ବେଦାନ୍ତ ଆଲୁମିନିୟମର ମେଗା ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମର ମେଗା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ କମ୍ପାନୀର ବହୁ ପ୍ରତୀକ୍ଷିତ ଅଭିଯାନ ‘ସୁରକ୍ଷା ସାରଥି’ର ତୃତୀୟ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ, ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଏବଂ ବ୍ରଜରାଜନଗର ଟ୍ରକ୍‌ ମାଲିକ ସଂଘ (ବିଟିଓଏ) ଭଳି ପ୍ରମୁଖ ପରିବହନକାରୀ ସଂଘ ଏବଂ ଇନାନି କୋଇଲା ସେବା ପ୍ରାଇଭେଟ୍‌ ଲିମିଟେଡ୍‌ ଭଳି ପରିବହନକାରୀଙ୍କ ସହ ସହଭାଗିତାରେ ବ୍ରଜରାଜନଗର ସମଲେଶ୍ୱରୀ ଖଣିରେ କମ୍ପାନୀର ମେଗା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଏବଂ ସୁରକ୍ଷା ସାରଥିର ତୃତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୫୦୦ରୁ ଅଧିକ ଡ୍ରାଇଭର ଅଂଶଗ୍ରହଣ କରିଥିଲେ। ଏପରିକି ସେମାନଙ୍କୁ ‘ସାରଥି’ ଭାବେ ମାନ୍ୟତା ଦିଆଯାଇଥିଲା, ଯାହା ଦ୍ୱାରା ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଅପରିହାର୍ଯ୍ୟ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଥିଲା। ସୁନ୍ଦରଗଡ଼ ଜିଲାରେ ପୂର୍ବ କାର୍ଯ୍ୟକ୍ରମର ଅଂଶୀଦାର ଏବଂ ଟ୍ରକ୍‌ ଡ୍ରାଇଭରମାନଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ପରେ ଏହା ବେଦାନ୍ତ ଝାରସୁଗୁଡ଼ା ୟୁନିଟର କାର୍ଯ୍ୟକ୍ଷମ ଅଞ୍ଚଳରେ କୋଇଲା ଲୋଡିଂ ପଏଣ୍ଟଗୁଡିକରେ ଚାଲିଥିବା ସଡ଼କ ସୁରକ୍ଷା ଅଭିଯାନର ତୃତୀୟ ସଂସ୍କରଣ ଥିଲା। ଅପରପକ୍ଷରେ ସଚେତନତା ଅଭିଯାନର ଏକ ଅଂଶ ଭାବେ ବେଦାନ୍ତ ଆଲୁମିନିୟମ୍‌ ସଡ଼କ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରି ଅନେକ ପ୍ରକାରର କାର୍ଯ୍ୟକଳାପ ଆୟୋଜନ କରିଥିଲା। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ସୁରକ୍ଷା ବେଦାନ୍ତ ଆଲୁମିନିୟମର ମୂଳ ମୂଲ୍ୟବୋଧରେ ଗଭୀର ଭାବେ ସନ୍ନିହିତ ହୋଇ ରହିଛି। ସୁରକ୍ଷା ସାରଥି ସହିତ ଆମେ ନିଶ୍ଚିତ କରୁଛୁ, ସଡ଼କ ସୁରକ୍ଷା ସଚେତନତା ଆମର କାର୍ଯ୍ୟ ବାହାରକୁ ବ୍ୟାପିବ ଏବଂ ବୃହତର ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚତ୍ବ। ବର୍ତ୍ତମାନ ଚାଲୁଥିବା ଅଭିଯାନ ଟ୍ରକ୍‌ ଡ୍ରାଇଭରମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଶିକ୍ଷା ଏବଂ ସଶକ୍ତ କରିବା ସହ ଆମର ନିରନ୍ତର ପ୍ରୟାସକୁ ଦୃଢ଼ କରିଥାଏ। ଏପରିକି ଆମେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବେଶରେ ଯୋଗଦାନ ଦେଉଥିବା ପଦକ୍ଷେପ ନେବା ପାଇଁ ପ୍ରତିବଦ୍ଧ ରହିଛୁ।ଲୋକନାଥ ମେହର ଏମଭିଆଇ-ଝାରସୁଗୁଡ଼ା କହିଛନ୍ତି, ବେଦାନ୍ତ ଆଲୁମିନିୟମ ଏବଂ ଜିଲା ପ୍ରଶାସନର ମିଳିତ ପ୍ରୟାସ ଟ୍ରକ୍‌ ଡ୍ରାଇଭରମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?