ନୂତନ ଅଦାଲତରୁ ତ୍ୱରିତ ନ୍ୟାୟ ଆଶା

ବଅଁରପାଳ,୨୪ା୧(ଡି.ଏନ.ଏ.) ସିଭିଲ କେସ୍‌ ହେଉ କି ଚୋରି, ଡକାୟତି, ମାରପିଟ୍‌ ମକଦ୍ଦମା, ତାରିଖ ପଡ଼ିବା ମାତ୍ରେ ଅଦାଲତରେ ହାଜିରା ଦେବା ନିଶ୍ଚିତ। ହେଲେ ବଅଁରପାଳ ବ୍ଲକରେ କୋର୍ଟ ନ ଥିବାରୁ ଏପରି ମକଦ୍ଦମା ଲଢ଼ିବାକୁ ମହକିଲ କିମ୍ବା ତାଙ୍କ ଓକିଲଙ୍କୁ ଅନୁଗୋଳ ସଦର ମହକୁମାରେ ଥିବା କୋର୍ଟକୁ ଯିବାକୁ ପଡ଼ୁଥିଲା। ଅନେକ ମାମଲାର ବିଚାର ବର୍ଷ ବର୍ଷ ଧରି ଚାଲୁଥିବାରୁ ଏଥିପାଇଁ ବାରମ୍ବାର ଅନୁଗୋଳ ଧାଇଁବାକୁ ହେଉଥିଲା। ଫଳରେ ଯାତାୟାତ ବାବଦରେ ବହୁ ଅର୍ଥ ସହ ସମୟ ବ୍ୟୟ ହେଉଥିଲା। ତେବେ ଏପରି ମକଦ୍ଦମା ପାଇଁ ଏଣିକି ଆଉ ଅନୁଗୋଳ ଯିବାକୁ ପଡ଼ିବ ନାହିଁ। କାରଣ ଆସନ୍ତା ଫେବୃୟାରୀ ୭ ତାରିଖରେ ବଅଁରପାଳ ତହସିଲ କାର୍ଯ୍ୟାଳୟ ନିକଟରେ ଖୋଲିବାକୁ ଯାଉଛି ଦଓ୍ବୋନି ବିଚାରପତି (କନିଷ୍ଠ ବିଭାଗ) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ। ଏହା ଜଣାପଡ଼ିବା ପରେ ଏଠାକାର ଜନସାଧାରଣ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ବଅଁରପାଳରେ ଏହି ଅଦାଲତ ସ୍ଥାପନ ହେବା ଦ୍ୱାରା ୩୫ଟି ପଞ୍ଚାୟତର ଲୋକେ ଉପକୃତ ହୋଇପାରିବେ। ବିଶେଷକରି ନାଲ୍‌କୋ, ବଅଁରପାଳ ଥାନାରେ ହେଉଥିବା ବହୁ ମାମଲାର ବିଚାର ଏହି କୋର୍ଟରେ କରାଯିବ। ଏଥିସହ ଜରପଡ଼ା ଥାନା, ନିଶା, ଅନୁଗୋଳ ଥାନା ଓ ସଦର ଥାନା ଅଞ୍ଚଳର କିଛିଅଂଶ ଏହି ଅଦାଲତ ପରିସର ମଧ୍ୟରେ ଆସୁଛି। ତେଣୁ ମୋଟ୍‌ ୬ଟି ଥାନାର ବିଭିନ୍ନ ମାମଲା ନୂଆ କୋର୍ଟକୁ ଆସିବ। ବଅଁରପାଳରେ କୋର୍ଟ ଖୋଲିବା ପାଇଁ ବ୍ଲକବାସୀ ଦୀର୍ଘଦିନରୁ ଦାବି କରିଆସୁଥିଲେ। ଫେବୃୟାରୀ ୭ରେ ସେହି ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଏହାଛଡ଼ା ଏଠାରେ ଅଦାଲତ ପ୍ରତିଷ୍ଠା ଯୋଗୁ ତ୍ୱରିତ ନ୍ୟାୟ ମିଳିବ ବୋଲି ଅନେକେ ଆଶା ପ୍ରକଟ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ବାର୍‌ ଆସୋସିଏଶନ ମଧ୍ୟ ଗଠନ ହୋଇସାରିଛି। ଆଇନଜୀବୀ ବିଦୁଭୂଷଣ ପଟ୍ଟନାୟକ ଆସୋସିଏଶନ ଅଧ୍ୟକ୍ଷ ଥିବାବେଳେ ଉପଦେଷ୍ଟା ଭାବେ ଆଇନଜୀବୀ ଶ୍ରୀକାନ୍ତ ଗଡ଼ନାୟକ, ଅଭୟ ଗଡ଼ନାୟକ, ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ ରହିଛନ୍ତି। ଏଥିସହ ବଅଁରପାଳ ଅଞ୍ଚଳର ବହୁ ଓକିଲ ଏହାର ସଦସ୍ୟ ଅଛନ୍ତି।

ଖୁବ୍‌ଶୀଘ୍ର ନ୍ୟାୟ ପାଇବେ ବ୍ଲକବାସୀ
ବଅଁରପାଳରେ କୋର୍ଟ ଖୋଲିବା ନିମନ୍ତେ ଦୀର୍ଘଦିନରୁ ବ୍ଲକବାସୀଙ୍କ ଦାବି ରହିଥିଲା। ଆସନ୍ତା ମାସରେ କୋର୍ଟ ଉଦ୍‌ଘାଟନ ହେଲେ ସେହି ଦାବି ପୂରଣ ହେବ। ଫଳରେ ବିଭିନ୍ନ ମକଦ୍ଦମା ପାଇଁ ଏଠାକାର ଲୋକଙ୍କୁ ଆଉ ଜିଲା ସଦର ମହକୁମା ଯିବାକୁ ପଡ଼ିବ ନାହିଁ। ସମୟ ସହ ସେମାନଙ୍କ ଏ ବାବଦ ଅର୍ଥ ମଧ୍ୟ ସଞ୍ଚୟ ହୋଇପାରିବ।
-ବିଦୁ ଭୂଷଣ ପଟ୍ଟନାୟକ, ବାର୍‌ ଆସୋସିଏଶନ ଅଧ୍ୟକ୍ଷ

କୋର୍ଟ ଖୋଲିବା ଉତ୍ସାହ ବଢ଼ାଇଛି
ଆସନ୍ତା ଫେବୃୟାରୀ ୭ରେ ବ୍ଲକ ହେଡକ୍ୱାର୍ଟରରେ ନୂତନ କୋର୍ଟ ଖୋଲାଯିବ। ହାଇକୋର୍ଟ ମୁଖ୍ୟ ବିଚାରପତି ଏହାକୁ ଉଦ୍‌ଘାଟନ କରିବେ। ଏହାଦ୍ୱାରା ବ୍ଲକର ୩୫ ପଞ୍ଚାୟତର ଲୋକେ ଉପକୃତ ହେବେ। ତେଣୁ ଏହାକୁ ନେଇ ବ୍ଲକବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
-ଶ୍ରୀକାନ୍ତ ଗଡ଼ନାୟକ, ବରିଷ୍ଠ ଆଇନଜୀବୀ

ଦୀର୍ଘ ବର୍ଷର ପ୍ରତୀକ୍ଷା ଥିଲା
ଅନେକ ସମୟରେ ମାମଲାର ବିଚାରରେ ବିଳମ୍ବ ଦେଖିବାକୁ ମିଳିଥାଏ। କାରଣ ମାମଲା ସଂଖ୍ୟା ବଢ଼ୁଥିବା ବେଳେ କୋର୍ଟ ଓ ବିଚାରପତିଙ୍କ ସଂଖ୍ୟା ସେହି ଅନୁସାରେ ବୃଦ୍ଧି କରାଯାଉ ନାହିଁ। ତେବେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ବଅଁରପାଳଠାରେ ନୂତନ କୋର୍ଟ ଖୋଲାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ।
– ଅଞ୍ଜଳି ଭୋଇ, ବ୍ଲକ ଅଧ୍ୟକ୍ଷା

ଯିବାକୁ ପଡିବନି ୧୫ କିଲୋମିଟର
ନ୍ୟାୟ ପାଇବା ନିମନ୍ତେ ପୂର୍ବରୁ ବଅଁରପାଳ ଲୋକଙ୍କୁ ଅନୁଗୋଳ ସଦର ମହକୁମାରେ ଥିବା କୋର୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏଠାରେ ନୂତନ କୋର୍ଟ ହେବା ଦ୍ୱାରା ଅଞ୍ଚଳବାସୀଙ୍କୁ ଆଉ ଅନୁଗୋଳ ୧୫ କିଲୋମିଟର ଦୂର ଯିବାକୁ ପଡ଼ିବନି। ଏହା ସମସ୍ତଙ୍କ ପାଇଁ ନିଶ୍ଚିତ ଏକ ଆଶ୍ୱସ୍ତିର ବିଷୟ।
-ବାଉରିବନ୍ଧୁ ସାହୁ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri