ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭବାନୀପାଟଣା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ କଳାହାଣ୍ଡି ସବ୍‌ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଥିବା ବେଳେ ଲକ୍ଷ୍ମୀପୁର ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ଭବାନୀପାଟଣା ତହସିଲଦାର, ବନବିହାରୀ ଦିଣ୍ଡାଙ୍କୁ ଲକ୍ଷ୍ମୀପୁର ତହସିଲଦାର, ଗୌରୀ ନାୟକଙ୍କୁ କେନ୍ଦୁଝର ସବ୍‌କଲେକ୍ଟର, ଅବିନାଶ ପନ୍ଦିଆଙ୍କୁ ତାଳଚେର ତହସିଲଦାର, ବିମଳ ଲେଙ୍କାଙ୍କୁ ଅନୁଗୋଳ ତହସିଲଦାର, ଲକ୍ଷ୍ମୀପ୍ରସାଦ ସାହୁଙ୍କୁ କାଶୀନଗର ତହସିଲଦାର, ଶାନ୍ତିସ୍ବରୂପ ମିଶ୍ରଙ୍କୁ କିଶୋରନଗର ଏବଂ ଚାର୍ଲସ ନାୟକଙ୍କୁ କନ୍ଧମାଳ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଶଙ୍କର ପଟ୍ଟନାୟକଙ୍କୁ ଜଳେଶ୍ୱର ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ପ୍ରଦୀପ ସାହୁଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର, ମହେନ୍ଦ୍ର ବେହେରାଙ୍କୁ ଖଇରା ତହସିଲଦାର, ଶିବପ୍ରସାଦ ମୁର୍ମୁଙ୍କୁ କୁସୁମୀ ତହସିଲଦାର, ତାପସ ଦେହୁରିଙ୍କୁ ପାଟଣା ତହସିଲଦାର, ଅଶ୍ୱିନୀ ଦାସଙ୍କୁ ବିଜେପୁର ତହସିଲଦାର, ଆରତୀ ଭୋଇଙ୍କୁ ବରଗଡ଼ ସବ୍‌କଲେକ୍ଟର, ସଞ୍ଜୀବ ମେହେରଙ୍କୁ ବରଗଡ଼ ତହସିଲଦାର, ଆଦିତ୍ୟ ମିଶ୍ରଙ୍କୁ ଖପ୍ରାଖୋଲ ତହସିଲଦାର, ମୃତ୍ୟୁଞ୍ଜୟ ଭୂୟଁାଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଲକ୍ଷ୍ମୀଧର ରାଉତଙ୍କୁ ଭଣ୍ଡାରିପୋଖରୀ ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ସୁରେଶ ପଣ୍ଡାଙ୍କୁ ଢେଙ୍କାନାଳ ତହସିଲଦାର, ଅସ୍ମିତା ଦାଶଙ୍କୁ ଯାଜପୁର ଡେପୁଟି କଲେକ୍ଟର, ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ପୁରୀ ଡେପୁଟି କଲେକ୍ଟର, ପ୍ରତିପ୍ରାଣ ମିଶ୍ରଙ୍କୁ କୁଜଙ୍ଗ ତହସିଲଦାର, ସାଧବୀ ଦେହୁରିଆଙ୍କୁ ଗୁରୁଣ୍ଡିଆ ତହସିଲଦାର, ମାନସ ରଞ୍ଜନ ଭୋଇଙ୍କୁ ବରୀ ତହସିଲଦାର, ସମ୍ବିତ ଶତପଥୀଙ୍କୁ ଜଗତ୍‌ସିଂହପୁର ତହସିଲଦାର, ସରୋଜକାନ୍ତ ନାୟକଙ୍କୁ ଡେରାବିଶ ତହସିଲଦାର, ରାଜେଶ କୁମାର ସାହୁଙ୍କୁ ପାନପୋଷ ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ଯୁଗଳ କିଶୋର ମିଶ୍ରଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ କିଶୋର ପଣ୍ଡାଙ୍କୁ ଟାଙ୍ଗୀ ତହସିଲଦାର, ଅଳକ କୁମାର ଅନୁଗୁଳିଆଙ୍କୁ କୋରାପୁଟ ଡେପୁଟି କଲେକ୍ଟର, ରବୀନ୍ଦ୍ର ରାଉତଙ୍କୁ କାଲିମେଳା ତହସିଲଦାର, ହରପ୍ରସାଦ ଭୋଇଙ୍କୁ ନବରଙ୍ଗପୁର ତହସିଲଦାର, ବିଶ୍ୱରଞ୍ଜନ କଅଁରଙ୍କୁ ଚିକିଟି ତହସିଲଦାର, ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ରାମପୁର ତହସିଲଦାର, ଯୁଗଳ କିଶୋର ବିଶ୍ୱାଳଙ୍କୁ ମାଥିଲି ତହସିଲଦାର ଏବଂ ଶରତ ନାୟକଙ୍କୁ ଗୁଣୁପୁର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri