ବିଏମ୍‌ସି ବ୍ୟତୀତ ଆଜିଠୁ ଖୋର୍ଦ୍ଧା ଜିଲାର ଖୋଲିଲା ସମସ୍ତ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୮ା୮: ଦୀର୍ଘ ୩ମାସ ପରେ ସୋମବାରଠାରୁ ଖୋର୍ଦ୍ଧା ଜିଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିିଛି। କରୋନା ମହାମାରୀ ଯୋଗୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିଲା। ଏବେ କଟକଣା କୋହଳ ହେବା ପରେ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଫଳରେ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଶୈବପୀଠଗୁଡ଼ିକ ପୁଣି ଚଳଚଞ୍ଚଳ ହୋଇଉଠିଛି।
ଖୋର୍ଦ୍ଧା ଜିଲାରେ ଭୁବନେଶ୍ୱରକୁ ବାଦ୍‌ ଦେଇ ଅଗଷ୍ଟ ୯ରୁ ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ଖୋଲିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତିି ନିଆଯାଇଥିଲା। ଏନେଇ ଅତିରିକ୍ତ ଜିଲାପାଳ ମନୋଜ ପାଢୀ ସୂଚନା ଦେବା ସହ ଗାଇଡ୍‌ଲାଇନ ଜାରି କରିଛନ୍ତି।
ସମସ୍ତ ମନ୍ଦିର ପରିଚାଳନା ଓ ଧାର୍ମିକ ଅନୁଷ୍ଠାନ କମିଟି କୋଭିଡ ନିୟମ ସୁନିଶ୍ଚିତ କରାଇବେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ମଠ, ମନ୍ଦିର, ଧାର୍ମିକ ଅନୁଷ୍ଠାନ ଖୋଲାରହିବ। ସନ୍ଧ୍ୟା ୬ଟାରୁ ରାତି ୮ଟା ମଧ୍ୟରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ। ବିଧି ପରମ୍ପରା ଅନୁଯାୟୀ ନୀତିକାନ୍ତି ଚାଲିବ। କୌଣସି ଭକ୍ତ ମନ୍ଦିରକୁ ଭୋଗ ନେଇ ଯାଇପାରିବେ ନାହିଁ। ମନ୍ଦିର ପରିସରରେ ପ୍ରସାଦ ସେବନ ହେବ ନାହିଁ। ପ୍ରବେଶ ପଥରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ। ଏକସଙ୍ଗେ ମନ୍ଦିରରେ ପ୍ରବେଶ ନ କରି କ୍ରମଶଃ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯିବ। ୬୫ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଶିଶୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। କୋଭିଡ ନିୟମକୁ ମନ୍ଦିର ପରିଚାଳନା କମିଟି ତଦାରଖ କରିବେ। ଭିଡ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ଦୃଷ୍ଟି ଦିଆଯିବ। ଖୋର୍ଦ୍ଧାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଧବଳେଶ୍ୱର, ଶ୍ରୀଲୋକେଶ୍ୱର, ଗୋଡା ସ୍ଥିତ ଗୋଡା ଲୋକନାଥ, ସ୍ବପ୍ନେଶ୍ୱର, ଚନ୍ଦ୍ରଶେଖରଶ୍ୱରଙ୍କ ସମେତ ବାଘମାରୀ ଶ୍ରୀହଟ୍ଟକେଶ୍ୱର, ଜରିପୁଟ ସ୍ଥିତ ଶ୍ରୀସଙ୍କଟମୋଚନ,ବାଣପୁର ଭଗବତୀ ମନ୍ଦିର, ଭୁଷଣ୍ଢପୁର ମାଉଗ୍ରତାରା, ଜାଗୁଳିପାଟଣା ଜଗନ୍ନାଥ ମନ୍ଦିର, ବରୁଣେଇ ପୀଠ, କାଇପଦର ପୀରବାବା ପୀଠ, କେରଙ୍ଗ ମସଜିଦ୍‌, ବାପ୍ଟିଷ୍ଟ ଚର୍ଚ୍ଚ ପ୍ରଭୃତିରେ ସୋମବାର ଭକ୍ତଙ୍କ ପ୍ରବଳ ସମାଗମ ହେବ। ଏନେଇ ଏସଡିପିଓ ସୁଶିଲ ମିଶ୍ର କୁହନ୍ତି ସମସ୍ତ ମନ୍ଦିରରେ କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ଅଯଥା ମନ୍ଦିର ଭିତରେ ଭିଡ କରିବେ ନାହିଁ। ପ୍ରବେଶ ଓ ପ୍ରସ୍ଥାନ ପଥ ପୃଥକ ରହିବ। ମନ୍ଦିର ଭିତର ବେଢାରେ ଗହଳି ନକରି ଦର୍ଶନ ସାରି ଫେରିବେ। ସମସ୍ତ ଶୈବ ପୀଠ ଏବଂ ଅନ୍ୟାନ୍ୟ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri