ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗଁା,୨ା୧୦(ସଂଗ୍ରାମ ପାଇକରାୟ):ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। କେତେକ ବିଦେଶୀ ପକ୍ଷୀ ଘୂରି ବୁଲୁଥିବା ବେଳେ କିଛି ପକ୍ଷୀ ଚିଲିକା ଜଳରାଶିକୁ ଅବତରଣ କରିଥିବା ଦେଖିବାକୁ ମିଳିଛି। ପ୍ରାୟତଃ ଅକ୍ଟୋବର ଶେଷାର୍ଦ୍ଧରେ ବାୟୁମଣ୍ଡଳକୁ ଶୀତ ସ୍ପର୍ଶ କରିବା ମାତ୍ରେ ଚିଲିକାକୁ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ଅକ୍ଟୋବର ପହିଲାରୁ ବିଦେଶୀ ପକ୍ଷୀଙ୍କ ଦୃଷ୍ଟିଗୋଚର ହୋଇଥିବା ବେଳେ କେତେ ସଂଖ୍ୟକ ଓ କେଉଁ ପ୍ରଜାତିର ପକ୍ଷୀ ଆସିଛନ୍ତି, ତାହା ଆସନ୍ତା ଏକ ସପ୍ତାହ ମଧ୍ୟରେ ସ୍ପଷ୍ଟ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଏଫ୍‌ଓ ଅମ୍ଳାନ ନାୟକ କହିଛନ୍ତି।
କି, ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚିଲିକାକୁ ନିରାପଦ ବାସସ୍ଥାନ ଭାବେ ବିଦେଶୀ ପକ୍ଷୀ ଆଦରି ନେଇଥାନ୍ତି। ଗ୍ରୀଷ୍ମଋତୁ ଆରମ୍ଭ ହେବା ମାତ୍ରେ ଅର୍ଥାତ୍‌ ଏପ୍ରିଲରୁ ପକ୍ଷୀ ସମୂହ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ ପକ୍ଷୀଙ୍କ ଏହି ୬ମାସ ରହଣିକାଳ ମଧ୍ୟରେ ସେମାନଙ୍କର ସୁରକ୍ଷା ନିମିତ୍ତ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପକ୍ଷୀଙ୍କ ସୁରକ୍ଷା ନିମିତ୍ତ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପକ୍ଷୀ ଶିକାରୀଙ୍କୁ ଧରିବା ଏବଂ ସେମାନଙ୍କ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ୫ଟି ରେଞ୍ଜ ଅଧୀନରେ ୨୧ଟି ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି। ବାଲୁଗଁା ରେଞ୍ଜ ଅଧୀନ ତଥା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ୪ଟି କ୍ୟାମ୍ପ, ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡ଼ି ଓ ଭୂଷଣ୍ଡପୁର ଅଞ୍ଚଳରେ ୧୧ଟି, ସାତପଡ଼ା ରେଞ୍ଜ ତଥା କୃଷ୍ଣପ୍ରସାଦ ଅଞ୍ଚଳରେ ୨ଟି, ନୂଆପଡ଼ା ରେଞ୍ଜ ଅଧୀନରେ ୨ଟି ଏବଂ ରମ୍ଭା ରେଞ୍ଜ ଅଞ୍ଚଳରେ ୨ଟି କ୍ୟାମ୍ପ ନିୟୋଜିତ କରାଯାଇଛି ା ଏଥିସହ ସ୍ଥଳପଥରେ ବିଭିନ୍ନ ଢାବା ଓ ହୋଟେଲ ଗୁଡ଼ିକ ତଲାସିବା ପାଇଁ ଭ୍ରାମ୍ୟମାଣ ସ୍କ୍ବାଡ୍‌ ଗଠନ କରାଯାଇଛି। ଚିଲିକା ଜଳରାଶିରେ ଦିବାରାତ୍ର ପାଟ୍ରୋଲିଂ ପାଇଁ ବିଭାଗ ପକ୍ଷରୁ ଏବଂ ଭଡ଼ାରେ ବୋଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କ୍ୟାମ୍ପ୍‌ରେ ଜଣେ ବନପାଳ କିମ୍ବା ବନରକ୍ଷୀଙ୍କ ସମେତ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ମୋଟ୍‌ ୩ଜଣ ଲେଖାଏ ସଦସ୍ୟଙ୍କୁ ସାମିଲ କରାଯାଇଛି। ପକ୍ଷୀ ଶିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନ ଏବଂ ପୋଲିସର ସହଯୋଗ ଲୋଡ଼ାଯାଇଛି। ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲିି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri