ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

କଟକ ଅଫିସ,୧୬।୩: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସହ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। କଟକ, ଭୁବନେଶ୍ୱରର ୪ଟି ସ୍ଥାନରେ ଚଢାଉ ଚାଲିଛି। କଟକ ମହାନଦୀ ବିହାର ଘରୁ ୨ଲକ୍ଷ ୬୦ ହଜାର ଟଙ୍କା ଏବଂ ଅଧକିଲୋ ସୁନା ଜବତ ହୋଇଥିବା ଜଣାପଡିଛି। ତେବେ ମହାନଦୀ ବିହାର ଘରର ମୂଲ୍ୟ ୨ କୋଟି ୨୪ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଉଛି।