ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୫.୬୯%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ନିକଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀ ଅନୁସାରେ ୨୦୨୧ ଫେବୃୟାରୀରେ ଏହା ୧୧୯ ପଏଣ୍ଟ ରହିଥିଲା; ଯାହା ୨୦୨୧ ମାର୍ଚ୍ଚରେ ୦.୬ ପଏଣ୍ଟ ବୃଦ୍ଧି ପାଇ ୧୧୯.୬ ପଏଣ୍ଟରେ ରହିଛି।
ସେହିଭଳି ତାଳଚେର ଓ ଅନୁଗୋଳରେ ଏହା ୧୨୬.୪ ପଏଣ୍ଟରେ ରହିଥିବା ବେଳେ ମାର୍ଚ୍ଚରେ ଏହା ଅପରିବର୍ତ୍ତିତ ରହିଛି। ସେହିପରି କଟକରେ ଏହା ୧୨୬.୩ ଥିଲା ବେଳେ ୦.୧ ପଏଣ୍ଟ ବଢି ମାର୍ଚ୍ଚରେ ୧୨୬.୪ ପଏଣ୍ଟରେ ପହଞ୍ଚତ୍ଛି। କେନ୍ଦୁଝରରେ ମଧ୍ୟ ଏହା ୧୨୫.୫ ପଏଣ୍ଟରେ ରହିଥିଲା; ଯାହା ମାର୍ଚ୍ଚରେ ୦.୬ ପଏଣ୍ଟ କମି ୧୨୪.୯ ପଏଣ୍ଟ ହୋଇଛି।
ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ୮୫.୨% ଭତ୍ତା ପାଉଛନ୍ତି। ଏହି ଭତ୍ତା ୦.୭% କମି ୮୪.୫% ସଂଶୋଧିତ ହାରରେ ପ୍ରାୟ ୨୫.୬୯% ମଇ ପହିଲାଠାରୁ ମିଳିବ ବୋଲି ଜଣାପଡ଼ିଛି। ବୀମା କର୍ମଚାରୀମାନେ ବର୍ତ୍ତମାନ ସମୟରେ ୭୮.୪% ପାଉଥିବା ବେଳେ ଏହା ୦.୯% ହ୍ରାସ ପାଇଛି। ଫଳରେ ସେମାନେ ୭୭.୫% ଚଳିତ ମାସ ୧ ତାରିଖରୁ ପାଇବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ୧୭୦.୫୩% ଭତ୍ତା ପାଉଛନ୍ତି। ବର୍ତ୍ତମାନ ଏହା ୨.୧୩% ବୃଦ୍ଧି ପାଇ ୧୭୨.୬୬%ରେ ରହିଛି; ଯାହା ଜୁଲାଇ ପହିଲାରୁ ମିଳିବ ବୋଲି ଜଣାପଡିଛି। ସରକାରୀ କର୍ମଚାରୀ ବର୍ତ୍ତମାନ ୧୭% ଭତ୍ତା ପାଉଛନ୍ତି। ଏବେ ଏହା ୧୪% ବୃଦ୍ଧି ପାଇଛି। ଏହି ବୃଦ୍ଧି ରାଶିକୁ ସେମାନଙ୍କୁ ୨୦୨୦ ଜାନୁୟାରୀରେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଜୁଲାଇରେ ଅବଶିଷ୍ଟ ୩% ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏସ୍‌ଏମ୍‌ଇ ଲାଗି ଏସ୍‌ବିଆଇର ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର,୨୭।୬(ବ୍ୟୁରୋ) : ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କୋଭିଡ୍‌-୧୯...

ସୁନା-ରୁପା ଶସ୍ତା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା...

ଏବେ ଅଫିସକୁ ଜିନ୍ସ୍‌ ପିନ୍ଧି ଆସିବା ମନା !

ନୂଆଦିଲ୍ଲୀ, ୨୭।୮: ଅଫିସ୍‌କୁ ଶର୍ଟସ୍‌, ଟାଇଟ୍‌ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍‌ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ...

୯% ଖସିବ ଜିଡିପି: କ୍ରିସିଲ

ମୁମ୍ବାଇ, ୧୧।୯ : ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ୯% ହ୍ରାସ ଘଟିବ। କରୋନା ସଂକ୍ରମରଣ ବର୍ତ୍ତମାନ ବଢିଚାଲିଛି।...

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ,୨୩-୫: ଚଳିତ ଆର୍ଥତ୍କ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ଲାଗି ବିଭିନ୍ନ ଶିଳ୍ପ ସଙ୍ଗଠନ...

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ...

ଡିଲରଶିପ୍‌ ପୁନଃ କାର୍ଯ୍ୟକ୍ଷମ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍‌କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି...

ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ...

Advertisement


Archives

Model This Week

Why Dharitri