ପ୍ରଚାର ବ୍ୟାକୁଳ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଟୁଇଟରରେ ଘୃଣା ବାର୍ତ୍ତା ପ୍ରଚାର କରିଥିବାରୁ ଏବେ ଏହି ସାମାଜିକ ଗଣମାଧ୍ୟମ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଦେଇଛି। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସା ଘଟୁଥିବାରୁ ତାହାକୁ ସେ ଭୟଙ୍କର ବୋଲି କହିଛନ୍ତି। ଏଥିପାଇଁ ସେ ସିଧାସଳଖ ତୃଣମୂଳ ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କୁ ଜଣେ ରାକ୍ଷସୀର ଆଖ୍ୟା ଦେଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟକରି କହିଛନ୍ତି ଯେ, ମମତାଙ୍କୁ ଦମନ କରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କର ଗୋଧ୍ରା ସମୟର ଗୁଣ୍ଡା ରୂପ ପୁନର୍ବାର ଧାରଣ କରନ୍ତୁ। ଗୁଣ୍ଡାକୁ ମାରିବାକୁ ହେଲେ ସୁପରଗୁଣ୍ଡା ହେବାକୁ ପଡ଼େ ବୋଲି କଙ୍ଗନା କହିଛନ୍ତି।
ଦେଖିବାକୁ ଗଲେ କଙ୍ଗନା ଜଣେ ସିନେମା କର୍ମୀ, ଯିଏ ଗଣମାଧ୍ୟମ ଦୃଷ୍ଟିରେ ସର୍ବଦା ରହିବାକୁ ଚାହାନ୍ତି। ତାଙ୍କର ସେଭଳି ହିଟ୍‌ ହୋଇଥିବା ସିନେମା ନାହିଁ। କିନ୍ତୁ ନିକଟ ଅତୀତରେ ବିଶେଷକରି ଥରେ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ କଙ୍ଗନା ତାଙ୍କ ଘୃଣାରେ ଭର୍ତ୍ତି ହୋଇଥିବା ଚରିତ୍ରକୁ ପ୍ରଦର୍ଶନ କରି ଲୋକଲୋଚନରେ ରହିବାକୁ ଚେଷ୍ଟା କରିଆସୁଛନ୍ତି। ପୂର୍ବରୁ ମୁସଲମାନ ସମ୍ପ୍ରଦାୟ ବିରୋଧରେ ମତ ଦେବା, ମହାରାଷ୍ଟ୍ରରେ ଶିବ ସେନା ସରକାରକୁ ଅଭଦ୍ର ଭାଷାରେ ଗାଳି ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଏକ ଭାବମୂର୍ତ୍ତି ସୃଷ୍ଟି ହେଲା ଯେ, କଙ୍ଗନା ହେଉଛନ୍ତି ଭାଜପାର ଜଣେ ଆଗ ଧାଡ଼ିର ସମର୍ଥକ। ନିକଟରେ ପଶ୍ଚିମବଙ୍ଗରେ ଭାଜପାର ସବୁ କଳ, ବଳ, କୌଶଳ ଲଗାଯିବା ସତ୍ତ୍ୱେ ପରାଜୟ ହୋଇଥିବାରୁ କଙ୍ଗନାଙ୍କୁ ତାହା ବ୍ୟତିବ୍ୟସ୍ତ କଲାଭଳି ମନେହେଉଛି। ବିଶେଷକରି ପଶ୍ଚିମବଙ୍ଗରେ ଭାଜପା ସମର୍ଥକଙ୍କୁ ଆକ୍ରମଣ ହେଉଥିବାରୁ ଏହାର ନେତାମାନେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କଠାରୁ ସବିଶେଷ ରିପୋର୍ଟ ମାଗିଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, କେନ୍ଦ୍ର ସରକାର ମଧ୍ୟ ସେଠାରେ କେଉଁ ପ୍ରକାର ହିଂସା ଘଟୁଛି, କିଏ କରାଉଛନ୍ତି ଓ କାହା ବିରୋଧରେ ଘଟୁଛି ସେ ସମ୍ପର୍କରେ ଅବଗତ ନାହାନ୍ତି।
ଗୋଟିଏ ରାଜ୍ୟରେ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥିବା ବେଳେ ଦେଶର ସାମାଜିକ ଓ ରାଜନୈତିକ ବାତାବରଣକୁ ଦୋହଲାଇ ଦେବା ଭଳି ଘୃଣା ବାର୍ତ୍ତା ପ୍ରଚାର କରାଯିବା ଗର୍ହିତ ଅପରାଧ। କଙ୍ଗନାଙ୍କ ଟୁଇଟ୍‌କୁ ଲକ୍ଷ୍ୟ କଲେ ବୁଝିବାକୁ ହେବ ଯେ, ଗୁଜରାଟ ଦଙ୍ଗା ମୋଦିଙ୍କ ପ୍ରରୋଚନାରେ ହୋଇଥିଲା ବୋଲି ସେ ସିଦ୍ଧ କରିଦେଉଛନ୍ତି। ତଥାପି ଭାଜପା କଙ୍ଗନାଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରିଚାଲିଛି। ଏହାଦ୍ୱାରା ଦଳ ଏକ ବଡ଼ ଭୁଲ କରିବସୁଛି। ଗହୀରେଇ କରି ଦେଖିଲେ ମୋଦିଙ୍କୁ କଙ୍ଗନା ଜଣେ ହତ୍ୟାକାରୀ ଭାବେ ଅଭିହିତ କରିସାରିଲେଣି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଯେତେବେଳେ ଗୁଜରାଟରେ ଭୟଙ୍କର ଦଙ୍ଗା ଘଟିଥିଲା, ସେତେବେଳେ ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ‘କଣ୍ଟାକୁ କଣ୍ଟାରେ କାଢ଼ିବା’ ଭଳି ସାମାଜିକ ଗଣମାଧ୍ୟମରେ କଙ୍ଗନାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏଭଳି କହିବା ଅତ୍ୟନ୍ତ ହାସ୍ୟାସ୍ପଦ।
ଆଜିର ନୂଆ ପ୍ରଯୁକ୍ତି ଯୁଗରେ ନିମିଷକ ମଧ୍ୟରେ ସୂଚନା ବା ଖବର ବିଶ୍ୱସାରା ଖେଳେଇ ହୋଇଯାଉଛି। କଙ୍ଗନାଙ୍କ ପରି ଘୃଣାତ୍ମକ ବାର୍ତ୍ତା ହିଂସାକୁ ବଢ଼ାଇବାରେ ସହାୟକ ହେବ। ତେଣୁ ଏଭଳି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେବଳ ବନ୍ଦ କରିଦେଲେ ହେବ ନାହିଁ, ବରଂ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଭାଜପାର ଛତ୍ରଛାୟା ତଳେ ରହି କଙ୍ଗନା ଅତୀତରେ ବହୁ ମାରାତ୍ମକ ମତ ଦେଇ ଦେଶ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛନ୍ତି। ଗତବର୍ଷ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ସମଗ୍ର ଚଳଚ୍ଚିତ୍ର ଜଗତକୁ ନିନ୍ଦା ଭିତରକୁ ଠେଲି ଦେଇଥିଲେ। ଏପରି କି ତାଙ୍କ ଯୋଗୁ ବୃହତ୍‌ ମନୋରଞ୍ଜନ ଶିଳ୍ପରେ କଳାଦାଗ ଲାଗିଛି। ଭାଜପା କଙ୍ଗନାଙ୍କ ଭଳି ସମର୍ଥକଙ୍କୁ ଯଦି ଉତ୍ସାହିତ କରିବ, ତେବେ ଭାରତକୁ ଗଭୀର କ୍ଷତି ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri