ଉତ୍ତର-ପୂର୍ବ ଭାରତରେ କାମ୍ପା ପୋର୍ଟଫୋଲିଓର ବିସ୍ତାର

ମୁମ୍ବାଇ,୨୪।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଆର୍‌ସିପିଏଲ୍‌)ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ନୂତନ କାମ୍ପା ଏବଂ ପାନୀୟଜଳ ବଟଲିଂ ପ୍ଲାଣ୍ଟ ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉତ୍ତର-ପୂର୍ବ ଭାରତରେ କାମ୍ପାର ପୋର୍ଟଫୋଲିଓର ଉପସ୍ଥିତିକୁ ବ୍ରାଣ୍ଡ୍‌ ସୁଦୃଢ଼ କରିଛି। ସେହିଭଳି ଆସାମର ପ୍ରମୁଖ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ଜେରିକୋଙ୍କ ସହ ଆର୍‌ସିପିଏଲର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଉକ୍ତ ପ୍ରକଳ୍ପ ଦ୍ୱୟର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ବତନ୍ତ୍ର ଉଦ୍‌ଘାଟନୀ ଉତ୍ସବରେ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟ ଉଭୟ ଆରସିପିଏଲ ଏବଂ ଜେରିକୋର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୬ ଲକ୍ଷ ବର୍ଗଫୁଟରୁ ଅଧିକ ପରିବ୍ୟାପ୍ତ ଅଞ୍ଚଳରେ ଏହି କାରଖାନା ଆରମ୍ଭ ହୋଇଥିଲାବେଳେ ଯାହା ଏହି ଅଞ୍ଚଳର ଶିଳ୍ପ ଏବଂ ଅର୍ଥନୈତିକ ପ୍ରସାରରେ ଏହାର ଭୂମିକାକୁ ଗୁରୁତ୍ୱ ଦେଇଥିଲା। ଅପରପକ୍ଷର ସମ୍ପୃକ୍ତ ଅଞ୍ଚଳର ସର୍ବବୃହତ ପାନୀୟ ଉତ୍ପାଦନ ୟୁନିଟ୍‌ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଉଛି। ବିଶେଷକରି ଏହାର ପ୍ରାରମ୍ଭିକ ଉତ୍ପାଦନ କ୍ଷମତା ୧୦କୋଟି ଲିଟରରୁ ଅଧିକ ହୋଇଥିଲାବେଳେ କାର୍ବୋନେଟେଡ ସଫ୍ଟ ଡ୍ରିଙ୍କ (ସିଏସ୍‌ଡି) ଏବଂ ପ୍ରାୟ ୧୮କୋଟି ଲିଟର ପ୍ୟାକେଜ୍‌ ପାନୀୟ ଜଳ, ଯାହା ବର୍ଦ୍ଧିତ ଗ୍ରାହକ ଚାହିଦା ପାଇଁ ପ୍ରଚୁର ଯୋଗାଣକୁ ସୁନିଶ୍ଚିତ କରିଥାଏ। ଏ ନେଇ ଆସାମର ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା କହିଛନ୍ତି, ସାଧାରଣ ଲୋକମାନେ କାମ୍ପାର ଉତ୍ପାଦଗୁଡ଼ିକୁ ବର୍ତ୍ତମାନ ବହୁତ ସୁଲଭ ମୂଲ୍ୟରେ କିଣିପାରିବେ। ଏପରିକି ଏହା କାମ୍ପାକୋଲାର ଏକ ବଡ଼ ସୁବିଧା କେନ୍ଦ୍ର ହୋଇଥିଲାବେଳେ ସେମାନେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିବେ। କମ୍ପାନୀ ଗୁଣବତ୍ତା ସହିତ ସାଲିସ୍‌ କରୁନାହାନ୍ତି, ଯାହା ଅନ୍ୟାନ୍ୟ ବିଶ୍ୱ ମାନଦଣ୍ଡ ସହିତ ସମକକ୍ଷ ବୋଲି କୁହାଯାଇଛି। ସେହିଭଳି ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ସିଓଓ କେତନ ମୋଡି କହିଛନ୍ତି, ଆମେ ଜେରିକୋ ସହ ବୁଝାମଣା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଗୁଆହାଟୀ ପ୍ଲାଣ୍ଟର ଉଦଘାଟନ ସହ ବ୍ରାଣ୍ଡ୍‌ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri