ଏମାର ମଠ ପରିସରରେ ଖନନ:ମିଳିଲା ଭଗ୍ନ ସିଂହ ମୂର୍ତ୍ତି

ପୁରୀ ଅଫିସ,୧୭।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଖନନସ୍ଥଳୀରେ ଦୁଇଖଣ୍ଡ ହୋଇ କାରୁକାର୍ଯ୍ୟପୂର୍ଣ୍ଣ ପୁରାତନ ସିଂହ ମୂର୍ତ୍ତି ପଡ଼ିରହିଛି। ତେବେ ଏହା ଗୋଟିଏ ସିଂହ ମୂର୍ତ୍ତିର ଅଂଶ ଅଥବା ଦୁଇଟି ପୃଥକ୍‌ ସିଂହମୂର୍ତ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ପ୍ରକଳ୍ପ ସ୍ଥଳୀରୁ ପୁରାତନ କାରୁକାର୍ଯ୍ୟ ସମ୍ପନ୍ନ ମୂର୍ତ୍ତି ମିଳିବାପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକଳ୍ପ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସର୍ଭେ (ଜିପିଆର୍‌ଏସ୍‌) ହୋଇ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। କାରଣ, ଜିପିଆର୍‌ଏସ୍‌ ହୋଇଥିଲେ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥା’ନ୍ତା ବୋଲି ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ଜଗନ୍ନାଥପ୍ରେମୀମାନେ ମତ ପୋଷଣ କରିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ହାଇକୋର୍ଟରେ ସତ୍ୟପାଠ ଦାଖଲ ବେଳେ ପ୍ରକଳ୍ପ କାର୍ଯ୍ୟକୁ ଅନୁମତି ନ ଥିବା ସହ ଜିପିଆର୍‌ଏସ୍‌ ହୋଇ ନ ଥିବା ସ୍ପଷ୍ଟ କରିଥିଲା। ଏହାସତ୍ତ୍ୱେ ଖନନ ଜାରି ରହିଛି। ନିୟମତଃ ପ୍ରତ୍ନତତ୍ତ୍ବ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଐତିହ୍ୟସ୍ଥଳରେ ନିର୍ମାଣ କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ସ୍ଥାନର ମାଟି ତଳେ କିଛି ଐତିହ୍ୟ କୀର୍ତ୍ତିରାଜି ଅଛି କି ନାହିଁ, ତାହା ଜାଣିବା ପାଇଁ ଜିପିଆର୍‌ଏସ୍‌ ନିହାତି ଆବଶ୍ୟକ। ହେଲେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜିପିଆର୍‌ଏସ୍‌ କରାଯାଇନାହିଁ। ସମ୍ପ୍ରତି ସିଂହମୂର୍ତ୍ତି ମିଳିବା ଘଟଣା ତାହାକୁ ପ୍ରମାଣିତ କରୁଛି। ଜିପିଆର୍‌ଏସ୍‌ ହୋଇଥିଲେ ଆହୁରି ଅନେକ କୀର୍ତ୍ତିରାଜି ମିଳିଥାଆନ୍ତା, ଯାହାର ସଂରକ୍ଷଣ କରାଯାଇପାରିଥାନ୍ତା। ମାତ୍ର ରାଜ୍ୟ ସରକାର ବେଆଇନ ଭାବେ ଖନନ କରି ଐତିହ୍ୟ କୀର୍ତ୍ତିରାଜିକୁ ଧ୍ୱଂସ କରିଛନ୍ତି। ମାଟି ତଳେ ଥିବା କୀର୍ତ୍ତିରାଜିକୁ ନଷ୍ଟ କରିବା ଅଧିକାର ସରକାରଙ୍କ ନାହିଁ ବୋଲି ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି। ଅନୁରୂପ କଥା କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ସେ କହିଛନ୍ତି, ଟାଟା କମ୍ପାନୀ ଏବଂ ଓବିସିସି ଖନନ କାର୍ଯ୍ୟ କରିଛନ୍ତି। ମାତ୍ର ଏହି ସଂସ୍ଥାର କୀର୍ତ୍ତରାଜି ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନ ନାହିଁ। ଯାହାଫଳରେ ଖନନ ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ତାହା ଜାଣିପାରିନାହାନ୍ତି। ଜିପିଆର୍‌ଏସ୍‌ ସର୍ଭେ ହୋଇ ନ ଥିବାରୁ ଏବେ ଗୋଟିଏ ମୂର୍ତ୍ତି ମିଳିଛି। ଆଗାମୀ ଦିନରେ ଆହୁରି ଅନେକ ମୂର୍ତ୍ତି ବାହାରିପାରେ। ଏଏସ୍‌ଆଇ ଏ କ୍ଷେତ୍ରରେ ଦାୟିତ୍ୱହୀନ ଭାବେ କାର୍ଯ୍ୟ କରିଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏବେ ନୀରବ ରହିଛି। ଏହି ନୀରବତାର କାରଣ କ’ଣ ବୋଲି ପ୍ରିୟଦର୍ଶନ ପ୍ରଶ୍ନ କରିଛନ୍ତି। ସେହିପରି ଏମାର ମଠ କାନ୍ଥରେ ଥିବା ମୂର୍ତ୍ତିକୁ ସଂରକ୍ଷଣ କରିବାରେ ପ୍ରଶାସନ ବିଫଳ ହୋଇଛି। ଏମାର ମଠ କାନ୍ଥରେ ଥିବା ରାମାଭିଷେକ ମୂର୍ତ୍ତିର ଗୋଟିଏ ଅଂଶ ଭାଙ୍ଗିଯାଇଛି। ଏହି ମଠ ପଛପାର୍ଶ୍ୱ କାନ୍ଥରେ ଥିବା ଅନେକ କୀର୍ତ୍ତିରାଜି ମଧ୍ୟ ନଷ୍ଟ ହୋଇଛି। ଖନନ ବେଳେ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ଦିଗରେ ଧ୍ୟାନ ଦିଆଯାଇଥିଲେ ଅନେକ କୀର୍ତ୍ତିରାଜି ନଷ୍ଟ ହେବାରୁ ବର୍ତ୍ତିଯାଇଥାନ୍ତା। ସେହିପରି ଏଏସ୍‌ଆଇ ନିଜ ସତ୍ୟପାଠରେ ଦୁଇଟି ସିଂହମୂର୍ତ୍ତି ଖନନରୁ ମିଳିଥିବା କହିଥିଲା। ତେବେ ସଂପ୍ରତି ମିଳିଥିବା ମୂର୍ତ୍ତି ନୂଆ ଅଥବା ଏଏସ୍‌ଆଇ ଉଲ୍ଲେଖ କରିଥିବା ମୂର୍ତ୍ତି, ତାହା ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ମୂର୍ତ୍ତି ସଂରକ୍ଷଣ ଦିଗରେ ଏଏସ୍‌ଆଇ କାହିଁକି ଧ୍ୟାନ ଦେଲା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ମଠର ଐତିହ୍ୟ ଓ କୀର୍ତ୍ତିରାଜି ସୁରକ୍ଷା ଦିଗରେ ଦୃଷ୍ଟି ଦେବା ଜରୁରୀ ଥିଲା। ଏଏସ୍‌ଆଇ ଅନୁବନ୍ଧିତ ସଂସ୍ଥା ହୋଇଥିବାରୁ ଠିକ ଭାବେ ମୂର୍ତ୍ତି ଯାଞ୍ଚ ଓ ପରଖ କରି ଖନନ ପାଇଁ ଅନୁମତି ଦେବା ଆବଶ୍ୟକ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରୁଥିବା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ଅଧିକାରୀଙ୍କୁ ଏ ନେଇ ପଚରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri