ଅଗଷ୍ଟ ୫ରେ କ’ଣ ହୋଇଥିଲା, ସବୁ ସତ ବଖାଣିଲେ ଶେଖ ହାସିନା, କହିଲେ ମୋତେ ହତ୍ୟା କରିଥାନ୍ତେ…

ଢାକା,୧୮।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ବର୍ଷ ଅଗଷ୍ଟରେ ନିଜ ଜୀବନ ବଞ୍ଚାଇବା ପାଇଁ ଭାରତ ପଳାଇ ଆସିଥିଲେ। ଏହା ପରେ, ମହମ୍ମଦ ୟୁନୁସ୍‌ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରାୟ ପାଞ୍ଚ ମାସ ପରେ, ହାସିନାଙ୍କର ଏକ ଅଡିଓ ସାମ୍ନାକୁ ଆସିଛି। ଆୱାମୀ ଲିଗ ଦଳ ଦ୍ୱାରା ଜାରି କରାଯାଇଥିବା ଏହି ଅଡିଓ ବାର୍ତ୍ତାରେ ଭୟଭୀତ ଶେଖ ହାସିନା କହିଛନ୍ତି, ମୁଁ ଏବଂ ମୋ ଭଉଣୀ ମାତ୍ର ୨୦-୨୫ ମିନିଟର ବ୍ୟବଧାନରେ ମୃତ୍ୟୁରୁ ବଞ୍ଚିଯାଇଛୁ। ଆୱାମୀ ଲିଗ ଏହାର ଫେସବୁକ ପୃଷ୍ଠାରେ ଏହି ଅଡିଓ ଜାରି କରିଛି।

ଗତ ବର୍ଷ, ଛାତ୍ରମାନେ ଶେଖ ହାସିନା ସରକାରଙ୍କ ବିରୋଧରେ ବିଶାଳ ପ୍ରତିବାଦ କରିଥିଲେ, ଯେଉଁଥିରେ ୬୦୦ ଜଣ ପ୍ରାଣ ହରାଇଥିଲେ। ଶେଖ ହାସିନା ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ କରିଥିଲେ। ସେ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଆଲ୍ଲାଙ୍କ ଦୟାରୁ ତାଙ୍କ ଜୀବନ ରକ୍ଷା ପାଇଗଲା। ସେ କହିଛନ୍ତି, ମୁଁ ଭାବୁଛି ଏହା ଆଲ୍ଲାଙ୍କ ଇଚ୍ଛା ଯେ ମୁଁ ବଞ୍ଚି ରହିଲି। ପ୍ରଥମେ ଅଗଷ୍ଟ ୨୧ ତାରିଖରେ ଗ୍ରେନେଡ ଆକ୍ରମଣ, ତା’ପରେ କୋଟାଲିପଡ଼ା ବୋମା ବିସ୍ଫୋରଣ ଷଡଯନ୍ତ୍ର ଏବଂ ଏବେ ଏହି ସାମ୍ପ୍ରତିକ ଆକ୍ରମଣ। ମୁଁ ଏବଂ ମୋ ଭଉଣୀ ବଞ୍ଚିଗଲୁ। ନଚେତ୍‌ ଆମେ ବଞ୍ଚି ନ ଥାନ୍ତୁ।

ଏହା ପ୍ରଥମ ଥର ନୁହେଁ ଯେ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ରଚାଯାଇଛି। ଏହା ପୂର୍ବରୁ, ଅଗଷ୍ଟ ୨୧, ୨୦୦୪ରେ ଢାକାରେ ଏକ ରାଲି ସମୟରେ ହାସିନାଙ୍କୁ ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣଗୁଡ଼ିକରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ହସିନା ସାମାନ୍ୟ ଆଘାତ ପାଇ ଖସିଯାଇଥିଲେ। ସମାନ ଧାରାରେ, ୨୦୦୦ରେ, ବାଂଲାଦେଶର କୋଟାଲିପାରାରେ ଏକ ୭୬ କେଜି ବୋମା ଉଦ୍ଧାର କରାଯାଇଥିଲା। ସେହି ସମୟରେ ହାସିନା ଏକ ରାଲିକୁ ସମ୍ବୋଧିତ କରୁଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri