
ପାଟଣା,୧୮।୧(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗ୍ରାମରେ ଶୁକ୍ରବାର ସାରେରେ ହୋ ସମ୍ପ୍ରଦାୟର ହେଶା ରେଗା ମାର୍ଶାଲ ଯୁବକ ସଂଘ ପକ୍ଷରୁ ମକର ମହୋତ୍ସବରେ ହେସା ରାଘା ପର୍ବ ଅନୁଷ୍ଠିତ ହୋଇଛି। ଆୟୋଜିତ ସଭାରେ ଭାଜପା ପୂର୍ବତନ ପାଟଣା ମଣ୍ଡଳ ଭାଜପା ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ମୁଖ୍ୟବକ୍ତା ଭାବେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, ସମ୍ମାନିତ ଅତିଥି ଭାବେ ଭାଜପା ବରିଷ୍ଠ ନେତା କମଳାକାନ୍ତ ଦାଶ, ଭାଜପା ମହିଳାନେତ୍ରୀ ସୋମବାରୀ ମୁଣ୍ଡା, ଭାଜପା ନେତା ଶଶୀଭୁଷଣ ମହାନ୍ତ, ମୋହନ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ଭରତ ମହାନ୍ତ, ନୀଳ ବାବା, ହେସା ରାଘା ମାର୍ଶାଲ ଯୁବକ ସଂଘର ସୁଦର୍ଶନ ଦଙ୍ଗ, ସୁଦର୍ଶନ ଶୁଣ୍ଢି, ପ୍ରମୁଖ ଯୋଗଦେଇ ହୋ ସମ୍ପ୍ରଦାୟରେ ମକର ପର୍ବର ନିଆରା ପରମ୍ପରା ଓ ହେସା ରାଘା ପର୍ବ ଉପରେ ଆଲୋକ ପାତ କରିଥିଲେ। ଏହି ଅବସରରେ ହୋ ସମ୍ପ୍ରଦାୟ ନୃତ୍ୟ ଗୀତର ତାଳେ ତାଳେ ଯୁବତୀ ଯୁବକମାନେ ପାରମ୍ପରିକ ବାଦ୍ୟ ବଜାଇ ନାଚିଥିଲେ। ଏହି ନୃତ୍ୟ ଗୀତ ଆହୁରି ୨ଦିନ ଧରି ଚାଲିବ।