ଯୁଆଡ଼େ ଦେଖିବ ସିଆଡ଼େ ଖାଲ

ଭୁବନେଶ୍ୱର, ୨୭।୯ (ବ୍ୟୁରୋ):‘ସ୍ମାର୍ଟସିଟି ଭୁବନେଶ୍ୱର’ କେବଳ ନାମକୁମାତ୍ର। ରାସ୍ତାଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁକିଛି ବିପର୍ଯ୍ୟସ୍ତ। ଯୁଆଡେ ଦେଖିବ ସିଆଡେ ଖାଲ। ସହରର ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠାରେ ଖାଲଖମା ନାହିଁ। କେଉଁଠି ସ୍ବେରେଜ ଲାଇନ୍‌ ପାଇଁ ରାସ୍ତାକୁ ଖୋଲିବିଦାରି ଛାଡ଼ି ଦିଆଯାଉଛି ତ ଆଉ କେଉଁଠି ରାସ୍ତା ମଝିରେ ସ୍ବେରେଜ ଚାମ୍ବର ଗାତ ବିପଦର ଆଁ ମେଲି ରହିଛି। ଅଳ୍ପ ଖରାପ ସମୟରେ ରାସ୍ତା ମରାମତି ହେଉ ନ ଥିବାରୁ ଅଧିକାଂଶ ରାସ୍ତାରେ ବଡ଼ ବଡ଼ ଗାତ ସଦୃଶ ଖାଲ ସ୍ମାର୍ଟସିଟିବାସୀଙ୍କୁ ତିକ୍ତ ଅନୁଭବ ଦେଉଛି। ସ୍ମାର୍ଟସିଟିବାସୀ ସ୍ମାର୍ଟ ହୋଇ ରାସ୍ତାରେ ଯିବାବେଳେ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗୁଛି। କଟକ ରୋଡ୍‌ ହେଉ ଅବା ଝାରପଡ଼ା, ଶହୀଦ ନଗର, ସତ୍ୟନଗର, ବମିଖାଲ, ପଳାଶୁଣି, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ସିଆର୍‌ପିଏଫ୍‌ ଆଦି ସହରର ଅଧିକାଂଶ ପ୍ରମୁଖ ରାସ୍ତାର ଅବସ୍ଥା ଯାତ୍ରୀଙ୍କୁ ଅସହ୍ୟ କରିପକାଉଛି। ବର୍ଷାହେଲେ ଚିନ୍ତା ବଢ଼ୁଛି। ଅଜାଣତରେ ଜୀବନଯିବା ଭଳି ସ୍ଥିତିରୁ ସମ୍ମୁଖୀନ ହେବାକୁ ପଡୁଛି। ପୂର୍ତ୍ତ ବିଭାଗ ହେଉ ଅବା ବିଏମ୍‌ସି, ଠିକ୍‌ ସମୟରେ ଆବଶ୍ୟକ ମରାମତି କରୁନାହିଁ କି ଠିକାଦାର କାମ କରିସାରିବାପରେ ତଦାରଖ କରୁ ନ ଥିବାରୁ ସ୍ମାର୍ଟସିଟିର ରାସ୍ତାଘାଟର ଚିତ୍ର ଗାଁଠାରୁ ଆହୁରି ଖରାପ ହୋଇପଡୁଛି। ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୨ରେ ବିଏମ୍‌ସି କାର୍ଯ୍ୟାଳୟରେ ବୈଠକ ବସିଥିଲା। ଓ୍ବାର୍କସ୍‌ ବିଭାଗ ସହିତ ପିଡବ୍ଲ୍ୟୁଡି ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସହରର ବିଭିନ୍ନ ସ୍ଥାନରେ ସ୍ବେରେଜ ସିଷ୍ଟମ ପାଇଁ ରାସ୍ତା ଖୋଳା ହୋଇ ପଡି ରହିଛି। ପୂଜା ପୂର୍ବରୁ ଯଥାଶୀଘ୍ର ରାସ୍ତାଗୁଡିକର ଜରୁରୀ ମରାମତି କରିବା, ଡ୍ରେନ୍‌ରେ ସ୍ଲାବ୍‌ ପକାଇବା ଆଦି କାର୍ଯ୍ୟ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଡ୍ରେନ୍‌ ସ୍ଲାବ୍‌ ପକା କାମ ଆରମ୍ଭ ହୋଇଥିଲେ ମଧ୍ୟ ସହରର ମୁଖ୍ୟ ତଥା ପ୍ରମୁଖ ରାସ୍ତାର ଖାଲଖମା ସେମିତି ରହିଛି। ସୋମବାରଠାରୁ ନବରାତ୍ରି ଆରମ୍ଭ ହେଉଥିଲେ ବି ଏ ପର୍ଯ୍ୟନ୍ତ ମେୟରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ପାରିନାହିଁ। ଯଦି ଆଗକୁ ଦୁର୍ଗାପୂଜାରେ ବର୍ଷା ଜାରି ରହେ, ତେବେ ତ କଥା ସରିଲା। ଅଧାପନ୍ତରିଆ କାମ ସାଙ୍ଗକୁ ପାଣିଜମି ଖାଲଖମା ସବୁ ଏକାକାର ହୋଇଯିବ। ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri