ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୫.୬୯%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ନିକଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀ ଅନୁସାରେ ୨୦୨୧ ଫେବୃୟାରୀରେ ଏହା ୧୧୯ ପଏଣ୍ଟ ରହିଥିଲା; ଯାହା ୨୦୨୧ ମାର୍ଚ୍ଚରେ ୦.୬ ପଏଣ୍ଟ ବୃଦ୍ଧି ପାଇ ୧୧୯.୬ ପଏଣ୍ଟରେ ରହିଛି।
ସେହିଭଳି ତାଳଚେର ଓ ଅନୁଗୋଳରେ ଏହା ୧୨୬.୪ ପଏଣ୍ଟରେ ରହିଥିବା ବେଳେ ମାର୍ଚ୍ଚରେ ଏହା ଅପରିବର୍ତ୍ତିତ ରହିଛି। ସେହିପରି କଟକରେ ଏହା ୧୨୬.୩ ଥିଲା ବେଳେ ୦.୧ ପଏଣ୍ଟ ବଢି ମାର୍ଚ୍ଚରେ ୧୨୬.୪ ପଏଣ୍ଟରେ ପହଞ୍ଚତ୍ଛି। କେନ୍ଦୁଝରରେ ମଧ୍ୟ ଏହା ୧୨୫.୫ ପଏଣ୍ଟରେ ରହିଥିଲା; ଯାହା ମାର୍ଚ୍ଚରେ ୦.୬ ପଏଣ୍ଟ କମି ୧୨୪.୯ ପଏଣ୍ଟ ହୋଇଛି।
ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ୮୫.୨% ଭତ୍ତା ପାଉଛନ୍ତି। ଏହି ଭତ୍ତା ୦.୭% କମି ୮୪.୫% ସଂଶୋଧିତ ହାରରେ ପ୍ରାୟ ୨୫.୬୯% ମଇ ପହିଲାଠାରୁ ମିଳିବ ବୋଲି ଜଣାପଡ଼ିଛି। ବୀମା କର୍ମଚାରୀମାନେ ବର୍ତ୍ତମାନ ସମୟରେ ୭୮.୪% ପାଉଥିବା ବେଳେ ଏହା ୦.୯% ହ୍ରାସ ପାଇଛି। ଫଳରେ ସେମାନେ ୭୭.୫% ଚଳିତ ମାସ ୧ ତାରିଖରୁ ପାଇବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୧୭୦.୫୩% ଭତ୍ତା ପାଉଛନ୍ତି। ବର୍ତ୍ତମାନ ଏହା ୨.୧୩% ବୃଦ୍ଧି ପାଇ ୧୭୨.୬୬%ରେ ରହିଛି; ଯାହା ଜୁଲାଇ ପହିଲାରୁ ମିଳିବ ବୋଲି ଜଣାପଡିଛି। ସରକାରୀ କର୍ମଚାରୀ ବର୍ତ୍ତମାନ ୧୭% ଭତ୍ତା ପାଉଛନ୍ତି। ଏବେ ଏହା ୧୪% ବୃଦ୍ଧି ପାଇଛି। ଏହି ବୃଦ୍ଧି ରାଶିକୁ ସେମାନଙ୍କୁ ୨୦୨୦ ଜାନୁୟାରୀରେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଜୁଲାଇରେ ଅବଶିଷ୍ଟ ୩% ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri