ପରୀକ୍ଷାର ସମୟ

ଦିଲ୍ଲୀର ପୋଲିସ ମୁଖ୍ୟଙ୍କୁ ରାତାରାତି ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସତୀଶ ଗୋଲ୍‌ଛାଙ୍କୁ ୨୧ ଅଗଷ୍ଟରେ ନିଯୁକ୍ତ କରାଯାଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରାଯିବା ପରଦିନ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ରାଜଧାନୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଧାରିବା ପାଇଁ ଶୀଘ୍ର ଜଣେ ଦକ୍ଷ ଅଧିକାରୀ ଭାବେ ଗୋଲ୍‌ଛାଙ୍କୁ ଅଣାଯାଇଛି। ଦିଲ୍ଲୀ ପୋଲିସ ବ୍ୟବସ୍ଥାରେ ସେ ୩ ଦଶନ୍ଧି ହେଲା କାର୍ଯ୍ୟ କରିଆସିଛନ୍ତି। ସେ ୨୦୨୦ ଦଙ୍ଗା ସମୟରେ ସ୍ବତନ୍ତ୍ର ପୋଲିସ କମିଶନର ଥିଲେ ଏବଂ ଗୋଇନ୍ଦା, କ୍ରାଇମ ବ୍ରାଞ୍ଚ ଓ କାରାଗାର ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ବ୍ୟତୀତ ସେ ଦିଲ୍ଲୀ ବାହାରେ ଅରୁଣାଚଳ ପ୍ରଦେଶ ଓ ତିହାରରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ, ଦିଲ୍ଲୀ ପୋଲିସର ଯେକୌଣସି ସଙ୍କଟରେ ତାଙ୍କ ଉପସ୍ଥିତି ରହୁଥିଲା। ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟାଳୟରେ ପ୍ରଥମ ଦିନରୁ ଚର୍ଚ୍ଚା ହୋଇଥିଲା। ଅନ୍ୟମାନଙ୍କୁ ଦାୟିତ୍ୱ ଦେଇ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହାସହ ସେ ମଧ୍ୟ ଅଧିକାରୀଙ୍କ ମତକୁ ଆଗ୍ରହର ସହ ଶୁଣିଥିଲେ। ବିଭିନ୍ନ ଅଧିକାରୀଙ୍କୁ ଏକାଠିକରି ଆଲୋଚନା କରିବା ଏକ ଉଚିତ ପଦକ୍ଷେପ ଏବଂ ସଙ୍କଟ ସମୟରେ ପୋଲିସ ପାଇଁ ଏହା ଦରକାର। ଗୋଲ୍‌ଛା ଏହି ପଦବୀରେ ୨୦୨୭ ପର୍ଯ୍ୟନ୍ତ ରହିବେ, ଯାହା ଦିଲ୍ଲୀର କ୍ଷମତା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହା ତାଙ୍କ ପାଇଁ ବାସ୍ତବରେ ଏକ ପରୀକ୍ଷାର ବେଳ।
ଥିଙ୍କ୍‌ଟ୍ୟାଙ୍କ୍‌ ନା ବାବୁ ଲଢ଼େଇ
ଭାରତର ତଥାକଥିତ ଦକ୍ଷିଣପନ୍ଥୀ ଗୃହଯୁଦ୍ଧର ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଏହା ତାହାର ବାସ୍ତବ ବିଚାରଧାରକୁ ଆଦୌ ଦୃଷ୍ଟି ଦିଏନାହିଁ। ଏହା ନିଜ ନିଜ ମଧ୍ୟରେ ଏକ ଲଢ଼େଇ ଭଳି ମନେହୁଏ, ଯେଉଁଥିରେ ଅବସରପ୍ରାପ୍ତ ଅଧିକାରୀ, କର୍ପୋରେଟ୍‌ ଅଂଶୀଦାର ଏବଂ ଥିଙ୍କ୍‌ଟ୍ୟାଙ୍କ୍‌ ଲଢ଼ୁଛନ୍ତି। ଏବକାର ଲଢ଼େଇର ଗୋଟିଏ ପଟେ ଅଛନ୍ତି ରିଲାଏନ୍ସ କମ୍ପାନୀରୁ ଅଧିକ ପୁଞ୍ଜି ଓ ସମ୍ବଳ ପାଇଥିବା ଅବର୍ଜରଭର ରିସର୍ଚ୍ଚ ଫାଉଣ୍ଡେଶନ( ଓଆର୍‌ଏଫ୍‌), ଯାହାର ଶୀର୍ଷ ନେତୃତ୍ୱରେ ରହିଛନ୍ତି ଜଣେ ଆଇଏଫ୍‌ଏସ୍‌ ଅଧିକାରୀ । ଲଢ଼େଇର ଅନ୍ୟ ପଟେ ଅଛି ଆଦାନୀ ସମର୍ଥିତ ଚିନ୍ତନ ଫାଉଣ୍ଡେଶନ, ଯାହାକୁ ସଞ୍ଚାଳନ କରୁଛନ୍ତି ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ। ଏହା ଏକ ବୌଦ୍ଧକ ଯୁଦ୍ଧ ନୁହେଁ , ବରଂ ଏକ ଅମଲାତାନ୍ତ୍ରିକ ଖେଳ ଭଳି ଜଣାପଡ଼ୁଛି। ଏ ସମ୍ପର୍କରେ ‘ଏକ୍ସ’ରେ ହେଉଥିବା ଆଲୋଚନା ତାମସାକୁ ଆହୁରି ବଢ଼ାଇଦେଇଛି। ଗୋଟିଏ ଦିନ ଏହା ରୁଷିଆର ଅଶୋଧିତ ତେଲ ଓ ରିଲାଏନ୍ସକୁ ନେଇ ହେଉଛି ତ ପରଦିନ ଜୟଶଙ୍କରଙ୍କ ସମର୍ଥକଙ୍କୁ ଏବଂ ତା’ପରଦିନ ଅନ୍‌ଲାଇନ ଗେମିଂ ଆପ୍‌ ଓ ଆଇପିଏଲ୍‌ ଅଧିକାର ନେଇ ଚର୍ଚ୍ଚା ଚାଲୁଛି। ଦେଖିବାକୁ ଗଲେ ଭାରତୀୟ ଶିଳ୍ପଗୁଡ଼ିକ ଅମଲାତାନ୍ତ୍ରିକ କ୍ଷେତ୍ର ପାଲଟିଯାଇଛି। ଭାରତର ଥିଙ୍କ୍‌ଟ୍ୟାଙ୍କ୍‌ ଦୃଶ୍ୟପଟରେ ଓଆର୍‌ଏଫ୍‌ର ପ୍ରାଧାନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆମନ୍ତ୍ରଣ କରିଛି ଏବଂ ଚିନ୍ତନ ଅବସରପ୍ରାପ୍ତ ଅଧିକାରୀ ମଣ୍ଡଳୀ ଓ କର୍ପୋରେଟ ସହଯୋଗରେ ଏକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଅବତୀର୍ଣ୍ଣ ଭୂମିକା ନିଭାଇବାକୁ ବାହାରି ପଡ଼ିଛି। ଏହା ଦକ୍ଷିଣପନ୍ଥୀ ଓ ବାମପନ୍ଥୀଙ୍କ କିମ୍ବା ମୋଦି ଗୋଷ୍ଠୀ ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ନୁହେଁ। ଏହା ପୁରୁଣା ଓ ନୂଆ ସଂସ୍ଥା ମଧ୍ୟରେ, ଆଇଏଫ୍‌ଏସ୍‌ ଓ ଆଇଏଏସ୍‌ ମଧ୍ୟରେ ଏପରିକି ଅମ୍ବାନୀ ଓ ଆଦାନୀ ମଧ୍ୟରେ ଏକ ଲଢ଼େଇ।
ଦୁର୍ନୀତିର ଧାରା
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭାରି ବ୍ୟସ୍ତ ରହୁଛି। ପ୍ରତିଦିନ ଚଢ଼ାଉ କରୁଛି। ଏବେ ଏହାର ନଜର ଗୁଆହାଟୀ ଉପରେ ପଡ଼ିଛି, ଯେଉଁଠି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଓ୍ବୋଲି ଦେବୀ ଶର୍ମା ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି। ୫୯ କେନ୍ଦ୍ରରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଥିଲା, କିନ୍ତୁ ପାଖାପାଖି ୩୫୦ କେନ୍ଦ୍ର କରାଯାଇଥିଲା ଏବଂ ତାଙ୍କ ବନ୍ଧୁ ଓ ପରିବାରକୁ ଏଥିପାଇଁ ଠିକା ଦିଆଯାଇ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା କାରବାର ହୋଇଥିଲା। ବାବୁ ପରିସରରେ ଦୁର୍ନୀତି ଅସାମାନ୍ୟ ନୁହେଁ, ବରଂ ବ୍ୟବସ୍ଥାର ଏକ ବିଶେଷତା। ଜଣେ ଅଧିକାରୀ ଏଭଳି ବିପୁଳ ଟଙ୍କା ଅନିୟନ୍ତ୍ରିତ ଭାବେ ହାସଲକରି ଅକଳ୍ପନୀୟ ମନେହେଲେ ବି ଏହା ପ୍ରାୟତଃ ନିୟମିତ ରୂପେ ଘଟିଚାଲିଛି। ପ୍ରକ୍ରିୟାର ନିରୀକ୍ଷଣ ବ୍ୟବସ୍ଥା ଦୁର୍ବଳ ରହୁଛି। ଟଙ୍କା ଲୁଟ୍‌ ହେବା ପରେ ହିଁ ସକ୍ରିୟତା ପ୍ରକାଶ ପାଉଛି କିମ୍ବା ଅଭିଯୁକ୍ତଙ୍କୁ ଧରାଯାଉଛି। ପ୍ରକୃତ ଦୁର୍ନୀତି କେବଳ ଜଣେ ବ୍ୟକ୍ତିଙ୍କ ଲୋଭ ଯୋଗୁ ହେଉନାହିଁ ବରଂ ବ୍ୟବସ୍ଥା ଏହା କରିବାକୁ ଅନୁମତି ଦେଉଛି। ଦୁର୍ନୀତିର ଏହି ଧାରା ଦେଶରେ ଶିକ୍ଷା ଯୋଜନା, କଲ୍ୟାଣକାରୀ କାର୍ଯ୍ୟକ୍ରମ କିମ୍ବା ଭିତ୍ତିଭୂମି ପ୍ରକଳ୍ପରେ ବାରମ୍ବାର ଘଟୁଛି। ସଂଖ୍ୟା ବଢ଼ାଯାଉଛି, ଟେଣ୍ଡର ହେଉନାହିଁ, ସମର୍ଥକ ଠିକାଦାରଙ୍କୁ କାମ ଦିଆଯାଉଛି । ସମୟକ୍ରମରେ ଏହା ଉପରେ କେହି ପ୍ରଶ୍ନ ଉଠାଇବାବେଳକୁ ଟଙ୍କା ଚାଲିଯାଉଛି। ଏଭଳି ପ୍ରତ୍ୟେକ ଘଟଣାରେ ସରକାର ଗର୍ବର ସହ କହୁଥିବା ‘ଦୃଢ଼ ଢାଞ୍ଚା’ରେ ଥିବା ବିଶ୍ୱାସର ଅବକ୍ଷୟ ହେଉଛି। ଚଢ଼ାଉ ଓ ଗିରଫ କରିବା ଖବରର ଶୀର୍ଷକ ପାଲଟୁଛି , କିନ୍ତୁ ଦୁର୍ନୀତିର ଧାରାରେ କିଛି ବି ପରିବର୍ତ୍ତନ ହେଉନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri