ନୂତନ ଅଦାଲତରୁ ତ୍ୱରିତ ନ୍ୟାୟ ଆଶା

ବଅଁରପାଳ,୨୪ା୧(ଡି.ଏନ.ଏ.) ସିଭିଲ କେସ୍‌ ହେଉ କି ଚୋରି, ଡକାୟତି, ମାରପିଟ୍‌ ମକଦ୍ଦମା, ତାରିଖ ପଡ଼ିବା ମାତ୍ରେ ଅଦାଲତରେ ହାଜିରା ଦେବା ନିଶ୍ଚିତ। ହେଲେ ବଅଁରପାଳ ବ୍ଲକରେ କୋର୍ଟ ନ ଥିବାରୁ ଏପରି ମକଦ୍ଦମା ଲଢ଼ିବାକୁ ମହକିଲ କିମ୍ବା ତାଙ୍କ ଓକିଲଙ୍କୁ ଅନୁଗୋଳ ସଦର ମହକୁମାରେ ଥିବା କୋର୍ଟକୁ ଯିବାକୁ ପଡ଼ୁଥିଲା। ଅନେକ ମାମଲାର ବିଚାର ବର୍ଷ ବର୍ଷ ଧରି ଚାଲୁଥିବାରୁ ଏଥିପାଇଁ ବାରମ୍ବାର ଅନୁଗୋଳ ଧାଇଁବାକୁ ହେଉଥିଲା। ଫଳରେ ଯାତାୟାତ ବାବଦରେ ବହୁ ଅର୍ଥ ସହ ସମୟ ବ୍ୟୟ ହେଉଥିଲା। ତେବେ ଏପରି ମକଦ୍ଦମା ପାଇଁ ଏଣିକି ଆଉ ଅନୁଗୋଳ ଯିବାକୁ ପଡ଼ିବ ନାହିଁ। କାରଣ ଆସନ୍ତା ଫେବୃୟାରୀ ୭ ତାରିଖରେ ବଅଁରପାଳ ତହସିଲ କାର୍ଯ୍ୟାଳୟ ନିକଟରେ ଖୋଲିବାକୁ ଯାଉଛି ଦଓ୍ବୋନି ବିଚାରପତି (କନିଷ୍ଠ ବିଭାଗ) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ। ଏହା ଜଣାପଡ଼ିବା ପରେ ଏଠାକାର ଜନସାଧାରଣ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ବଅଁରପାଳରେ ଏହି ଅଦାଲତ ସ୍ଥାପନ ହେବା ଦ୍ୱାରା ୩୫ଟି ପଞ୍ଚାୟତର ଲୋକେ ଉପକୃତ ହୋଇପାରିବେ। ବିଶେଷକରି ନାଲ୍‌କୋ, ବଅଁରପାଳ ଥାନାରେ ହେଉଥିବା ବହୁ ମାମଲାର ବିଚାର ଏହି କୋର୍ଟରେ କରାଯିବ। ଏଥିସହ ଜରପଡ଼ା ଥାନା, ନିଶା, ଅନୁଗୋଳ ଥାନା ଓ ସଦର ଥାନା ଅଞ୍ଚଳର କିଛିଅଂଶ ଏହି ଅଦାଲତ ପରିସର ମଧ୍ୟରେ ଆସୁଛି। ତେଣୁ ମୋଟ୍‌ ୬ଟି ଥାନାର ବିଭିନ୍ନ ମାମଲା ନୂଆ କୋର୍ଟକୁ ଆସିବ। ବଅଁରପାଳରେ କୋର୍ଟ ଖୋଲିବା ପାଇଁ ବ୍ଲକବାସୀ ଦୀର୍ଘଦିନରୁ ଦାବି କରିଆସୁଥିଲେ। ଫେବୃୟାରୀ ୭ରେ ସେହି ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଏହାଛଡ଼ା ଏଠାରେ ଅଦାଲତ ପ୍ରତିଷ୍ଠା ଯୋଗୁ ତ୍ୱରିତ ନ୍ୟାୟ ମିଳିବ ବୋଲି ଅନେକେ ଆଶା ପ୍ରକଟ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ବାର୍‌ ଆସୋସିଏଶନ ମଧ୍ୟ ଗଠନ ହୋଇସାରିଛି। ଆଇନଜୀବୀ ବିଦୁଭୂଷଣ ପଟ୍ଟନାୟକ ଆସୋସିଏଶନ ଅଧ୍ୟକ୍ଷ ଥିବାବେଳେ ଉପଦେଷ୍ଟା ଭାବେ ଆଇନଜୀବୀ ଶ୍ରୀକାନ୍ତ ଗଡ଼ନାୟକ, ଅଭୟ ଗଡ଼ନାୟକ, ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ ରହିଛନ୍ତି। ଏଥିସହ ବଅଁରପାଳ ଅଞ୍ଚଳର ବହୁ ଓକିଲ ଏହାର ସଦସ୍ୟ ଅଛନ୍ତି।

ଖୁବ୍‌ଶୀଘ୍ର ନ୍ୟାୟ ପାଇବେ ବ୍ଲକବାସୀ
ବଅଁରପାଳରେ କୋର୍ଟ ଖୋଲିବା ନିମନ୍ତେ ଦୀର୍ଘଦିନରୁ ବ୍ଲକବାସୀଙ୍କ ଦାବି ରହିଥିଲା। ଆସନ୍ତା ମାସରେ କୋର୍ଟ ଉଦ୍‌ଘାଟନ ହେଲେ ସେହି ଦାବି ପୂରଣ ହେବ। ଫଳରେ ବିଭିନ୍ନ ମକଦ୍ଦମା ପାଇଁ ଏଠାକାର ଲୋକଙ୍କୁ ଆଉ ଜିଲା ସଦର ମହକୁମା ଯିବାକୁ ପଡ଼ିବ ନାହିଁ। ସମୟ ସହ ସେମାନଙ୍କ ଏ ବାବଦ ଅର୍ଥ ମଧ୍ୟ ସଞ୍ଚୟ ହୋଇପାରିବ।
-ବିଦୁ ଭୂଷଣ ପଟ୍ଟନାୟକ, ବାର୍‌ ଆସୋସିଏଶନ ଅଧ୍ୟକ୍ଷ

କୋର୍ଟ ଖୋଲିବା ଉତ୍ସାହ ବଢ଼ାଇଛି
ଆସନ୍ତା ଫେବୃୟାରୀ ୭ରେ ବ୍ଲକ ହେଡକ୍ୱାର୍ଟରରେ ନୂତନ କୋର୍ଟ ଖୋଲାଯିବ। ହାଇକୋର୍ଟ ମୁଖ୍ୟ ବିଚାରପତି ଏହାକୁ ଉଦ୍‌ଘାଟନ କରିବେ। ଏହାଦ୍ୱାରା ବ୍ଲକର ୩୫ ପଞ୍ଚାୟତର ଲୋକେ ଉପକୃତ ହେବେ। ତେଣୁ ଏହାକୁ ନେଇ ବ୍ଲକବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
-ଶ୍ରୀକାନ୍ତ ଗଡ଼ନାୟକ, ବରିଷ୍ଠ ଆଇନଜୀବୀ

ଦୀର୍ଘ ବର୍ଷର ପ୍ରତୀକ୍ଷା ଥିଲା
ଅନେକ ସମୟରେ ମାମଲାର ବିଚାରରେ ବିଳମ୍ବ ଦେଖିବାକୁ ମିଳିଥାଏ। କାରଣ ମାମଲା ସଂଖ୍ୟା ବଢ଼ୁଥିବା ବେଳେ କୋର୍ଟ ଓ ବିଚାରପତିଙ୍କ ସଂଖ୍ୟା ସେହି ଅନୁସାରେ ବୃଦ୍ଧି କରାଯାଉ ନାହିଁ। ତେବେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ବଅଁରପାଳଠାରେ ନୂତନ କୋର୍ଟ ଖୋଲାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ।
– ଅଞ୍ଜଳି ଭୋଇ, ବ୍ଲକ ଅଧ୍ୟକ୍ଷା

ଯିବାକୁ ପଡିବନି ୧୫ କିଲୋମିଟର
ନ୍ୟାୟ ପାଇବା ନିମନ୍ତେ ପୂର୍ବରୁ ବଅଁରପାଳ ଲୋକଙ୍କୁ ଅନୁଗୋଳ ସଦର ମହକୁମାରେ ଥିବା କୋର୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏଠାରେ ନୂତନ କୋର୍ଟ ହେବା ଦ୍ୱାରା ଅଞ୍ଚଳବାସୀଙ୍କୁ ଆଉ ଅନୁଗୋଳ ୧୫ କିଲୋମିଟର ଦୂର ଯିବାକୁ ପଡ଼ିବନି। ଏହା ସମସ୍ତଙ୍କ ପାଇଁ ନିଶ୍ଚିତ ଏକ ଆଶ୍ୱସ୍ତିର ବିଷୟ।
-ବାଉରିବନ୍ଧୁ ସାହୁ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri