Posted inଜାତୀୟ

ଘାତକ ହେବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ

ନୂଆଦିଲ୍ଲୀ, ୩୦ା୯: ପରିବେଶ ପ୍ରଦୂଷଣ ସମସ୍ୟାକୁ ବହୁଗୁଣିତ କରି ଅକାଳ ମୃତ୍ୟୁକୁ ଡାକି ଆଣିବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ। ଭାରତୀୟ ମେଟ୍ରୋଗୁଡ଼ିକ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବା ଯୋଗୁ ସମୟ ପୂର୍ବରୁ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ। କୋଇଲାଜନିତ ପ୍ରଦୂଷଣ ଯୋଗୁ ବିଶ୍ୱର ଅନ୍ୟ ପ୍ରମୁଖ ସହର ଅପେକ୍ଷା ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇବାସୀ ଗମ୍ଭୀର ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବେ ବୋଲି ବୁଧବାର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।
ମୁକ୍ତ ସହର: ସ୍ବଚ୍ଛ ଶକ୍ତି ବିପ୍ଳବ ପାଇଁ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ପ୍ରସଙ୍ଗ’ ରିପୋର୍ଟ ପାଇଁ ଭାରତରେ ଥିବା କୋଇଲା ପାଓ୍ବାର ପ୍ଲାଣ୍ଟ ଏବଂ ଆଗାମୀ ବର୍ଷରେ ପ୍ରସ୍ତାବିତ ସମ୍ପ୍ରସାରଣ ଯୋଜନାଗୁଡିକ ଉପରେ ଅନୁଧ୍ୟାନ କରାଯାଇଥିଲା। ସି୪୦ ସିଟିଜ୍‌ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ଉକ୍ତ ୫ ସହରରେ ୫୨,୭୦୦ ଲୋକଙ୍କ ଅକାଳ ମୃତ୍ୟୁ ଘଟିବ। ୩୧,୩୦୦ ଶିଶୁ ସମୟ ପୂବର୍ର୍ରୁ ଜନ୍ମ ନେବେ। ଆଜ୍‌ମା ଯୋଗୁ ୪୬,୮୦୦ ଜଣଙ୍କୁ ଜରୁରିକାଳୀନ ସ୍ଥିତିରେ ହସ୍ପିଟାଲ ଯିବାକୁ ପଡ଼ିବ। ଅସୁସ୍ଥତା କାରଣରୁ ୨ କୋଟି ୫୮ ଲକ୍ଷ ଛୁଟି ଦିବସ ମିଳିବ। ୪୮,୯୦୦ ଜଣ ବିକଳାଙ୍ଗ ହୋଇଯିବେ। କୋଇଲା ପ୍ଲାଣ୍ଟରୁ ବାହାରୁଥିବା ଧୂଆଁ ୫୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିପାରିବ। ଏହା ଦ୍ୱାରା ସହରବାସୀ ଅଣନିଃଶ୍ୱାସୀ ହୋଇପଡ଼ିବେ। ଫଳରେ ବୟସ୍କ, ଗର୍ଭବତୀ, ଯୁବବର୍ଗଙ୍କଠାରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ପୁରାତନ ତଥା ପ୍ରଦୂଷିତ ୟୁନିଟ୍‌କୁ ହଟାଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ଯୋଜନାରେ କୋଇଲାକୁ ଶୀଘ୍ର ବାଦ୍‌ ଦିଆଯିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। ନୂଆ କୋଇଲା ପ୍ଲାଣ୍ଟ କରିବା ପରିବର୍ତ୍ତେ ସରକାର ସ୍ବଚ୍ଛ ତଥା ପ୍ରଦୂଷଣ ମୁକ୍ତ ଶକ୍ତିରେ ନିବେଶ କରିବା ଉଚିତ ବୋଲି ଏଥିରେ ପରାମର୍ଶ ଦିଆଯାଇଛି। ଜାତୀୟସ୍ତରରେ ନିର୍ଦ୍ଦିଷ୍ଟ ଯୋଗଦାନ(ଏନ୍‌ଡିସି) ଯୋଜନାରେ ଭାରତ କୋଇଲା ପାଓ୍ବାର ପ୍ଲାଣ୍ଟ ହ୍ରାସ କରି ୪୫୦ ଗିଗାଓ୍ବାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ସ୍ଥିର କରିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇରେ କୋଇଲା ପ୍ଲାଣ୍ଟର ୨୦ ପ୍ରତିଶତ ବନ୍ଦ ରଖି ନୂଆ କୋଲ୍‌ ପାଓ୍ବାର ପ୍ଲାଣ୍ଟ ନିର୍ମାଣ ଉପରେ ରୋକ ଲଗାଗଲେ ୨୦୨୦-୩୦ ମଧ୍ୟରେ ବହୁ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri