ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ନେଇ ଉତ୍ତେଜନା

ରାଇକିଆ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଉତ୍ତେଜନା ଦେଖା ଦେଇଛି । ରବିବାର ଅପରାହ୍ନରେ ବାକିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ଘଟିଥିଲା । ଅପରାହ୍ନ ସାଢ଼େ ତିନିଟାରୁ ସୋମବାର ସକାଳ ୧୧ ଟା ପର୍ଯ୍ୟନ୍ତ ବ୍ୟବଚ୍ଛେଦ କରା ନ ଯାଇ ମୃତ ଦେହ ପଡିରହିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୧୧ ଟା ବେଳେ ବ୍ୟବଚ୍ଛେଦ ପାଇଁ ବାଲିଗୁଡାରୁ କର୍ମଚାରୀ ଆସିବା ପରେ ବ୍ୟବଚ୍ଛେଦ କରଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ଗୃହ ଥିଲେ ମଧ୍ୟ କର୍ମଚାରୀ ଅଭାବରୁ ଦୀର୍ଘ ଦିନ ହେଲା ଏପରି ଅସୁବିଧା ଦେଖା ଦେଉଛି ।