ଜିପିଆର୍‌ଏସ୍‌ ବିନା ଖନନ: ଐତିହ୍ୟ କୀର୍ତ୍ତିରାଜି ନଷ୍ଟ

ପୁରୀ ଅଫିସ, ୧୯ା୫: ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏମାର ମଠ। ଅତୀତରେ ଏହି ମଠ ପରିସରରୁ ରୁପା ଇଟା ବାହାରିଥିବାବେଳେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଖନନ ସମୟରେ ପ୍ରାଚୀନ କାଳର ପଥର ନିର୍ମିତ ସିଂହମୂର୍ତ୍ତି ବାହାରିଛି। ତେବେ ମୂର୍ତ୍ତିଟି ଭାଙ୍ଗିଯାଇଥିବା ଏବଂ ଜିପିଆର୍‌ଏସ୍‌ ନ ହୋଇ ଖନନ ଯୋଗୁ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଏ ନେଇ ପୁରୀ ସହରର କେତେଜଣ ବ୍ୟକ୍ତିବିଶେଷଙ୍କ ମତାମତ ଭିତ୍ତିକ ଉପସ୍ଥାପନା।

ସିଂହମୂର୍ତ୍ତି ମିଳିଥିବା ସ୍ଥାନରେ ପୂର୍ବରୁ ୩ ଗୃହ ଥିଲା
ଏମାର ମଠର ଯେଉଁ ସ୍ଥାନରୁ ଭଗ୍ନ ସିଂହମୂର୍ତ୍ତି ମିଳିଛି, ସେଠାରେ କେବେ ବି ଗୋଟିଏ ସିଂହମୂର୍ତ୍ତି ରହି ନ ଥିବ। କାରଣ ମନ୍ଦିରଗୁଡ଼ିକର ଦୁଇପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ରହିଥାଏ। ଯେଉଁଠୁ ସିଂହ ମୂର୍ତ୍ତି ମିଳିଛି, ସେଠାରେ ପୂର୍ବରୁ ତିନୋଟି ଗୃହ ଥିଲା। ଗୋଟିଏ ମଠର ଗୁପ୍ତ ଉପାସନା ଗୃହ, ଆଉ ଗୋଟିଏ ଗୁପ୍ତ ଭଣ୍ଡାର ଘର ଏବଂ ଅନ୍ୟ ଘର ମଠ ମହନ୍ତମାନଙ୍କ ବ୍ୟବହୃତ ଲାଗି ଉଦ୍ଦିଷ୍ଟ ଥିଲା। ଏହି ଗୃହଗୁଡ଼ିକ ମଠର ତଳ ମହଲାରେ ଥିଲା। ଉକ୍ତ ଘରଗୁଡ଼ିକୁ ମଠର ମହନ୍ତ କିମ୍ବା ସ୍ବୀକୃତିପ୍ରାପ୍ତ ବ୍ୟକ୍ତିମାନେ ଆସୁଥିଲେ। ସେହିପରି ବିଶେଷ ଦିନଗୁଡ଼ିକରେ ଗୃହଗୁଡ଼ିକ ଖୋଲାଯାଇ ଉପାସନା କରାଯାଉଥିଲା। ତେବେ କାଳକ୍ରମେ ସିଂହଦ୍ୱାର ରାସ୍ତା ୧୪ ଫୁଟ ଉଚ୍ଚ ହେବା ପରେ ଗୃହଗୁଡ଼ିକ ଅଣ୍ଡର ଗ୍ରାଉଣ୍ଡ ହୋଇ ରହିଗଲା। ରାମାନୁଜ ଆଚାର୍ଯ୍ୟଙ୍କ ଶିଷ୍ୟମାନେ ତାଙ୍କର ୩ ଫୁଟ ୬ଇଞ୍ଚର ଏକ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରି ଗୁପ୍ତ ଉପାସନା ଗୃହରେ ପୂଜା କରୁଥିଲେ। ମିଳିଥିବା ସିଂହମୂର୍ତ୍ତିଟି ସେହି ଉପାସନା ଗୃହର ଦ୍ୱାରଦେଶରେ ରହିଥିଲା। ଗୋଟିଏ ସିଂହମୂର୍ତ୍ତି ମିଳିଛି ମାନେ ଅନ୍ୟ ଗୋଟିଏ ସିଂହମୂର୍ତ୍ତି ନିଶ୍ଚିତ ଥିବ। ତେବେ ଅନ୍ୟ ମୂର୍ତ୍ତିଟି ଭାଙ୍ଗିଯାଇଛି କିମ୍ବା ପୋତି ହୋଇରହିଛି। କିନ୍ତୁ ବର୍ତ୍ତମାନ ସେ ସ୍ଥାନ ଧ୍ୱଂସ ହୋଇସାରିଛି। ଯଦି ଭାଙ୍ଗିଲା ସମୟରେ ଭିଡିଓଗ୍ରାଫି, ଡକ୍ୟୁମେଣ୍ଟାରି କିମ୍ବା ଫଟୋଗ୍ରାଫି ହୋଇଥିବ ତେବେ ସେଠାରେ ମୂର୍ତ୍ତି ଥିଲା କି ନାହିଁ, ଯଦି ଥିଲା ତାହା ସ୍ଥାନାନ୍ତରିତ ହୋଇଛି କି ନାହିଁ ପ୍ରଭୃତି ବିଷୟ ଜଣାପଡ଼ିବ। ମଠ ଭାଙ୍ଗିବା ସମୟରେ ସରକାରଙ୍କ କର୍ତ୍ତବ୍ୟ ହେଲା ଉକ୍ତ ଅଞ୍ଚଳର ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଡକ୍ୟୁମେଣ୍ଟେଶନ କରିବା। ଯଦି ଭିଡିଓଗ୍ରାଫି କିମ୍ବା ଫଟୋଗ୍ରାଫି ହୋଇ ନ ଥିବ ତେବେ ତାହା ବିଷୟରେ ସବୁ ଜାଣିବା କଷ୍ଟକର। ସେହି ଭଣ୍ଡାର ଘରୁ ରୁପାଇଟା ମିଳିଥିଲା। ତେବେ ୪୫ରୁ ୫୦ ବର୍ଷ ତଳେ ରାମାନୁଜଙ୍କ ମୂର୍ତ୍ତି ରହିଥିଲା। ଯଦି ମାଟିତଳେ ଏହି ମୂର୍ତ୍ତି ପୋତି ହୋଇଥିବ ତେବେ ଖୋଳିଲା ବେଳେ ମିଳିପାରେ।
– ଡ. ସୁରେନ୍ଦ୍ର କୁମାର ମିଶ୍ର, ଗବେଷକ ତଥା ଐତିହ୍ୟ ବିଶାରଦ

ଖନନ ମାଟି କୁଆଡ଼େ ଗଲା
ପରିକ୍ରମା ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିସରରେ ଥିବା ମଠ ଓ ମନ୍ଦିରଗୁଡ଼ିକୁ ଭଙ୍ଗାଗଲା। ସେ ସମୟରେ ଏଏସ୍‌ଆଇର ଅନୁମତି ନିଆଯାଇ ନ ଥିଲା। ଏବେ ବି ଏଏସ୍‌ଆଇର ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ବିଳମ୍ବିତ ରାତିରେ ମାଟି ଚାଲାଣ କରାଗଲା। ଖନନ ସମୟରେ ମାଟି ତଳୁ ଅନେକ କୀତ୍ତିରାଜି ଓ ମୂଲ୍ୟବାନ ସାମଗ୍ରୀ ମିଳି ନ ଥିବ ବୋଲି କହିହେବ ନାହିଁ। ତେବେ ଯେଉଁ ମାଟି ଖୋଳାଗଲା ତାହା କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସମସ୍ତ ଘଟଣା ଲୋକଲୋଚନକୁ ଆସିବା ଆବଶ୍ୟକ। ତେଣୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
– ଦିଲୀପ ବରାଳ, ସାମାଜିକ କର୍ମୀ

ଏଏସ୍‌ଆଇ ଓ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦିଆଯିବ
ଓଡ଼ିଶାର ସମସ୍ତ ଐତିହ୍ୟ କୀର୍ତ୍ତିରାଜି ସଂରକ୍ଷଣ ଦାୟିତ୍ୱରେ ଏଏସ୍‌ଆଇ ରହିଛି। ତେବେ ପରିକ୍ରମା ଅଧୀନରେ ଶ୍ରୀମନ୍ଦିର ଚାରିପାଖରେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିପାଇଁ ରାଜ୍ୟ ସରକାର ଏବଂ ଏଏସ୍‌ଆଇ ମିଳିତ ଭାବେ ଦାୟୀ। ଖନନ ପୂର୍ବରୁ ଏଏସ୍‌ଆଇ ପକ୍ଷରୁ ଜିପିଆର୍‌ଏସ୍‌ କାହିଁକି କରାଯାଇ ନ ଥିଲା। ଯଦି ବିନା ଅନୁମତିରେ ଖନନ ଓ ନିର୍ମାଣ କାର୍ଯ୍ୟ ହେଉଛି, ତେବେ ଏଏସ୍‌ଆଇ କାହିଁକି ଟାଟା କମ୍ପାନୀ ଏବଂ ଓବିସିସି ବିରୋଧରେ ମାମଲା ରୁଜୁ କରୁନାହିଁ। ଖନନ ସମୟରେ ଏମାର ମଠ ପରିସରରୁ ପ୍ରାଚୀନ ସିଂହମୂର୍ତ୍ତି ବାହାରିବା ପରେ ଆଗକୁ ଅନେକ ଐତିହ୍ୟ କୀର୍ତ୍ତିରାଜି ଓ ମୂଲ୍ୟବାନ ଧାତୁ ବାହାରିବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ କାର୍ଯ୍ୟ ପ୍ରଣାଳୀ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ବେଆଇନ କାର୍ଯ୍ୟରେ ଏଏସ୍‌ଆଇର ଭୂମିକା ଥିବା ସନ୍ଦେହ କରାଯାଉଛି। ତେଣୁ ଏଏସ୍‌ଆଇ ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୋଧରେ ଏତଲା ଦିଆଯିବ।
– ସୂର୍ଯ୍ୟନାରାୟଣ ରଥ, ଆବାହକ, ଶ୍ରୀଜଗନ୍ନାଥ ଭକ୍ତ ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri