ଗୁଣିଗାରେଡ଼ିକୁ କେନ୍ଦ୍ରକରି ଉତ୍ତେଜନା

ଆସିକା,୨୩।୮ (ସୁରେନ୍ଦ୍ର ନାଥ ସାହୁ): କୋଟିନଡ଼ା ଥାନା ଅନ୍ତର୍ଗତ ଆସିକା-କବିସୂର୍ଯ୍ୟନଗର ମୁଖ୍ୟରାସ୍ତାର କୋଟିନଡ଼ା ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ମଙ୍ଗଳବାର ଶତାଧିକ ପୁରୁଷ ଓ ମହିଳା ଥାନା ପରିସରରେ ରୁଣ୍ଡ ହୋଇଥିଲେ। ଗୁଣିର ଶିକାର ହୋଇଥିବା ସନ୍ଦେହ କରି ପୀଡିତା ମହିଳାଙ୍କୁ ମଧ୍ୟ ଲୋକମାନେ ପୋଲିସ ସମ୍ମୁଖକୁ ଆଣିଥିଲେ। ସଂପୃକ୍ତ ଗ୍ରାମରେ ସନ୍ଦେହ କରାଯାଉଥିବା ଗୁଣିଆକୁ ଚିହ୍ନଟ ଲାଗି ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସକୁ ଅନୁମତି ମାଗିଥିଲେ। ଘଟଣାସ୍ଥଳରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ, ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ଏବଂ କେତେକ ଲୋକ ପ୍ରତିନିଧି ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ଏଭଳି ଭ୍ରାନ୍ତ ଚିନ୍ତାଧାରାରୁ ଦୂରେଇ ଆବଶ୍ୟକୀୟ ଚିକିତ୍ସା ଲାଗି ପରାମର୍ଶ ଦେବା ସହ ଗ୍ରାମରେ ଭାଇଚାରା ଭାବ ଅତୁଟ ରଖିବା ଲାଗି କହିଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଗ୍ରାମବାସୀ ଏକ ବୈଠକରେ ସେମାନଙ୍କ ଚିକିତ୍ସା ଲାଗି ପଦକ୍ଷେପ ନେବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିରୁପଣ ଲାଗି ଆଲୋଚନା କରିଥିବା ଜଣାଯାଇଛି ା
ପ୍ରକାଶ ଯେ, ଗତ ଚାରି ପଞ୍ଚ ବର୍ଷ ମଧ୍ୟରେ ସେହି ଗ୍ରାମର କେତେକ ବ୍ୟକ୍ତିଙ୍କ ଅସ୍ବଭାବିକ ମୃତ୍ୟୁ ଘଟିଛି ା ଗତ ଦୁଇମାସ ହେଲା କୋଟିନଡା ଗ୍ରାମର ଗନ୍ଧର୍ଭ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ଦୁଇଜଣଙ୍କ ଅସ୍ବାଭାବିକ ଚାଲିଚଳନ, ହାବଭାବ ଓ ଭୂତସବାର ଥିବା ଭଳି ପରିସ୍ଥିତି ଏହି ଚିନ୍ତାଧାରାକୁ ଅଧିକ ଦୃଢ କରିଥିଲା ା ଗ୍ରାମବାସୀଙ୍କ କହିବାନୁଯାୟୀ ପୀଡ଼ିତଙ୍କୁ ଗାଁ ବାହାରକୁ ନେବା ପରେ ଭଲ ହୋଇଯାଉଥିଲା ବେଳେ ଭିତରକୁ ଆସିଲେ ପୁଣି ସେହିଭଳି ଅସ୍ବାଭାବିକ ଭାବଭଙ୍ଗି ପ୍ରଦର୍ଶନ କରୁଛନ୍ତି ା
ଏପରିକି ପୂର୍ବରୁ ମୃତ୍ୟୁ ହୋଇଥିବା କେତେକ ବ୍ୟକ୍ତିଙ୍କ ନାମ କହୁଥିଲା ବେଳେ ଅନ୍ୟ କେତେକଙ୍କ ନାମରେ ମଧ୍ୟ ପ୍ରଳାପ କରୁଛନ୍ତି ା ଏଭଳି ସ୍ଥିତିରେ ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଜନସାଧାରଣ ମଧ୍ୟରେ ଉପୁଜୁଥିବା ଅନ୍ଧବିଶ୍ୱାସକୁ ଦୂରେଇବା ସହ ଦେଖାଦେଉଥିବା ସମସ୍ୟାର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ପୂର୍ବକ ସମସ୍ୟାର ସମାଧାନ ଦିଗରେ ତପତ୍ର ହେବା ଲାଗି ସାଧାରଣରେ ମତପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri