପିନ୍‌ ୨୪ କ୍ୟାରେଟ୍‌ ସୁନାରେ ତିଆରି। ଏହା ଏକ ଭେଲଭେଟ୍‌ ଜୁଏଲାରୀ ବକ୍ସ ଭିତରେ ଉପଲବ୍ଧ ହୁଏ।
ସୁନା ଟଏଲେଟ୍‌ ପେପର୍‌: ଏଇ ଟଏଲେଟ୍‌ ପେପର୍‌ର ମୂଲ୍ୟ ଏତେ ଯେ, ସେଥିରେ ଆପଣ ଏକ ଲକ୍‌ଜ୍ୟୁରୀୟସ୍‌ କାର୍‌ କିଣିପାରିବେ। କାରଣ ୧.୩୮ ମିଲିୟନ ଡଲାରର ଏହି ଟଏଲେଟ ପେପର୍‌ ୨୨ କ୍ୟାରେଟ୍‌ ସୁନାରେ ତିଆରି। ତେଣୁ ଏହାକୁ କ’ଣ କେହି ଟଏଲେଟ୍‌୍‌ରେ ବ୍ୟବହାର କରିବେ? ଏହା କେବଳ ସଂଗ୍ରହାଳୟରେ ରହିବା ପାଇଁ ଯୋଗ୍ୟ। ଏକ ବୋତଲ ସାମ୍ପେନ ସହ ଏହାକୁ ଡେଲିଭର୍‌ କରାଯାଇଥାଏ ।

ଛତା: ଗୁସି ଆଣ୍ଡ ଆଡିଡାସ୍‌ର ଏହି ଛତାର ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ୱ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ବର୍ଷାରୁ ସୁରକ୍ଷା ପ୍ରଦାନ କରିପାରିବ ନାହିଁ।

ମାକ୍‌କ୍ୟୁମସ୍‌ ମିନି ବ୍ୟାଗ୍‌: ଦୂରରୁ ଆଖିକୁ ଦେଖାଯାଉ ନ ଥିବା ମାକ୍‌କ୍ୟୁମସ୍‌ କମ୍ପାନୀର ଏଇ କୁନି କୁନି ବ୍ୟାଗ୍‌ରେ କୌଣସି ଜିନିଷ ରଖିହେବ ନାହିଁ। ହେଲେ ଏହାର ମୂଲ୍ୟ ହେଉଛି ୬୦,୦୦୦ ଟଙ୍କା।

ଲକ୍‌ଜ୍ୟୁରୀ ଆଇସ୍‌ କ୍ୟୁବ୍‌: କାଲିଫର୍ନିଆର ଗ୍ଲେସ୍‌ ଲକ୍‌ଜ୍ୟୁରୀ ଆଇସ୍‌ କୋ. ପ୍ରସ୍ତୁତ କରିଛି ଏକ ସ୍ବତନ୍ତ୍ର ଧରଣର ଆଇସ୍‌ କ୍ୟୁବ, ଯାହାର ଏକ ପ୍ୟାକେଟ୍‌ର ମୂଲ୍ୟ ୩୨୫ ଡଲାର। ପ୍ୟାକେଟ୍‌ରେ ୫୦ଟି ଆଇସ୍‌ କ୍ୟୁବ ରହିଥାଏ। ଫଳରେ ଗୋଟିଏ କ୍ୟୁବ୍‌ର ମୂଲ୍ୟ ୬.୫ ଡଲାର ହୁଏ। ସମ୍ପୂର୍ଣ୍ଣ ବର୍ଗାକାର ଏହି ଆଇସ୍‌କ୍ୟୁବ୍‌ ଜଳରେ କମ୍‌ ଦବ୍ରିଭୂତ ହୋଇଥାଏ କିନ୍ତୁ ଅଧିକ ଥଣ୍ଡା ପ୍ରଦାନ କରିଥାଏ। ସ୍ବାଦହୀନ ଏହି ଆଇସ୍‌ କ୍ୟୁବ୍‌୍‌କୁ ଏତେ ଦାମରେ କିଏ ବା କାହିଁକି କିଣିବ।

ହୀରା କଣ୍ଟାକ୍ଟ ଲେନ୍ସ: ଅନେକ ଯୁବତୀ ଆଖିର ଲୁକ୍‌ ବଦଳାଇବା ପାଇଁ ବିଭିନ୍ନ ପ୍ରକାର ରଙ୍ଗର କଣ୍ଟାକ୍ଟ ଲେନ୍ସ ଲଗାନ୍ତି। ଯାହାକି ଏବେକାର ଫ୍ୟାଶନ ଟ୍ରେଣ୍ଡ ପାଲଟିଗଲାଣି। ହେଲେ ଏଠି ଯେଉଁ କଣ୍ଟାକ୍ଟ ଲେନ୍ସ କଥା କୁହାଯାଉଛି ସେଥିରେ ୧୮ଟି ହୀରା ଲାଗିଛି। ଫଳରେ ଏହାର ମୂଲ୍ୟ ବେଶ୍‌ ଅଧିକ। ୧୫୦୦୦ ଡଲାରର ଏହି ଲେନ୍ସକୁ ଲଗାଇଲେ କିନ୍ତୁ ଏକ ଭୟାନକ ଲୁକ୍‌ ମିଳେ। ଲାଗେ ସତେ ଯେମିତି ଭୂତ ଆଖି ଚକ୍‌ମକ୍‌ କରୁଛି।

ରୁବି ଓ ହୀରା ଖଚ୍ଚିତ ପେନ୍‌: ପେନ୍‌ ହଜିବା ଏକ ସାଧାରଣ କଥା। ଅନେକଙ୍କ କ୍ଷେତ୍ରରେ ଏହା ଘଟିଥାଏ। ହେଲେ ଏହି ପେନ୍‌କୁ ତ କିଣିବା ଅସମ୍ଭବ। ଆଉ ହଜିଗଲେ ତ ପ୍ରାଣ ଚାଲିଗଲା ପରି ଲାଗିବ। କାରଣ ରୁବି ଓ ହୀରା ଖଚ୍ଚିତ ଏହି ପେନ୍‌ର ମୂଲ୍ୟ ୫୯୫,୦୦୦ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri