Posted inଫୁରସତ

ଦାମୀ ବ୍ରେଡ

ବ୍ରେଡ୍‌ ବା ପାଉଁରୁଟି ପ୍ରାୟ ସମସ୍ତେ ଖାଇଥିବେ। କିଏ ଏହାକୁ ସାଣ୍ଡଓ୍ବିଚ କରି ଖାଆନ୍ତି ତ କିଏ ଟୋଷ୍ଟ କରି ଖାଆନ୍ତି। ତେବେ ଏମିତିବି କିଛି ବ୍ରେଡ୍‌ ଅଛି ଯାହାକୁ ସାଧାରଣ ଲୋକ ନିଜର ଦୈନନ୍ଦିନ ଜୀବନରେ ଖାଇବା ଅସମ୍ଭବ। କାରଣ ଏସବୁର ମୂଲ୍ୟ ଖୁବ୍‌ ବେଶି…

ଦି ଗୋଲ୍ଡ ଲିଫ୍‌ ବ୍ରେଡ: ପୃଥିବୀର ସବୁଠାରୁ ଦାମୀ ବ୍ରେଡ ହେଉଛି ଗୋଲ୍ଡ ଲିଫ୍‌ ବ୍ରେଡ। ଏହାର ମୂଲ୍ୟ ୧୨୦.୭୩ ଡଲାର। ସ୍ପେନ, ଆଣ୍ଡାଲୁସିଆର ବେକର୍‌ ମୋରେନୋ ଏହାକୁ ତିଆରି କରିଛନ୍ତି। ୭୦ ବର୍ଷର ତାଙ୍କର ଏହି ଫ୍ୟାମିଲି ବେକେରୀରେ ସେମାନେ ୫୦ ଭିନ୍ନ ଭିନ୍ନ ପ୍ରକାରର ବ୍ରେଡ ତିଆରି କରିଛନ୍ତି। ତେବେ ଏହି ଗୋଲ୍ଡ ଲିଫ୍‌ ବ୍ରେଡ୍‌ରେ ମୋରେନୋ ୨୫୦ ମି.ଗ୍ରା. ର ଗୋଲ୍ଡ ଡଷ୍ଟ ବ୍ୟବହାର କରିଛନ୍ତି, ଯାହା ଉକ୍ତ ବ୍ରେଡକୁ ସ୍ବତନ୍ତ୍ର କରେ।

ଦ ରୟାଲ ବ୍ଲୁମର: ରବର୍ଟ ଡିଡିୟର ପ୍ରସ୍ତୁତ କରିଥିବା ଏହି ବ୍ରେଡର ମୂଲ୍ୟ ୯୭.୩୪ ଡଲାର। ନର୍ଥ ଓ୍ବେଲ୍ସର ରେକ୍ସହାମସ୍ଥ ତାଙ୍କର ଅର୍କାଡ ପିଗ୍‌ ବେକେରୀରେ ସେ ଏହାକୁ ତିଆରି କରିଥିଲେ। ଏଥିରେ ସେ ୨୩ କ୍ୟାରେଟ୍‌ର ଏଡିବଲ୍‌ ଗୋଲ୍ଡର ବ୍ୟବହାର କରିଛନ୍ତି। ତା’ଛଡା ପାଣିର ବ୍ୟବହାର ନ କରି ସେ ଏହି ବଡ ଆକାରର ବ୍ରେଡ୍‌ ପ୍ରସ୍ତୁତିରେ କିଛି ସାମ୍ପେନ୍‌ ଓ ଏକ ବୋତଲ ଚାର୍ଲସ ଡି କାସାନୋଭା ବ୍ୟବହାର କରିଛନ୍ତି, ଯାହାକି ଏହାର ସ୍ବାଦ ବଢାଇଥାଏ। ଗାର୍ନିଶିଂ ପାଇଁ ସେ ରେଡ ଗୋଲ୍ଡର ବ୍ୟବହାର କରିଛନ୍ତି।

ଦି ସେଫର୍ଡ ଲୋଫ: ଏହାର ମୂଲ୍ୟ ୨୫ ଡଲାର। ବ୍ରିଟେନ୍‌ର ଏହା ଦାମୀ ବ୍ରେଡ ଭାବେ ଜଣାଶୁଣା। ଟମ୍‌ ହର୍ବର୍ଟ ଏହାକୁ ପ୍ରସ୍ତୁତ କରିଥିଲେ। ୫୫ ବର୍ଷର ପୁରୁଣା ରେସିପି ଯେଉଁଥିରେ ଅର୍ଗାନିକ ସେମାରସେଟ ସ୍ପେଲ୍ଡ ଫ୍ଲୋର, କଟ୍‌ସଓଲ୍ଡସ୍‌ ସ୍ପ୍ରିଙ୍ଗ ଓ୍ବାଟର, କୋର୍ନିସ୍‌ ସି ସଲ୍ଟ ଆଦି ବ୍ୟବହାର କରାଯାଇଛି।

ହାରୋଡ୍‌ସ ରୋକଫୋର୍ଟ ଆଣ୍ଡ ଆଲମଣ୍ଡ ସୋର୍‌ଡୋ ବ୍ରେଡ: ଲଣ୍ଡନର ହାରୋଡ୍‌ସ ପ୍ରିମିୟର ଡିପାର୍ଟମେଣ୍ଟ ଷ୍ଟୋରରେ ବିକ୍ରି ହୁଏ ଏହି ବ୍ରେଡ୍‌। ଏହାର ମୂଲ୍ୟ ୨୪.୫୦ ଡଲାର। ମାଷ୍ଟର ବେକର୍‌ ପଲ୍‌ ହଲିଉଡ ଏହାକୁ ତିଆରି କରିଛନ୍ତି। ଏଥିରେ ସବୁଠୁ ଭଲ କ୍ୱାଲିଟିର ମଇଦାର ବ୍ୟବହାର ହୋଇଛି। ସବୁଠୁ ବଡ଼ କଥା ଉକ୍ତ ବ୍ରେଡ୍‌ରେ କୌଣସି ପ୍ରକାରର କୃତ୍ରିମ ଫ୍ଲେଭର ବ୍ୟବହାର କରାଯାଇ ନାହିଁ।

ରଗବ୍ରୋଡ: ରେୟ ଫ୍ଲୋର୍‌(ଅଟା)ରେ ତିଆରି ଏହି ବ୍ରେଡ୍‌ରେ କଖାରୁ ମଞ୍ଜି, ଅଳସୀ, ସୂର୍ଯ୍ୟମୁଖୀ ଫୁଲର ମଞ୍ଜି ବ୍ୟବହାର କରାଯାଇଛି। ବ୍ରାଉନ କଲର୍‌, ଆୟାତାକାରର ଉକ୍ତ ବ୍ରେଡ୍‌ର ମୂଲ୍ୟ ୮ ଡଲାର। ଏହା ଡେନ୍‌ମାର୍କର ପାରମ୍ପରିକ ବ୍ରେଡ।
ମିସେ ବ୍ରେଡ: ନ୍ୟୁୟର୍କରେ ମିଳେ ଏହି ଖାସ୍‌ ବ୍ରେଡ। ଏହା ଏଠାକାର ସବୁଠୁ ଦାମୀ ବ୍ରେଡ। ଏହାର ମୂଲ୍ୟ ପାଉଣ୍ଡ ପିଛା ୨୦ ଡଲାର। ଅର୍ଗାନିକ ଫ୍ଲୋରରେ ତିଆରି ଏହି ବ୍ରେଡର ସ୍ବାଦ ବହୁତ ଭଲ। ଏଥିରେ ଫ୍ଲୋର୍‌କୁ ଏକ ଲମ୍ବା ପ୍ରୋସେସ୍‌ର ଫରମେଣ୍ଟେସନ୍‌ କରାଯାଇଥାଏ, ଯାହାକି ବ୍ରେଡକୁ ୟୁନିକ ଫ୍ଲେଭର୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri