ସରକାରୀ ଜାଗାରେ ସମ୍ପ୍ରସାରଣ

ଅନୁଗୋଳ ଅଫିସ, ୨୯ା୬ ବଢ଼ୁଛି ଅନୁଗୋଳ ସହର। ବଜାରରେ ବୃଦ୍ଧି ପାଉଛି ବ୍ୟବସାୟିକ ପ୍ରତିଷ୍ଠାନ। ପୌରାଞ୍ଚଳ ହୋଇଥିଲେ ବି ଏହା ଉପରେ ପୌରପାଳିକାର ସେପରି କର୍ତ୍ତୃତ୍ୱ ଥିବା ଭଳି ଲାଗୁନାହିଁ। କାରଣ ଡ୍ରେନ୍‌, ରାସ୍ତା ଆଦି ସରକାରୀ ଜାଗାକୁ ମଡ଼ାଇ ଅନେକ ବ୍ୟବସାୟୀ ଦୋକାନ ସମ୍ପ୍ରସାରଣ କରିଛନ୍ତି। ଫଳରେ କେଉଁଠି ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି ତ ଆଉ କେଉଁଠି ବର୍ଷା ଜଳ ନିଷ୍କାସନ ପଥ ଅବରୋଧ ହୋଇଛିି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏହି ଜବରଦଖଲକାରୀ ବ୍ୟବସାୟୀଙ୍କ ମଧ୍ୟରୁ ଅନେକେ ପୌରପାଳିକାର ନିଜସ୍ବ ଦୋକାନ ଘର ଭଡ଼ାରେ ନେଇଛନ୍ତି। ହେଲେ ଏମାନଙ୍କ ବିରୋଧରେ ପୌର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଆଗ୍ରହ ଦେଖାଉ ନ ଥିବାରୁ ଅନ୍ୟ ଦୋକାନୀ ମଧ୍ୟ ଜବରଦଖଲରେ ଲାଗିପଡ଼ିଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନୁଗୋଳ ପୌରାଞ୍ଚଳରେ ୨ ହଜାରରୁ ଅଧିକ ଦୋକାନ ରହିଛି। କେବଳ ପୌରପାଳିକାର ନିଜସ୍ବ ଦୋକାନ ଗୃହ ସଂଖ୍ୟା ୭୩୩। ସେଥିରୁ ୩ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବେଆଇନ ଭାବେ ଦୋକାନ ଗୃହ ବଢ଼ାଇଛନ୍ତି। ଏ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କେବଳ ସଚେତନତାରେ ସୀମିତ ରହିଛନ୍ତି। ପ୍ରଚାର ଗାଡ଼ି ବୁଲାଇ କାର୍ଯ୍ୟ ସାରିଦେଉଛନ୍ତି। ପୌର କର୍ତ୍ତୃପକ୍ଷଙ୍କ ଏପରି କୋହଳ ନୀତି ଦୋକାନୀମାନଙ୍କୁ ପ୍ରୋତ୍ସାହନ ଦେବା ଭଳି ହେଉଛି। ଫଳରେ ଯିଏ ଯେଉଁଠି ପାରିଲେ ଜବରଦଖଲରେ ଲାଗିପଡ଼ିଛନ୍ତି। ଏହି କାରଣରୁ ସହରବାସୀ ନାନା ସମସ୍ୟାରେ ପଡ଼ୁଛନ୍ତି। ବର୍ଷସାରା ବଜାରରେ ଟ୍ରାଫିକ ଜାମ୍‌ର ଶିକାର ହେଉଛନ୍ତି। ବର୍ଷା ଦିନେ ଅସୁବିଧା ଅଧିକ ବଢ଼ିଯାଉଛି। ଡ୍ରେନ୍‌ ସହ ଅନ୍ୟ ଜଳ ନିଷ୍କାସନ ପଥ ଜବରଦଖଲ ଯୋଗୁ ବର୍ଷା ପାଣି ସହରରୁ ବାହାରି ପାରୁ ନାହିଁ। ସେଣ୍ଟ୍ରାଲ ଲଜ୍‌ ନିକଟରେ ପ୍ରତିବର୍ଷ ଆଣ୍ଠୁଏ ପାଣିରେ ପଶି ଲୋକେ ରାସ୍ତା ପାର ହେଉଛନ୍ତି। ଉକ୍ତ ସ୍ଥାନରେ ଥିବା ଦୋକାନ ଗୁଡ଼ିକ ଆଗକୁ ମାଡ଼ିଯାଇଛନ୍ତି। ସେହିପରି ସହରରେ ଥିବା ଏକ ସୁନା ଦୋକାନ ଜବରଦଖଲ କରିଥିଲେ ବି ତାହାକୁ ନ ଭାଙ୍ଗି ସେଠାରେ ଡ୍ରେନ୍‌ ପଥ ପରିବର୍ତ୍ତନ କରାଯାଇଛି। ବଜାର ଭିତର ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ସଂକୀର୍ଣ୍ଣ ହୋଇଚାଲିଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଭିଡ଼ରେ ଫସିଯାଉଛି। ଦୋକାନୀମାନେ ରାସ୍ତା ଉପରକୁ ମାଡ଼ି ଆସିବା ସହ ବିଭିନ୍ନ ସାମଗ୍ରୀ ବାହାରେ ରଖୁଛନ୍ତି। ଡେଲି ମାର୍କେଟରୁ ବଜାର ଛକ ମଧ୍ୟରେ ପୌରପାଳିକାର ଥିବା ୮୪ଟି ଦୋକାନରୁ ୨୬ଟି ଦୋକାନୀ ବେଆଇନ ଭାବେ ଦୋକାନ ବଢ଼ାଇଛନ୍ତି। ଏ ନେଇ ସେମାନେ ପୌରପାଳିକାରୁ ଅନୁମତି ଆଣିଥିବା ଯୁକ୍ତି ମଧ୍ୟ ବାଢ଼ୁଛନ୍ତି। ତେଣୁ ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବା ସହରର ସଚେତନ ନାଗରିକମାନେ କହିଛନ୍ତି।

ଜବରଦଖଲ ଉଚ୍ଛେଦ କରାଯିବ
ସରକାରୀ ଜାଗା ଜବରଦଖଲ କରିଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯିବ। ପୌରପାଳିକାରୁ ଏ ନେଇ ଅନୁମତି କାହାକୁ ଦିଆଯାଇ ନାହିଁ। ସରକାରୀ ଜାଗାରେ ଦୋକାନ ଗୃହ ସମ୍ପ୍ରସାରଣ କରିବା ସମ୍ପୂର୍ଣ୍ଣ ବେଆଇନ। ତେଣୁ ଏପରି ନିର୍ମାଣକୁ ଭଙ୍ଗାଯିବା ସହ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ନିର୍ଦ୍ଦେଶ ଅମାନ୍ୟ କରୁଛନ୍ତି
ସହରରେ ଜବରଦଖଲ ନ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଛି। ଏହା ଦଣ୍ଡନୀୟ ଅପରାଧ ବୋଲି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। କିନ୍ତୁ ବ୍ୟବସାୟୀମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।
-ବିଭୂତି ଭୂଷଣ ମହାରଣା, ଟିକସ ଦାରୋଗା

ନୂଆପିଢ଼ି ହଇରାଣ ହେବେ
ଲୋକ ପ୍ରତିନିଧିଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ନୀରବତା ପାଇଁ ଏପରି ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁ ଆଗାମୀ ଦିନରେ ଅନୁଗୋଳର ନୂଆପିଢ଼ିମାନେ ହଇରାଣ ହେବେ। କିଛି ବର୍ଷ ପରେ ଗାଡ଼ି ସଂଖ୍ୟା ବଢ଼ିଯିବ। ପାର୍କିଂ କରିବାକୁ ବଜାରରେ ସୁବିଧା ନାହିଁ। ଏହି ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ଭୂମିପୂଜା କରାଯାଇଥିଲା। କିନ୍ତୁ ପ୍ରଶସ୍ତ ପରିବର୍ତ୍ତେ ତାହା ସଂକୀର୍ଣ୍ଣ ହୋଇଛି।
-ଶକ୍ତି ପ୍ରସାଦ ପଟ୍ଟନାୟକ, ପୂର୍ବତନ ନଗରପାଳ, ଅନୁଗୋଳ

ସୁହାଇଲା ଭଳି କାର୍ଯ୍ୟ କରାଯାଉଛି
ପୌରପାଳିକା ନୟନଯୋଡ଼ି କିଷମ ଉପରେ ଦୋକାନ ଘର ନିର୍ମାଣ କରିଛି, ଯାହା ଆଇନ ଅନୁଯାୟୀ ଅନୁମୋଦିତ ନୁହେଁ। ନୟନଯୋଡ଼ି ଗୁଡ଼ିକ ବନ୍ଦ ହେବା ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଦୋକାନ ଘର ବଢ଼ାଉଛନ୍ତି। ପୌରପାଳିକା ଏହାକୁ ଉଚ୍ଛେଦ କରିପାରୁ ନାହିଁ। ନୂଆ ନିର୍ମାଣ ସମୟରେ ମଧ୍ୟ ସେମାନଙ୍କୁ ସୁହାଇବା ଭଳି କାର୍ଯ୍ୟ କରାଯାଉଛି।
-ଭୂପେଶ ପ୍ରଧାନ, ଆଇନଜୀବୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri