ଇଭିଏମ୍‌ ଅଦଳବଦଳ ଅଭିଯୋଗ: ଗଣତି ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାଜପା

ବରଗଡ଼ ଅଫିସ,୭ା୧୨: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୂର୍ବାହ୍ନ ୮ଟାରୁ ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ମତଦାନ ହୋଇଥିବା କିଛି ଇଭିଏମ୍‌କୁ ନେଇ ଅଭିଯୋଗ ଉଠିଛି। ୧୧ ବୁଥ୍‌ରେ ଇଭିଏମ୍‌ ଅଦଳବଦଳ ହୋଇଥିବା ଅଭିଯୋଗ ଆଣି ଭାଜପାର ଏକ ପ୍ରତିନିଧି ଦଳ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମୋନିଷା ବାନାର୍ଜୀଙ୍କୁ ଫେରାଦ ହୋଇଛନ୍ତି। ସେଭଳି ଅଭିଯୋଗ ମିଳିଛି ଏବଂ ସେ ନେଇ ତଦନ୍ତ ଚାଲିଥିବା ଜିଲାପାଳ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଉପନିର୍ବାଚନରେ ବ୍ୟବହୃତ ଇଭିଏମ୍‌ ନମ୍ବରକୁ ନେଇ ଏକ ତାଲିକା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ଦିଆଯାଇଥିଲା। ୧୧ ବୁଥ୍‌ରେ ସେହି ନମ୍ବର ଇଭିଏମ୍‌ ବ୍ୟବହାର ହେବା ବଦଳରେ ଅନ୍ୟ ଇଭିଏମ୍‌ ବ୍ୟବହୃତ ହୋଇଥିବା ଭାଜପା ଅଭିଯୋଗ କରିଛି। ଶକ୍ତି(ବୁଥ୍‌ ନଂ-୬୧, ବୈତାଳୀ(ବୁଥ୍‌ ନଂ-୭୩) ଛିନ୍ଦେକେଲା (ବୁଥ୍‌ ନଂ-୧୦୫), ଲୁହୁରାକୋଟ୍‌ (ବୁଥ୍‌ ନଂ-୧୪୯), ଖଣ୍ଡସିବାଞ୍ଜି (ବୁଥ୍‌ ନଂ-୧୭୫), ଭଗତପୁର(ବୁଥ୍‌ ନଂ-୧୮୩), ସତୀଭଟା(ବୁଥ୍‌ ନଂ-୧୯୫), ସିଂଘନପୁର(ବୁଥ୍‌ ନଂ-୨୦୫), ବସ୍ତିପଡ଼ା (ବୁଥ୍‌ ନଂ-୨୧୮), ସର୍ଗିପାଲି(ବୁଥ୍‌ ନଂ-୨୭୦) ଏବଂ ଝୁନଗାପାଲି(ବୁଥ୍‌ ନଂ-୨୯୪)ରେ ଏଭଳି ହୋଇଥିବା ଭାଜପା ଅଭିଯୋଗ କରିଛି।

ସେହିପରି ଗତ ୬ ତାରିଖ ୩ଟି ସିଲ୍ଡ ବକ୍ସରେ ରହିଥିବା ପୋଷ୍ଟାଲ ବାଲାଟ୍‌କୁ ପ୍ରାର୍ଥୀଙ୍କ ମନୋନୀତ ଏଜେଣ୍ଟଙ୍କ ଅନୁପସ୍ଥିତିରେ ପଦ୍ମପୁର ଟ୍ରେଜେରୀ ଅଫିସରୁ ରିଟର୍ନିଂ ଅଫିସକୁ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଭାଜପା ଅଭିଯୋଗ କରିଛି। ଫଳରେ ମତଦାନକୁ ନେଇ ଅନିୟମିତତା ହୋଇଥିବା ଆଶଙ୍କା କରି ଗଣତି ପୂର୍ବରୁ ଏହାର ତ୍ୱରିତ୍‌ ତଦନ୍ତ ଏବଂ ବିହିତ କାର୍ଯାନୁଷ୍ଠାନ ନେବାକୁ ଭାଜପା ଦାବି କରିଛି । ରିଟର୍ନିଂ ଅଫିସର, ଜିଲା ନିର୍ବାଚନ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏଭଳି ଲିଖିତ ଅଭିଯୋଗ କରାଯାଇଛି ବୋଲି ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri