ସବୁକିଛି ବହୁତ ଭୟାନକ, ଆମେ ଇସ୍ରାଏଲ ସହ ଅଛୁ: ଆମେରିକାର ବୈଦେଶିକ ମନ୍ତ୍ରୀ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଇସ୍ରାଏଲ ସହିତ ଛିଡା ହୋଇଛି ଆମେରିକା। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲରେ ପହଞ୍ଚିଛନ୍ତି। ଇସ୍ରାଏଲ ଗସ୍ତ ସମୟରେ ସେ ହମାସର ଆତଙ୍କ ଦେଖିଥିଲେ।
ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତ ସମୟରେ ହମାସର ବର୍ବରତା ଏବଂ ଇସ୍ରାଏଲ ନାଗରିକଙ୍କ ଦୁଃଖ ଦେଖିଥିଲେ। ବ୍ଲିକେନ କହିଛନ୍ତି ଯେ, ସେଠାରେ ଥିବା ପିଲାମାନଙ୍କ ଉପରେ ଗୁଳି ଚଳାଯାଉଛି। ସୈନିକମାନଙ୍କ ମୁଣ୍ଡ କାଟି ଦିଆଯାଉଛି। ଏହା ଯନ୍ତ୍ରଣାଦାୟକ। ଇସ୍ରାଏଲ ସରକାର ଆମ ସହିତ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଏହା କଳ୍ପନା ବାହାରେ। ଭଗବାନ ନ କରନ୍ତୁ ଆମକୁ କେବେ ଦେଖିବାକୁ ପଡିବ। ଇସ୍ରାଏଲ ଏହାର ପ୍ରତିଶୋଧ ନେଉଛି।
ବ୍ଲିଙ୍କେନ ଆହୁରି କହିଛନ୍ତି ଯେ, ହମାସ ସାଧାରଣ ନାଗରିକଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି। ହମାସ ପ୍ରଥମେ ମୌଳିକ ପ୍ରସଙ୍ଗ ଜାଣିବା ଉଚିତ୍‌। ଆତଙ୍କବାଦରୁ ନିଜକୁ ରକ୍ଷା କରିବା ପାଇଁ ଇସ୍ରାଏଲ ଏକ ସୁରକ୍ଷା ଅଭିଯାନ ଚଳାଉଛି। ଇସ୍ରାଏଲ ସରକାରଙ୍କ ସହ ଆଲୋଚନା ସମୟରେ, ଆମେ ନିଶ୍ଚିତ କରିଛୁ ଯେ ଗାଜାରେ ରହୁଥିବା ଲୋକଙ୍କ ମାନବିକ ଆବଶ୍ୟକତା ଯତ୍ନ ନିଆଯାଉଛି। ଗାଜାର ନାଗରିକମାନଙ୍କୁ କ୍ଷତିରୁ ରକ୍ଷା କରିବାର ସମସ୍ତ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ, ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ ପରେ ଉଭୟ ପଟୁ ଯୁଦ୍ଧ ତୀବ୍ରତର ହେଉଛି। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ ନେଇଥିବା ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷର ପ୍ରାୟ ୨୫୦ ଲୋକ ଯୁଦ୍ଧରେ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri