Posted inଜାତୀୟ

ମହଙ୍ଗା ମାଡ଼: ଲୋକେ ଅତିଷ୍ଠ, ଲାଭରେ କମ୍ପାନୀ

ଭୋପାଳ, ୨୭ା୫:ମୁଦ୍ରାସ୍ଫୀତିକୁ ହ୍ରାସ କରିବାର ପ୍ରଚାର କରି ଶାସନ କ୍ଷମତାକୁ ଆସିଥିବା ସରକାର ଏବେ ଦରଦାମ୍‌ ବୃଦ୍ଧିଜନିତ ସମସ୍ୟାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଗତ ୫ବର୍ଷ ମଧ୍ୟରେ ସବୁ ଜିନିଷର ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଛି। କ୍ଷୀରଠାରୁ ଅରମ୍ଭ କରି ପେଟ୍ରୋଲ୍‌, ବିଜୁଳିଠୁ ଆରମ୍ଭ କରି ରୋଷେଇ ଗ୍ୟାସ୍‌, ପନିପରିବା ଠାରୁ ଆରମ୍ଭ କରି ଔଷଧ ପ୍ରତ୍ୟେକ ଜିନିଷର ମୂଲ୍ୟ ବୃଦ୍ଧିି ପାଇଛି। ଏପରି କି ସାଧାରଣ ଲୋକଙ୍କ ଏହି ସମୟରେ ଖର୍ଚ୍ଚ ୪୩ରୁ ୬୭% ଅଧିକ ହୋଇଛି। ଗୋଟେ ପଟେ ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବାବେଳେ କମ୍ପାନୀଗୁଡ଼ିକର କିନ୍ତୁ କିଛି ଫରକ୍‌ ହୋଇନାହିଁ ବରଂ ଗତ ୪ବର୍ଷରେ କମ୍ପାନୀଗୁଡ଼ିକର ଲାଭ ୯୦% ବଢ଼ିଥିବା ଜଣାପଡ଼ିଛି। ଏପରି କି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ମଧ୍ୟ ୨ଗୁଣା ହୋଇଛି।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶରେ ଗତ ବର୍ଷକ ମଧ୍ୟରେ ଅଟା ମୂଲ୍ୟ ୧୦% ବୃଦ୍ଧି ଘଟିଛି, ଯାହାକି ଗତ ୧୨ବର୍ଷ ମଧ୍ୟରେ ସର୍ବାଧିକ। ୪ବର୍ଷରେ ପେଟ୍ରୋଲ୍‌ ୪୮.୬୦% ଓ ଡିଜେଲ ମୂଲ୍ୟରେ ୪୮% ବୃଦ୍ଧି ଘଟିଥିବାବେଳେ ରନ୍ଧନ ଗ୍ୟାସ୍‌ ଦରରେ ୪୩% ବଢ଼ିଛି। ଖାଇବା ତେଲ ଦର ସର୍ବାଧିକ ୬୭% ବଢ଼ିଛି। ୨୦୧୮-୧୯ ତୁଳନାରେ ୨୦୨୧-୨୨ରେ ଇଣ୍ଡିଆନ୍‌ ଅଏଲ୍‌ କମ୍ପାନୀ ଲିମିଟେଡ୍‌(ଆଇଓସିଏଲ୍‌)ର ୪୩% ଅଧିକ ଲାଭ ହୋଇଥିବାବେଳେ ବିପିସିଏଲ୍‌ର ୨୪% ଏବଂ ଏଚ୍‌ପିସିଏଲ୍‌ର ୧୪% ବଢ଼ିଛି। ଏହି ସମୟରେ ଆଇଓସିଏଲ୍‌ କେବଳ ୭ହଜାର କୋଟି ଟଙ୍କା ଲାଭ କରିଛି। ସେହିପରି ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ କ୍ଷୀର ମୂଲ୍ୟ ୨୬% ବଢ଼ିଥିବାବେଳେ ଦୁଗ୍‌ଧ ସଂଘଗୁଡ଼ିକର ମୋଟ ଲାଭ ୧୧୮% ହୋଇଯାଇଛି। ଡାଲିରେ ମଧ୍ୟ ୩୨% ବୃଦ୍ଧି ପାଇଛି। ଏହି ସମୟରେ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍‌ସ(ଏଫ୍‌ଏମ୍‌ସିଜି) କମ୍ପାନୀଗୁଡ଼ିକର ଲାଭ ୬୭% ବୃଦ୍ଧି ପାଇଛି। ଦରଦାମ ବୃଦ୍ଧି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଥିବାବେଳେ କମ୍ପାନୀଗୁଡ଼ିକ ଲୋକଙ୍କ ଅସନ୍ତୋଷକୁ ଲକ୍ଷ୍ୟରେ ରଖି ଏକ ନୂଆ ନୀତି ଆପଣାଇଛନ୍ତି। ଜିନିଷର ଦାମ୍‌ ବୃଦ୍ଧି କରିଦେଲେ ଗ୍ରାହକଙ୍କ ମଧ୍ୟରେ କାଳେ ଅସନ୍ତୋଷ ବଢ଼ିବ ସେଥିପାଇଁ ବିଭିନ୍ନ କମ୍ପାନୀଗୁଡ଼ିକ ଏବେ ପୂର୍ବର ଦରକୁ ଅପରିବର୍ତ୍ତିତ ରଖି ଓଜନରେ ହ୍ରାସ କରିଛନ୍ତି। ଉଦାହରଣ ପୂର୍ବରୁ ୨୫ଗ୍ରାମର କୋଲ୍‌ଗେଟ ପେଷ୍ଟର ମୂଲ୍ୟ ୭ଟଙ୍କା ଥିବାବେଳେ ଏବେ ମଧ୍ୟ ସମାନ ମୂଲ୍ୟ ରହିଛି, ହେଲେ ଏହାର ଓଜନ ୧୮ଗ୍ରାମକୁ ଖସି ଆସିଛି। ସେହିପରି ପୂର୍ବରୁ ୬୪ଗ୍ରାମ ବିଶିଷ୍ଟ ପାର୍ଲେଜି ବିସ୍କୁଟ ପ୍ୟାକେଟର ଦାମ ୫ଟଙ୍କା ଥିବାବେଳେ ଏବେ ଏହା ୫୫ ଗ୍ରାମ୍‌କୁ ହ୍ରାସ ପାଇଛି। ଏପରି ଅନେକ ସାମଗ୍ରୀର ମୂଲ୍ୟକୁ ଅପରିବର୍ତ୍ତିତ ରଖି ଓଜନ ହ୍ରାସ କରି କମ୍ପାନୀଗୁଡ଼ିକ ଲାଭ ଉଠାଇବାରେ ସହାୟକ ହେଉଛନ୍ତି। ଗତ ୫ବର୍ଷ ମଧ୍ୟରେ ମଧ୍ୟପ୍ରଦେଶ ସରକାର ୨୮,୬୫୩କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri