ଏମାର ମଠ ପରିସରରେ ଖନନ:ମିଳିଲା ଭଗ୍ନ ସିଂହ ମୂର୍ତ୍ତି

ପୁରୀ ଅଫିସ,୧୭।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଖନନସ୍ଥଳୀରେ ଦୁଇଖଣ୍ଡ ହୋଇ କାରୁକାର୍ଯ୍ୟପୂର୍ଣ୍ଣ ପୁରାତନ ସିଂହ ମୂର୍ତ୍ତି ପଡ଼ିରହିଛି। ତେବେ ଏହା ଗୋଟିଏ ସିଂହ ମୂର୍ତ୍ତିର ଅଂଶ ଅଥବା ଦୁଇଟି ପୃଥକ୍‌ ସିଂହମୂର୍ତ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ପ୍ରକଳ୍ପ ସ୍ଥଳୀରୁ ପୁରାତନ କାରୁକାର୍ଯ୍ୟ ସମ୍ପନ୍ନ ମୂର୍ତ୍ତି ମିଳିବାପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକଳ୍ପ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) ହୋଇ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। କାରଣ, ଜିପିଆର୍‌ଏସ୍‌ ହୋଇଥିଲେ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥା’ନ୍ତା ବୋଲି ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ଜଗନ୍ନାଥପ୍ରେମୀମାନେ ମତ ପୋଷଣ କରିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ହାଇକୋର୍ଟରେ ସତ୍ୟପାଠ ଦାଖଲ ବେଳେ ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ନ ଥିବା ସହ ଜିପିଆର୍‌ଏସ୍‌ ହୋଇ ନ ଥିବା ସ୍ପଷ୍ଟ କରିଥିଲା। ଏହାସତ୍ତ୍ୱେ ଖନନ ଜାରି ରହିଛି। ନିୟମତଃ ପ୍ରତ୍ନତତ୍ତ୍ବ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଐତିହ୍ୟସ୍ଥଳରେ ନିର୍ମାଣ କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ସ୍ଥାନର ମାଟି ତଳେ କିଛି ଐତିହ୍ୟ କୀର୍ତ୍ତିରାଜି ଅଛି କି ନାହିଁ, ତାହା ଜାଣିବା ପାଇଁ ଜିପିଆର୍‌ଏସ୍‌ ନିହାତି ଆବଶ୍ୟକ। ହେଲେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜିପିଆର୍‌ଏସ୍‌ କରାଯାଇନାହିଁ। ସମ୍ପ୍ରତି ସିଂହମୂର୍ତ୍ତି ମିଳିବା ଘଟଣା ତାହାକୁ ପ୍ରମାଣିତ କରୁଛି। ଜିପିଆର୍‌ଏସ୍‌ ହୋଇଥିଲେ ଆହୁରି ଅନେକ କୀର୍ତ୍ତିରାଜି ମିଳିଥାଆନ୍ତା, ଯାହାର ସଂରକ୍ଷଣ କରାଯାଇପାରିଥାନ୍ତା। ମାତ୍ର ରାଜ୍ୟ ସରକାର ବେଆଇନ ଭାବେ ଖନନ କରି ଐତିହ୍ୟ କୀର୍ତ୍ତିରାଜିକୁ ଧ୍ୱଂସ କରିଛନ୍ତି। ମାଟି ତଳେ ଥିବା କୀର୍ତ୍ତିରାଜିକୁ ନଷ୍ଟ କରିବା ଅଧିକାର ସରକାରଙ୍କ ନାହିଁ ବୋଲି ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି। ଅନୁରୂପ କଥା କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ସେ କହିଛନ୍ତି, ଟାଟା କମ୍ପାନୀ ଏବଂ ଓବିସିସି ଖନନ କାର୍ଯ୍ୟ କରିଛନ୍ତି। ମାତ୍ର ଏହି ସଂସ୍ଥାର କୀର୍ତ୍ତରାଜି ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନ ନାହିଁ। ଯାହାଫଳରେ ଖନନ ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ତାହା ଜାଣିପାରିନାହାନ୍ତି। ଜିପିଆର୍‌ଏସ୍‌ ସର୍ଭେ ହୋଇ ନ ଥିବାରୁ ଏବେ ଗୋଟିଏ ମୂର୍ତ୍ତି ମିଳିଛି। ଆଗାମୀ ଦିନରେ ଆହୁରି ଅନେକ ମୂର୍ତ୍ତି ବାହାରିପାରେ। ଏଏସ୍‌ଆଇ ଏ କ୍ଷେତ୍ରରେ ଦାୟିତ୍ୱହୀନ ଭାବେ କାର୍ଯ୍ୟ କରିଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏବେ ନୀରବ ରହିଛି। ଏହି ନୀରବତାର କାରଣ କ’ଣ ବୋଲି ପ୍ରିୟଦର୍ଶନ ପ୍ରଶ୍ନ କରିଛନ୍ତି। ସେହିପରି ଏମାର ମଠ କାନ୍ଥରେ ଥିବା ମୂର୍ତ୍ତିକୁ ସଂରକ୍ଷଣ କରିବାରେ ପ୍ରଶାସନ ବିଫଳ ହୋଇଛି। ଏମାର ମଠ କାନ୍ଥରେ ଥିବା ରାମାଭିଷେକ ମୂର୍ତ୍ତିର ଗୋଟିଏ ଅଂଶ ଭାଙ୍ଗିଯାଇଛି। ଏହି ମଠ ପଛପାର୍ଶ୍ୱ କାନ୍ଥରେ ଥିବା ଅନେକ କୀର୍ତ୍ତିରାଜି ମଧ୍ୟ ନଷ୍ଟ ହୋଇଛି। ଖନନ ବେଳେ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ଦିଗରେ ଧ୍ୟାନ ଦିଆଯାଇଥିଲେ ଅନେକ କୀର୍ତ୍ତିରାଜି ନଷ୍ଟ ହେବାରୁ ବର୍ତ୍ତିଯାଇଥାନ୍ତା। ସେହିପରି ଏଏସ୍‌ଆଇ ନିଜ ସତ୍ୟପାଠରେ ଦୁଇଟି ସିଂହମୂର୍ତ୍ତି ଖନନରୁ ମିଳିଥିବା କହିଥିଲା। ତେବେ ସଂପ୍ରତି ମିଳିଥିବା ମୂର୍ତ୍ତି ନୂଆ ଅଥବା ଏଏସ୍‌ଆଇ ଉଲ୍ଲେଖ କରିଥିବା ମୂର୍ତ୍ତି, ତାହା ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ମୂର୍ତ୍ତି ସଂରକ୍ଷଣ ଦିଗରେ ଏଏସ୍‌ଆଇ କାହିଁକି ଧ୍ୟାନ ଦେଲା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ମଠର ଐତିହ୍ୟ ଓ କୀର୍ତ୍ତିରାଜି ସୁରକ୍ଷା ଦିଗରେ ଦୃଷ୍ଟି ଦେବା ଜରୁରୀ ଥିଲା। ଏଏସ୍‌ଆଇ ଅନୁବନ୍ଧିତ ସଂସ୍ଥା ହୋଇଥିବାରୁ ଠିକ ଭାବେ ମୂର୍ତ୍ତି ଯାଞ୍ଚ ଓ ପରଖ କରି ଖନନ ପାଇଁ ଅନୁମତି ଦେବା ଆବଶ୍ୟକ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରୁଥିବା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ଅଧିକାରୀଙ୍କୁ ଏ ନେଇ ପଚରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ଗାଡିକୁ ଛାଡିଦେଇ ହରଡଘଣାରେ ପୋଲିସ

ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ...

ନିଶ୍ଚିନ୍ତକୋଇଲିରେ ବଢ଼ୁଛି ପ୍ରବାସୀ ଓଡ଼ିଆ ଆଗନ୍ତୁକଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ, ପଞ୍ଜୀକରଣ କଲେଣି ୮ହଜାରରୁ ଊର୍ଦ୍ଧ୍ୱ

ନିଶ୍ଚିନ୍ତକୋଇଲି,୨।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଲୋକେ ବାହାର ରାଜ୍ୟରେ ଫସି ରହିଛନ୍ତି। ଲକ୍‌ ଡାଉନ୍‌ ପରେ ସେମାନେ ଘରକୁ ଫେରିବେ। ଇତିମଧ୍ୟରେ ସେମାନଙ୍କ...

ସମଲେଇ ମନ୍ଦିର ପାଇଁ ୨୦୦କୋଟି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ସମ୍ବଲପୁର ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଏକ ବୃହତ୍‌ ଯୋଜନା...

ବୃଷଭ ବାହାନରେ ବୁଲିଲେ ଚନ୍ଦ୍ରଶେଖର

ଖଲ୍ଲିକୋଟ,୧୮।୩(ଡି.ଏନ୍‌,ଏ.):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ସକଳେଶ୍ୱର ମହାଦେବଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର...

ବଚସାକୁ ନେଇ ଯବାନଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧା ଅଫିସ,୨୫ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଗ୍ରାମର ଜଣେ ଯବାନଙ୍କ ଘରେ ଶୁକ୍ରବାର ରାତିରେ ବୋମାମାଡ଼ ହୋଇଛି। ସାମାନ୍ୟ ବଚସାକୁ ନେଇ...

ଲକଡାଉନ ନ ମାନି ୨ ଗିରଫ

ବଇଣ୍ଡା, ୩୦ା୩(ଡି.ଏନ.ଏ.)- କରୋନା ପାଇଁ ଭାରତ ସରକାର ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ୨ ଜଣ...

ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା...

ଆଜି ୧୩ ଜିଲାରେ ବର୍ଷିବ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କିଛି ଜିଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲାରେ ବୁଧବାର ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର...

Advertisement
Archives

Model This Week