ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୫।୧: କୋଭିଡ୍‌ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବାଇଗଣ ବାଡିଆ ପଞ୍ଚାୟତ ଝାଡ଼ପିମ୍ପଳଠାରେ। ସୋମବାର ସନ୍ଧ୍ୟାରେ ପ୍ରାର୍ଥିପତ୍ର ଯାଞ୍ଚ ପରେ ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଥିଲା। କୋଭିଡ୍‌ କଟକଣା ଉଲ୍ଲଘଂନ କରି ୩୦୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ବୈଠକ କରୁଥିବା ବେଳେ ଗ୍ରାମର କିଛିଲୋକ ଏହାକୁ ବିରୋଧ କରିଥିଲେ। କରୋନା ସଂକ୍ରମଣ ବଢ଼ୁଥିବା ବେଳେ କାହିଁକି ସଭା କରୁଛନ୍ତି ବୋଲି ପଚାରିବାରୁ ସମର୍ଥକ ଓ ବିରୋଧୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ଥିଲା। ବିରୋଧୀଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି।